ETV Bharat / state

କୋଲକତା ଫେରନ୍ତା ଯୁବତୀଙ୍କୁ ବିଡିଓଙ୍କ ଅଶାଳୀନ ବ୍ୟବହାର, ଅଡିଓ ଭାଇରାଲ

author img

By

Published : May 15, 2020, 12:06 PM IST

ଛେଣ୍ଡିପଦା ବ୍ଲକ ବିଡିଓ କୋଲକତା ଫେରନ୍ତା କିଛି ଯୁବତୀଙ୍କୁ ଫୋନ ଯୋଗେ ଦୁର୍ବ୍ୟବହାର କରିବା ସହ ଧମକ ଚମକ ଦେଇଥିବା ଅଭିଯୋଗ । ବିଡିଓ ଯେଉଁଭଳି ଭାବେ ଅଶ୍ଳୀଳ ଭାଷାରେ କହୁଛନ୍ତି ଏବଂ ଧମକ ଦେଉଛନ୍ତି ତାହା ଏବେ ଭାଇରାଲ ହେବାରେ ଲାଗିଛି । ତେବେ ଏନେଇ ବିଡିଓଙ୍କୁ ଫୋନରେ ଯୋଗାଯୋଗ କରିବାରୁ ସେ ଏଭଳି ଖରାପ ଭାଷାରେ ଗାଳି କରିଥିବା ସ୍ବୀକାର କରିଛନ୍ତି ।

କୋଲକତା ଫେରନ୍ତା ଯୁବତୀମାନଙ୍କୁ ବିଡିଓଙ୍କ ଅଶାଳୀନ ବ୍ୟବହାର, ଅଡିଓ ଭାଇରାଲ

ଅନୁଗୋଳ: ଜିଲ୍ଲାର ଛେଣ୍ଡିପଦା ବ୍ଲକ ବିଡିଓ କୋଲକତା ଫେରନ୍ତା କିଛି ଯୁବତୀଙ୍କୁ ଫୋନ ଯୋଗେ ଦୁର୍ବ୍ୟବହାର କରିବା ସହ ଧମକ ଚମକ ଦେଇଥିବା ଅଭିଯୋଗ ହୋଇଛି । ଫୋନରେ ବିଡିଓ ଯେଉଁଭଳି ଭାବେ ଅଶ୍ଳୀଳ ଭାଷାରେ କହୁଛନ୍ତି ଏବଂ ଧମକ ଦେଉଛନ୍ତି ତାହା ଏବେ ଭାଇରାଲ ହେବାରେ ଲାଗିଛି ।

କୋଲକତାରୁ ଏକ ବସ୍‌ ଯୋଗେ ବିଭିନ୍ନ ଜିଲ୍ଲାର କେତେକ ଯୁବକ ଓ ଯୁବତୀ ଗୁରୁବାର ମଧ୍ୟାହ୍ନ 12ଟାରେ ଭୁବନେଶ୍ବରରେ ପହଞ୍ଚି ଥିଲେ । ସେମାନଙ୍କ ଭିତରେ ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ବ୍ଲକର ଜଣେ, ବଅଁରପାଳ ବ୍ଲକର ଦୁଇଜଣ ଓ ତାଳଚେର ବ୍ଲକର ଦୁଇଜଣ ଥିଲେ । ବସରୁ ଓହ୍ଲାଇବା ପରେ ସେମାନେ ବାରମ୍ବାର ପ୍ରଶାସନିକ ଅଧିକାରୀମାନଙ୍କୁ ଫୋନ କରିଥିଲେ। କିନ୍ତୁ ପ୍ରାୟ 12ଘଣ୍ଟା ପରେ ରାତି 12ଟା ରେ ଏକ ଗାଡି ପହଁଚି ସେମାନଙ୍କୁ ଅନୁଗୋଳକୁ ଆଣିଥିଲା । ହେଲେ ସମସ୍ତ 5ଜଣଙ୍କୁ ଗାଡି ଛେଣ୍ଡିପଦା ବ୍ଲକର ବରପଡା ଠାରେ ଛାଡି ଦେଇଥିଲା । ସେହି ପଞ୍ଚାୟତର ଜଣେ ଯୁବତୀକୁ ତାଙ୍କ ସରପଞ୍ଚ ତାଙ୍କୁ ନେଇ କ୍ଵାରେଣ୍ଟିନରେ ରଖିଥିଲେ । କିନ୍ତୁ ଅନ୍ୟ 4ଜଣଙ୍କୁ ସ୍ଥାନୀୟ ଲୋକେ ରଖିବାକୁ ମନା କରି ଦେଇଥିଲେ । ଅନ୍ୟ ପକ୍ଷରେ ତାଳଚେର ଓ ବଅଁରପାଳ ବ୍ଲକର ଯୁବତୀ ମାନେ ନିଜ ନିଜ ପଞ୍ଚାୟତରେ ଛାଡି ବାକୁ ଅନୁରୋଧ କରିଥିଲେ । ଏନେଇ ଛେଣ୍ଡିପଦା ବିଡିଓଙ୍କୁ ଫୋନ କରି ଜଣାଇଥିଲେ ।

କିନ୍ତୁ ବିଡିଓ ସେମାନଙ୍କ କୌଣସି କଥା ଶୁଣିବାକୁ ମନା କରି ଦେବା ସହ ଗାଳିଗୁଲଜ କରିଥିଲେ । ତୁମେ ଆମ ବ୍ଲକର ନୁହଁ । ଏଠାରେ ରୁହ । ମୋତେ ଏଠାରେ ରଖିବାକୁ କୁହାଯାଇଛି । ନଚେତ ଚାଲି ଚାଲି ଯାଅ ବୋଲି ରୋକଠୋକ ଶୁଣାଇ ଦେଇଥିଲେ । ଶେଷରେ ତାଳଚେର ବ୍ଲକ ବ୍ରଜନାଥପୁର ପଞ୍ଚାୟତର ସରପଞ୍ଚ ବରପଡା ପହଞ୍ଚି ସମସ୍ତଙ୍କୁ ଆଣିଥିଲେ । 2ଜଣଙ୍କୁ ତାଳଚେର ସନ୍ଥପଡା କ୍ଵାରେଣ୍ଟିନରେ ଏବଂ ଆଉ 2ଜଣ ଜଣଙ୍କୁ ବଅଁରପାଳ ବ୍ଲକ କାଣ୍ଡସର କ୍ଵାରେଣ୍ଟିନରେ ରଖାଇଛନ୍ତି । ତେବେ ଏନେଇ ବିଡିଓଙ୍କୁ ଫୋନରେ ଯୋଗାଯୋଗ କରିବାରୁ ସେ ଏଭଳି ଖରାପ ଭାଷାରେ ଗାଳି କରିଥିବା ସ୍ବୀକାର କରିଛନ୍ତି ।

ଏଠାରେ କଥା ଉଠିଛି ଯେ କୋରୋନା ଯୋଗୁ ସମସ୍ତେ ପ୍ରଭାବିତ । ସରକାର ଏହାର ମୁକାବିଲା ପାଇଁ ବହୁ ପଦକ୍ଷେପ ନେଉଛନ୍ତି । କିଭଳି ରାଜ୍ୟର ସମସ୍ତ ଲୋକ ସୁରକ୍ଷିତ ରହିବେ ସେଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଏଭଳି କିଛି ଦାୟିତ୍ବହୀନ ଅଧିକାରୀଙ୍କ ପାଇଁ ସରକାରଙ୍କ ଉଦ୍ଦେଶ୍ୟ ପୂରଣ ହୋଇ ପାରୁନାହିଁ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.