ଅନୁଗୋଳ: ଜିଲ୍ଲାରେ ମୋ ସରକାର ପ୍ରଭାବ। ଚିକିତ୍ସାଳୟ ବୁଲି ସ୍ଥିତି ପରଖିଲେ ଜିଲ୍ଲାପାଳ । ଏହାସହ ପରିମଳ ବ୍ୟବସ୍ଥାର ମଧ୍ୟ କଲେ ଯାଞ୍ଚ । ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବୁଲି ବୁଲି ସ୍ଥିତି ସମୀକ୍ଷା କରିଛନ୍ତି ଅନୁଗୋଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ।
ଚିକିତ୍ସାଳୟର ବିଭିନ୍ନ ୱାର୍ଡକୁ ଯାଇ ସେଠାରେ ରୋଗୀମାନଙ୍କ ସହିତ କଥାବାର୍ତ୍ତା କରିଛନ୍ତି । ସେମାନଙ୍କୁ ଠିକରେ ଔଷଧ ଓ ଖାଇବା ମିଳୁଛି କି ନାହିଁ ତାହା ମଧ୍ୟ ପଚାରି ବୁଝିଛନ୍ତି ଜିଲ୍ଲାପାଳ । ଏହାସହ ଚିକିତ୍ସାଳୟର ପରିମଳ ବ୍ୟବସ୍ଥାର ମଧ୍ୟ ଯାଞ୍ଚ କରିଛନ୍ତି । କୌଣସି ଡାକ୍ତର କିମ୍ବା ନର୍ସ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ କିଛି ଅର୍ଥ ଦାବି କରୁଛନ୍ତି କି ସେନେଇ ମଧ୍ୟ ରୋଗୀଙ୍କୁ ପଚାରିଛନ୍ତି ଜିଲ୍ଲାପାଳ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ