ଅନୁଗୋଳ: ଜିଲାରେ କୋରୋନାର ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଗୁରୁବାର ଅନୁଗୋଳ ଜିଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏକ ହଜାର ଅତିକ୍ରମ କରିଛି। ଗୁରୁବାର ଗୋଟିଏ ଦିନରେ 35 ପଜେଟିଭ ଚିହ୍ନଟ ହୋଇଛନ୍ତି। ଯାହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 1022ରେ ପହଁଚିଛି ।
ଏନେଇ ଜିଲା ପ୍ରଶାସନ ପକ୍ଷରୁ ଜାରି ଏକ ପ୍ରେସ ବିବୃତିରେ ଜିଲା ସୂଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ଜିଲ୍ଲାର ଅନୁଗୋଳ ପୌରାଞ୍ଚଳରୁ ଜଣେ ପଜେଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ 5 ଜଣ ପୁରୁଷ ଥିବାବେଳେ ଜଣେ ମହିଳା ଥିବା ସୂଚନା ରହିଛି। ସେହିପରି କିଶୋର ନଗର ଓ ତାଳଚେର ବ୍ଲକ ଅଞ୍ଚଳରୁ 5 ଜଣ ଲେଖାଏଁ ପଜେଟିଭ ଥିବା ଜଣାପଡିଛି ।
ତାଳଚେର ପୌରାଞ୍ଚଳରୁ 4 ଜଣ କଣିହାଁ ଓ ଆଠମଲ୍ଲିକ ବ୍ଲକରୁ 3 ଜଣ ଲେଖାଏଁ ପଜେଟିଭ ଚିହ୍ନଟ ହୋଇଥିବା ସୂଚନା ରହିଛି । ଏମାନଙ୍କ ମଧ୍ୟରୁ ସାମାନ୍ୟ ଲକ୍ଷଣମାନଙ୍କୁ ହୋମ ଆଇସୋଲେସନ ଓ ଅନ୍ୟମାନଙ୍କୁ ତାଳଚେର କୋଭିଡ ହସ୍ପିଟାଲକୁ ପଠାଯାଇଛି। ସେପଟେ ଜିଲାରେ ଆଜି ସୁଦ୍ଧା 505 ସୁସ୍ଥ ହୋଇଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ