ETV Bharat / state

ଅନୁଗୋଳରେ 165 ପହଞ୍ଚିଲା ପଜିଟିଭ ସଂଖ୍ୟା, ଦ୍ବିତୀୟ ମୃତ୍ୟୁ ରେକର୍ଡ - corona death in anugul

ଅନୁଗୋଳରେ ଆଉ ଜଣେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏଥିସହ 9 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଜିଲ୍ଲାରେ ପଜିଟିଭ ସଂଖ୍ୟା 165ରେ ପହଞ୍ଚିଛି । ଅଧିକ ପଢନ୍ତୁ...

Corona took another head in the anugul
ଅନୁଗୋଳରେ କୋରୋନା ନେଲା ଆଉ ଏକ ମୁଣ୍ଡ
author img

By

Published : Jul 17, 2020, 4:09 PM IST

ଅନୁଗୋଳ: ଜିଲ୍ଲାରେ ବଢିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହି କ୍ରମରେ ଶୁକ୍ରବାର ଜିଲ୍ଲାରେ ଦ୍ବିତୀୟ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏଥିସହ 9 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟ ଲୋକ ସମ୍ପର୍କ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ସୂଚନାନୁସାରେ, ଅନୁଗୋଳ ଏକ ଶିଳ୍ପ ସମୃଦ୍ଧ ଅଞ୍ଚଳ ହୋଇଥିବା ଏଠାରେ ଥିବା କାରଖାନାର ଅଧିକାଂଶ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହେଉଛନ୍ତି । ହେଲେ ଆଜି ଚିହ୍ନଟ 9 ଜଣ ଆକ୍ରାନ୍ତ ସଙ୍ଗରୋଧ କେନ୍ଦ୍ର କିମ୍ବା ସ୍ଥାନୀୟ ଆକ୍ରାନ୍ତ କିମ୍ବା ଶିଳ୍ପାଞ୍ଚଳର ବୋଲି ଜଣାପଡିନାହିଁ । ଏନେଇ ଜିଲ୍ଲା ପ୍ରଶାସନ କୌଣସି ସଠିକ ତଥ୍ୟ ରଖିନାହିଁ । ସେପଟେ ଶୁକ୍ରବାରର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 165କୁ ବୃଦ୍ଧି ପାଇଛି ।

Corona took another head in the anugul

ତେବେ ଗତ କିଛି ଦିନ ହେବ ଶିଳ୍ପାଞ୍ଚଳରେ ପଜିଟିଭ ଓ ପରବର୍ତ୍ତୀ ସମୟରେ ଗ୍ରାମାଞ୍ଚଳରେ ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହା ଜିଲ୍ଲାବାସୀ ଓ ପ୍ରଶାସନର ଚିନ୍ତାକୁ ଦ୍ବିଗୁଣିତ କରିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.