ETV Bharat / state

ଲଗାଣ ବର୍ଷାରେ ଅନୁଗୋଳ ବେହାଲ

ଏପଟେ ଝିପଝିପି ବର୍ଷା । ସେପଟେ କୋରୋନା କଟକଣା ଯୋଗୁଁ ସୀମିତ ସମୟ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ ଦୋକାନ ଖୋଲୁଛି । କିନ୍ତୁ ଲଗାଣ ବର୍ଷା ଯୋଗୁଁ ଲୋକେ ବାହାରକୁ ବାହାରି ପାରୁ ନାହାନ୍ତି । ନିଜ ନିଜର ଆବଶ୍ୟକ ଜିନିଷ ପତ୍ର ଘରକୁ ଆଣିପାରୁ ନାହାନ୍ତି ।

author img

By

Published : Apr 25, 2020, 11:35 AM IST

Updated : Apr 25, 2020, 12:31 PM IST

raining-in-angul
continuous raining in angul

ଅନୁଗୋଳ: ଜିଲ୍ଲାରେ ଶୁକ୍ରବାର ଠାରୁ ଲାଗି ରହିଛି ଝିପିଝିପି ବର୍ଷା । ଘଡଘଡି ସାଙ୍ଗକୁ ବର୍ଷା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । କୋରୋନା କଟକଣା ଯୋଗୁଁ ସୀମିତ ସମୟ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ ଦୋକାନ ଖୋଲୁଛି । କିନ୍ତୁ ଲଗାଣ ବର୍ଷା ଯୋଗୁଁ ଲୋକେ ବାହାରକୁ ବାହାରି ପାରୁ ନାହାନ୍ତି । ନିଜ ନିଜର ଆବଶ୍ୟକ ଜିନିଷ ପତ୍ର ଘରକୁ ଆଣିପାରୁ ନାହାନ୍ତି । ଏହାଛଡା ଘଡଘଡି ମାତ୍ର ମଧ୍ୟ ଅଧିକ ରହିଛି ।

ଲଗାଣ ବର୍ଷାରେ ଅନୁଗୋଳ ବେହାଲ

ଶୁକ୍ରବାର ସଂନ୍ଧ୍ୟାରେ ବନ୍ତଳା ଓ ବଅଁରପାଳ ଥାନା ଅଞ୍ଚଳର 2ଜଣଙ୍କର ବଜ୍ରପାତରେ ମୃତ୍ୟୁ ହୋଇଛି । ହୋଇଥିବା ଅଦିନିଆ ବର୍ଷା ଯୋଗୁଁ ପନିପରିବା କ୍ଷେତରେ ପାଣି ଜମି ରହିଥିବାରୁ ଚାଷୀ ହତାଶ ହୋଇ ପଡିଛି । କୋରୋନା କଟକଣା ସାମାନ୍ୟ କୋହଳ ହେବା ପରେ ଚାଷୀମାନେ ବିକ୍ରି କରି ଦି ପଇସା ପାଇବାର ଆଶା ମଉଳି ଯାଇଛି।

ପାଣିପାଗ ରେକର୍ଡ ଅନୁସାରେ ଶନିବାର ସକାଳ ସୁଦ୍ଧା ଜିଲ୍ଲାର ଅନୁଗୋଳ ବ୍ଲକରେ 64ମିମି, ବଅଁରପାଳ ବ୍ଲକରେ 63.6ମିମି, ଛେଣ୍ଡିପଦା ବ୍ଲକରେ 37.6ମିମି, ତାଳଚେର ବ୍ଲକରେ 30ମିମି, କଣିହାଁ ବ୍ଲକରେ 35ମିମି, ଆଠମଲ୍ଲିକ ବ୍ଲକରେ 63.6ମିମି, କିଶୋରନାଗର ବ୍ଲକରେ 63.6ମିମି, ପାଲଲହାଡ଼ା ବ୍ଲକରେ 8ମିମି ବର୍ଷା ରେକର୍ଡ କରାଯାଇଛି ।

ଆଗାମୀ 2/3 ଦିନ ଆହୁରି ବର୍ଷା ସମ୍ଭାବନା ଥିବାରୁ ଏହାର ପରିମାଣ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Apr 25, 2020, 12:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.