ETV Bharat / state

ପୂର୍ବ ଶତୃତାରୁ ଆକ୍ରମଣ, ଥାନାରେ ନ ଶୁଣିବାରୁ ଏସପିଙ୍କ ଦ୍ବାରସ୍ଥ - ଥାନାରେ ନ ଶୁଣିବାରୁ ଏସପିଙ୍କ ଦ୍ବାରସ୍ତ

ଅନୁଗୋଳ ନିଶା ଶିଳ୍ପାଞ୍ଚଳ ଥାନା କଙ୍କରେଇ ଗାଁରେ ପୂର୍ବ ଶତୃତାକୁ ନେଇ ସଂଘବଦ୍ଧ ଆକ୍ରମଣରେ ଦୁଷ୍ମନ୍ତ ସାହୁ ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଅଧିକ ପଢନ୍ତୁ...

ଥାନାରେ ନ ଶୁଣିବାରୁ ଏସପିଙ୍କ ଦ୍ବାରସ୍ତ
ଥାନାରେ ନ ଶୁଣିବାରୁ ଏସପିଙ୍କ ଦ୍ବାରସ୍ତ
author img

By

Published : Sep 8, 2020, 3:05 PM IST

ଅନୁଗୋଳ: ପୂର୍ବ ଶତୃତାରୁ ଆକ୍ରମଣ । ଥାନାରେ ଅଭିଯୋଗ କରିବାରୁ ଜୀବନରୁ ମାରି ଦେବାକୁ ଧମକ । ଏନେଇ ଏକ ପରିବାର ଜିଲ୍ଲାପାଳ ଓ ଏସପିଙ୍କ ନିକଟରେ ନିଜର ଆପତ୍ତି ଉଠାଇଛନ୍ତି । ଅନୁଗୋଳ ନିଶା ଶିଳ୍ପାଞ୍ଚଳ ଥାନା କଙ୍କରେଇ ଗାଁରେ ପୂର୍ବ ଶତୃତାକୁ ନେଇ ସଂଘବଦ୍ଧ ଆକ୍ରମଣରେ ଦୁଷ୍ମନ୍ତ ସାହୁ ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି ।

ପୂର୍ବ ଶତୃତାରୁ ଆକ୍ରମଣ, ଥାନାରେ ନ ଶୁଣିବାରୁ ଏସପିଙ୍କ ଦ୍ବାରସ୍ତ

ସୂଚନାଯୋଗ୍ୟ, ଗତ 28 ତାରିଖ ଦିନ ଦୁଷ୍ମନ୍ତଙ୍କ ଉପରେ ପୁରୁଣା ରାଗ ସୁଝେଇବା ପାଇଁ ଉକ୍ତ ଗାଁ ର ୪ ଜଣ ଯୁବକ ବିଭିନ୍ନ ମାରଣାସ୍ତ୍ର ଧରି ଦୁଷ୍ମନ୍ତଙ୍କ ବିଲରେ ଫସଲ ଖାଇବାକୁ ଜାଣିଶୁଣି ଛେଳି ଛାଡି ଦେଇଥିଲେ। ଏହାକୁ ଦୁଷ୍ମନ୍ତ ବିରୋଧ କରିବାରୁ ସଙ୍ଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରି ସେଠାରୁ ପଳାଇ ଥିଲେ। ଏନେଇ ଦୁଷ୍ମନ୍ତ ନିଶା ଶିଳ୍ପାଞ୍ଚଳ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିନାହିଁ । ପୁଣି ଆକ୍ରମଣ ପାଇଁ ଧମକ ଦେଉଛନ୍ତି ।

ଫଳରେ ଆହତ ଦୁଷ୍ମନ୍ତଙ୍କ ମା ବାସନ୍ତୀ ସାହୁ ଆଜି ଏସପିଙ୍କୁ ଭେଟି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତାଙ୍କ ପରିବାରକୁ ବଞ୍ଚାଇବାକୁ ନିବେଦନ କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.