ଅନୁଗୋଳ: କୋରୋନା ଭୟରେ କମ୍ପାନୀ କର୍ମଚାରୀଙ୍କୁ ଅଟକାଇଲେ କଂଗ୍ରେସ । ଅନୁଗୋଳ ଶିଳ୍ପାଞ୍ଚଳକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ଦେଇ ଯାଉଥିବା କମ୍ପାନୀ କର୍ମଚାରୀଙ୍କୁ କୋରୋନା ଡରରେ ଅଟକାଇଲେ କଂଗ୍ରେସ ଛାତ୍ର ଓ କର୍ମୀ ।
ଶିଳ୍ପାଞ୍ଚଳର ଲୋକଙ୍କ ପାଇଁ ଅନୁଗୋଳରେ କୋରୋନା ବ୍ୟାପିବାର ସମ୍ଭାବନା ରହିଛି । ଯାହାର ପ୍ରତିବାଦ କରି କଂଗ୍ରେସ ଛାତ୍ର ଓ କର୍ମୀମାନେ ବହୁ କର୍ମଚାରୀଙ୍କୁ କମ୍ପାନୀ ଯିବାକୁ ଅଟକାଉଥିବା ଦେଖିବାକୁ ମିଳିଛି ।
ଯେଉଁ ଶିଳ୍ପ ସଂସ୍ଥାର ଲୋକେ କୋରୋନା ଆକ୍ରାନ୍ତ ହୋଇଛନ୍ତି, ସେମାନଙ୍କୁ ଅନୁଗୋଳ ସହରକୁ ନଆସିବାକୁ ଓ ଯେଉଁମାନେ କମ୍ପାନୀ ଯାଉଛନ୍ତି ସେମାନଙ୍କୁ ନଯିବାକୁ ବାରଣ କରିଛି କଂଗ୍ରେସ ।
ଅନୁଗୋଳରୁ ଛେଣ୍ଡିପଦା ସଂଯୋଗ କରୁଥିବା ରାସ୍ତାରେ ଥିବା ଶିଳ୍ପ ସଂସ୍ଥାକୁ କର୍ମଚାରୀ ଓ ଶ୍ରମିକଙ୍କୁ ନ ଯିବାକୁ କଂଗ୍ରେସ ଛାତ୍ର ଓ କର୍ମୀ ବାରଣ କରୁଥିବା ଦେଖିବାକୁ ମିଳିଛି । ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଛି।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ