ETV Bharat / state

ଲାଞ୍ଚ ନେଇ CBI ହାତରେ MCL ଖଣି ସୁରକ୍ଷା ଅଧିକାରୀ

ଲାଞ୍ଚ ନେଇ ସିବିଆଇ ହାତରେ ଧରାପଡିଲେ MCL କମ୍ପାନୀର ଅଧିକାରୀ । ଜଣେ ସୁରକ୍ଷା କର୍ମୀଙ୍କୁ ଓଭର ଟାଇମ ଡ୍ୟୁଟି କରାଇ ଦେବା ପାଇଁ ଟଙ୍କା ନେଉଥିବା ବେଳେ ଧରା ପଡିଛନ୍ତି ସମ୍ପୃକ୍ତ ଅଧିକାରୀ । ଅଧିକ ପଢନ୍ତୁ

ଲାଞ୍ଚ ନେଇ ସିବିଆଇ ହାତରେ ଧରା ପଡିଲେ MCLର ଖଣି ସୁରକ୍ଷା ଅଧିକାରୀ

author img

By

Published : Mar 1, 2022, 12:24 PM IST

ଅନୁଗୋଳ : ସିବିଆଇ ଜାଲରେ MCLର ଖଣି ସୁରକ୍ଷା ଅଧିକାରୀ ଇନଚାର୍ଜ । ୩ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ହାତରେ ଧରାପଡିଛନ୍ତି MCLର ବଳରାମ କୋଇଲା ଖଣି ସୁରକ୍ଷା ଅଧିକାରୀ ଇନଚାର୍ଜ ଜୟନ୍ତ ବାରିକ । ଓଭର ଟାଇମ ଡ୍ୟୁଟି କରାଇ ଦେଇଥିବା ନେଇ ଅନ୍ୟ ଜଣେ MCL ର ସୁରକ୍ଷାକର୍ମୀ ମହେଶ ନାଏକଙ୍କୁ ଲାଞ୍ଚ ମାଗୁଥିଲେ ଜୟନ୍ତ । ଏନେଇ ଅଭିଯୋଗ ପରେ ସିବିଆଇ ତାଙ୍କୁ ଗିରଫ କରିଛି ।

ଲାଞ୍ଚ ନେଇ CBI ହାତରେ MCL ଖଣି ସୁରକ୍ଷା ଅଧିକାରୀ

MCL ର ସୁରକ୍ଷାକର୍ମୀ ମହେଶଙ୍କୁ ଓଭର ଟାଇମ ଡ୍ୟୁଟି ପାଇଁ ଲାଞ୍ଚ ମାଗିବାରୁ ସେ ଭୁନେଶ୍ୱରର ସିବିଆଇ ଅଫିସର ଦ୍ୱାରସ୍ଥ ହୋଇଥିଲେ । ତେବେ ଓଟି ପାଇଁ ଟଙ୍କା ଦେବା ବେଳେ ସିବିଆଇର ୧୦ଜଣିଆ ଟିମ ତାଙ୍କୁ ଗିରଫ କରିଛି । ଗିରଫ ପରେ ତାଙ୍କ ଘର ସମେତ ଅଫିସରେ ଖୋଳତାଡ଼ ଜାରି ରଖିଛି ସିବିଆଇ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.