ଅନୁଗୋଳ: ଥରୁଛି ଅନୁଗୋଳ । ଦିନକୁ ଦିନ ଖସିବାରେ ଲାଗିଛି ପାରଦ । ଗତ ସପ୍ତାହେ ଧରି ଜିଲ୍ଲାରେ ତାପମାତ୍ରା 8 ଡ଼ିଗ୍ରୀ ରୋହୁଥିବା ବେଳେ ହଠାତ୍ ତାହା 5 ଡ଼ିଗ୍ରୀକୁ ଖସି ଆସିଛି । ଫଳରେ ଅକାଠୁଆ ଯାଡରେ ଅସ୍ତବ୍ୟସ୍ତ ହୋଇ ପାପଡିଛି ଜନ ଜୀବନ । ଖାଲି ମଣିଷ ନୁହେଁ ପଶୁମାନେ ମଧ୍ୟ ଏଥିପାଇଁ ପ୍ରଭାବିତ ହୋଇଛନ୍ତି ।
ଜାରି କରିଛି ଅଘୋଷିତ କର୍ଫ୍ୟୁ । ପୁରା ଜୀବନ ଯାତ୍ରାକୁ କରିଛି ପ୍ରଭାବିତ । ସାରା ରାଜ୍ୟରେ ଶୀତର ଲହରୀ ଜାରି ରହିଥିବା ବେଳେ ଏଥିରେ ପ୍ରଭାବିତ ହୋଇଛି ଅନୁଗୋଳ । ସନ୍ଧ୍ୟା ହେଲେ ରାସ୍ତା ଘାଟ, ବଜାର ସବୁ କିଛି ହୋଇ ଯାଉଛି ଶୂନସାନ । ଯେଉଁଠି ଦେଖିଲେ ଲୋକେ ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ଜାଳି ବସିଛନ୍ତି । ସକାଳ ସମୟରେ ମର୍ଣ୍ଣିଂ ଓ୍ବାର୍କ ଏବଂ ବ୍ୟାୟାମ ପାଇଁ ଆସୁଥିବା ଲୋକେ ଆଉ ଆସୁ ନାହାଁନ୍ତି । ଆଉ ଦିନ ତମାମ ବହୁଛି କୋହଲା ପବନ । ହଠାତ ତାପମାତ୍ରା କମିଥିବାରୁ ଲୋକେ ନିଜକୁ ଖାପ ଖୁଆଇ ପାରୁ ନାହାନ୍ତି । ରାତିରେ ବସ ଯାତ୍ରା କରୁଥିବା ଲୋକେ ହୁଅନ୍ତୁ କିମ୍ବା ରାତ୍ରି ଜଗୁଆଳି ଏମାନଙ୍କୁ ଜାଡ ଦେଇଛି କଷ୍ଟ ।
ଶୀତରେ ସବୁଠାରୁ ଅଧିକ କଷ୍ଟ ପାଉଛନ୍ତି ରାସ୍ତା କଡରେ ରହୁଥିବା ଲୋକେ । ଆଉ ନିରାଶ୍ରୟଙ୍କ ପାଇଁ ଅନ୍ୟର ଦୋକାନ ବାରଣ୍ଡା ହୋଇଛି ଆଶ୍ରୟସ୍ଥଳୀ । ଖାଲି ମଣିଷ ନୁହେଁ ଗୋରୁ ଗାଈ ମଧ୍ୟ ଶୀତରୁ ରକ୍ଷା ପାଇବା ପାଇଁ ମଧ୍ୟ ଦୋକାନ ବାରଣ୍ଡରେ ଶୋଇଛନ୍ତି । କେହି କେହି ଶୀତକୁ ଆଦରି ନେଉଥିବା ବେଳେ କେହି କେହି ଶୀତ ସହ୍ୟ କରି ପାରୁ ନାହାଁନ୍ତି । ଆଗକୁ ଶୀତର ପ୍ରକୋପ ଜାରି ରହିବ ଯାହାକୁ ନେଇ ଏବେ ଲୋକେ ଚିନ୍ତାରେ ପଡ଼ି ଯାଇଛନ୍ତି ।
ବାସହୀନ ଲୋକଙ୍କ ପାଇଁ ପୌରପାଳିକା ପକ୍ଷରୁ ରାତ୍ରି କାଳୀନ ଆଶ୍ରୟସ୍ଥଳୀ ରହିବା କଥା । ହେଲେ ଅନୁଗୋଳରେ ତାହା ନାହିଁ । ଫଳରେ ବହୁ ରିକ୍ସା ବାଲା ଓ ଦିନ ମଜୁରିଆ ଦୋକାନ ବାରଣ୍ଡାରେ ଥରି ଥରି ରାତି କଟାଉଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ