ETV Bharat / state

ଆଦିବାସୀଙ୍କୁ ସ୍ବାବଲମ୍ବୀ କରିବ ମହୁମାଛି, ସରକାର ଯୋଗାଉଛନ୍ତି ପ୍ରୋତ୍ସାହନ

ମହୁ ଚାଷ କରି ସ୍ବାବଲମ୍ବୀ ହେବେ ଆଦିବାସୀ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବୟଂ ସହାୟକ ସଦସ୍ୟାଙ୍କୁ ମହୁଚାଷ ପାଇଁ ଦିଆଯାଉଛି ପ୍ରୋତ୍ସାହନ । ଅନୁଗୋଳ ଆଦିବାସୀ ଅଧ୍ୟୁଷିତ ପବଲା ଗାଁରେ ପରୀକ୍ଷାମୂଳକ ଭାବେ ପ୍ରଥମ ଥର ଯୋଗାଇ ଦିଆଯାଇଛି ମହୁ ବାକ୍ସ । ଅଧିକ ପଢନ୍ତୁ...

ଆଦିବାସୀଙ୍କୁ ସ୍ବାବଲମ୍ବୀ କରିବ ମହୁମାଛି, ସରକାର ଯୋଗାଉଛନ୍ତି ପ୍ରୋତ୍ସାହନ
ଆଦିବାସୀଙ୍କୁ ସ୍ବାବଲମ୍ବୀ କରିବ ମହୁମାଛି, ସରକାର ଯୋଗାଉଛନ୍ତି ପ୍ରୋତ୍ସାହନ
author img

By

Published : Jun 18, 2021, 10:12 AM IST

ଅନୁଗୋଳ: କୋରୋନା କାଳରେ ଜଙ୍ଗଲ ଅଧ୍ୟୁଷିତ ଆଦିବାସୀମାନଙ୍କ ଜୀବିକାର ଉନ୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି । ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ତାଲିମ ଦେବା ସହ ଦିଆଯାଉଛି ମହୁ ବାକ୍ସ ଓ ଅନ୍ୟାନ୍ୟ ଆବଶ୍ୟକ ସରଞ୍ଜାମ । ଯାହାଦ୍ବାରା ମହିଳାମାନେ ମହୁ ଉତ୍ପାଦନ କରି ନିଜର ଗୁଜୁରାଣ ମେଣ୍ଟାଇ ପାରିବେ ଏବଂ ସ୍ବାବଲମ୍ବୀ ହୋଇପାରିବେ । ପରୀକ୍ଷାମୂଳକ ଭାବେ ଅନୁଗୋଳ ଜିଲ୍ଲାର ଘଞ୍ଚ ଜଙ୍ଗଲ ପାହାଡ଼ ଘେରା ପବଲା ଗାଁରେ ପ୍ରଥମ ଥର ପାଇଁ ଯୋଗାଇ ଦିଆଯାଇଛି ୧୦୦ଟି ମହୁ ବାକ୍ସ ।

ଆଦିବାସୀଙ୍କୁ ସ୍ବାବଲମ୍ବୀ କରିବ ମହୁମାଛି, ସରକାର ଯୋଗାଉଛନ୍ତି ପ୍ରୋତ୍ସାହନ

ଅନୁଗୋଳ ଜିଲ୍ଲାର ପବଲା ଗାଁ । ଘଞ୍ଚ ଜଙ୍ଗଲ ଓ ପାହାଡ଼ ପରିବେଷ୍ଟିତ ଗାଁଟି । ଗାଁରେ ରୁହନ୍ତି ୨୨ଟି ଆଦିବାସୀ ପରିବାର । କିଏ ଚାଷ ତ ଆଉ କିଏ ମୂଲମଜୁରୀ କରି ଚଳନ୍ତି । ସବୁ ସମୟରେ ବନ୍ୟଜନ୍ତୁଙ୍କ ପ୍ରାଦୁର୍ଭାବ । ଯାହା ଫସଲ କଲେ ତାକୁ ନଷ୍ଟ କରି ଦିଅନ୍ତି ଜଙ୍ଗଲୀ ଜନ୍ତୁ । ତେଣୁ ଅନେକ ଅଭାବ ଅନାଟନ ଭିତରେ ବଞ୍ଚନ୍ତି ଏଠାକାର ଲୋକେ । ଏଭଳି ସ୍ଥିତିରେ ସେମାନଙ୍କ ଜୀବିକାର ଉନ୍ନତି ପାଇଁ ସହାୟତାର ହାତ ବଢାଇଛନ୍ତି କେନ୍ଦ୍ର ସରକାରଙ୍କ ଖଦି ଓ ଗ୍ରାମଦ୍ୟୋଗ ବିଭାଗ ଏବଂ ରାଜ୍ୟ ସରକାରଙ୍କ ତାଳ ଗୁଡ଼ ସମବାୟ ସମିତି । ଉଭୟ ବିଭାଗ ତରଫରୁ ଗାଁରେ ମହୁ ଚାଷ ପାଇଁ ନିଆଯାଇଛି ଆବଶ୍ୟକ ପଦକ୍ଷେପ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ସ୍ୱତନ୍ତ୍ର ଭାବେ ତାଲିମ ଦିଆଯାଇଛି । ସମସ୍ତ ପରିବାରକୁ ଏକକାଳୀନ ୧୦୦ଟି ମହୁ ବାକ୍ସ ଏବଂ ଆବଶ୍ୟକ ସରଞ୍ଜାମ ଦିଆଯାଇଛି । ଯାହାକି ସେମାନଙ୍କ ଜୀବିକା ନିର୍ବାହ ଓ ଆର୍ଥିକ ବିକାଶରେ ସହାୟତା ହୋଇପାରିବ ବୋଲି କୁହାଯାଉଛି ।

ମିଳିଥିବା ମହୁ ବାକ୍ସ ସବୁକୁ କିଏ ଘର ସମ୍ମୁଖରେ ତ କିଏ ଛାତ ଉପରେ ରଖିଛନ୍ତି । ଜଙ୍ଗଲ ମଧ୍ୟରେ ଗାଁଟି ଥିବାରୁ ପ୍ରଚୁର ଫୁଲ ମିଳୁଛି । ଫଳରେ ବାକ୍ସ ଭିତରେ ମହୁମାଛି ଫେଣା ତିଆରି କରିବା ଆରମ୍ଭ କଲେଣି । ସକାଳ ହେଲେ ଗାଁର ମହିଳା ଓ ପୁରୁଷମାନେ ଲାଗି ପଡ଼ୁଛନ୍ତି ବାକ୍ସ ଗୁଡିକୁ ଯତ୍ନ ନେବାରେ । ଖାଲି ସେତିକି ନୁହେଁ, ଆଗାମୀ ଦିନରେ କିଭଳି ମହୁମାଛିଙ୍କ ଖାଦ୍ୟ ପାଇଁ ଗାଁରେ ସୋରିଷ ଚାଷ କରିବା, ସଜନା ଗଛ ଲଗାଇବା ଫସଲରେ କୀଟନାଶକ ବ୍ୟବହାର ନ କରିବା ପାଇଁ ବିଭାଗ ପକ୍ଷରୁ ଦିଆଯାଇଥିବା ପରାମର୍ଶ ଲୋକେ ପାଳନ କରିବେ ବୋଲି କହିଛନ୍ତି । ଏମାନେ ଏହି ଚାଷରେ ସଫଳ ହେଲେ ବିଭାଗ ପକ୍ଷରୁ ଆଗାମୀ ଦିନରେ ଆହୁରି ସହାୟତା ଯୋଗାଇ ଦିଆଯିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ଦାୟିତ୍ୱରେ ଥିବା NGO ମୁଖ୍ୟ । ଦିନ ଥିଲା ପ୍ରଶାସନ ପାଇଁ ଅପହଞ୍ଚ ଥିଲା ଏହି ପବଲା ଗାଁ । ଏବେ ଗାଁ ଲୋକଙ୍କ ଜୀବନ ଓ ଜୀବିକାର ଉନ୍ନତି ପାଇଁ ଆରମ୍ଭ ହୋଇଥିବା ପ୍ରୟାସ ଉଭୟ ଗ୍ରାମବାସୀ ଓ ସରକାରଙ୍କ ପାଇଁ ସଫଳତା ଆଣିଦେବ ନିଶ୍ଚୟ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.