ETV Bharat / state

ଅନୁଗୋଳରୁ କଟକ ଓ ଭୁବନେଶ୍ବରକୁ ଗଡିଲାନି ବସ୍ - ଅନୁଗୋଳ କଟକ ବସ ଚଳାଚଳ ବନ୍ଦ

ରାସ୍ତା ମରାମତି ପାଇଁ ବାରମ୍ବାର ଦାବି ସତ୍ତ୍ବେ ଶୁଣିଲେନି ସରକାର । ଅନୁଗୋଳରୁ କଟକ ଏବଂ ଭୁବନେଶ୍ବରକୁ ବସ ଚଳାଚଳ ବନ୍ଦ କଲେ ବସ୍ ମାଲିକ ସଙ୍ଘ । ଅଧିକ ପଢନ୍ତୁ

ଅନୁଗୋଳରୁ କଟକ ଓ ଭୁବନେଶ୍ବରକୁ ଗଡିଲାନି ବସ୍
ଅନୁଗୋଳରୁ କଟକ ଓ ଭୁବନେଶ୍ବରକୁ ଗଡିଲାନି ବସ୍
author img

By

Published : Dec 23, 2021, 1:51 PM IST

ଅନୁଗୋଳ: ରାସ୍ତା ସମସ୍ୟା ପାଇଁ ଅନୁଗୋଳରୁ ଗଡିଲାନି ବସ୍ । ଆଜି ଅନୁଗୋଳରୁ କଟକକୁ ବସ ଚଳାଚଳ ବନ୍ଦ କଲେ ଅନୁଗୋଳ ବସ୍ ମାଲିକ ସଙ୍ଘ । ଅନୁଗୁଳ ଠାରୁ ମଙ୍ଗୁଳି ପର୍ଯ୍ୟନ୍ତ ୫୫ ନଂ ଜାତୀୟ ରାଜପଥ ଅତ୍ୟନ୍ତ କଦର୍ଯ୍ୟ ହୋଇପଡିଥିବାବେଳେ ମରାମତି ହେଉନଥିବାରୁ ଆଜି ଅନୁଗୋଳରୁ କଟକ ଏବଂ ଭୁବନେଶ୍ବରକୁ ସମସ୍ତ ଘରୋଇ ବସ ଚଳାଚଳ ବନ୍ଦ ରହିଛି ।

ଅନୁଗୋଳରୁ ଗଡିଲାନି କଟକକୁ ବସ୍

ରାଜ୍ୟ ଘରୋଇ ବସ ମାଲିକଙ୍କ ନିଷ୍ପତ୍ତି ଅନୁସାରେ, ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା ବସ ମାଲିକ ସଙ୍ଘ। ଫଳରେ ଅନୁଗୋଳରୁ କଟକ ଏବଂ ଭୁବନେଶ୍ବରକୁ ଦୈନିକ ଚଳାଚଳ କରୁଥିବା ପ୍ରାୟ ୬୦ଟି ବସ୍ ଚଳାଚଳ କରିନାହିଁ । ଯାହାଫଳରେ ବସଷ୍ଟାଣ୍ଡରେ ବହୁ ସଂଖ୍ୟାରେ ଯାତ୍ରୀ ନାହିଁ ନଥିବା ଅସୁବିଧା ଭୋଗିଛନ୍ତି । ଅନେକ ଯାତ୍ରୀ ବସ ଚଳାଚଳ ବନ୍ଦ ଥିବା ଜାଣି ନପାରି ଶୀତ କାକରରେ ଆସି ପୁଣି ଫେରିଯାଇଥିବାର ଦେଖାଯାଇଛି ।

ଅନୁଗୋଳ ଠାରୁ ମଙ୍ଗୁଳି ପର୍ଯ୍ୟନ୍ତ ୫୫ନମ୍ବର ଜାତୀୟ ରାଜପଥର ଅବସ୍ଥା ଅତ୍ୟନ୍ତ ଖରାପ ହୋଇ ପଡିଛି । ମନ୍ଥର ଗତିରେ ନିର୍ମାଣ କାର୍ଯ୍ୟ ଚାଲିଛି । ସେହି ରାସ୍ତାରେ ଗାଡ଼ି ଚଳାଚଳ ଲାଗି ଅଧିକ ସମୟ ଲାଗୁଛି । ଗାଡିର ଯନ୍ତ୍ରାଂଶ ମଧ୍ୟ ଖରାପ ହୋଇଯାଉଛି । ଯଥାଶୀଘ୍ର ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଦୀର୍ଘ ଦିନ ହେଲାଣି ବସ ମାଲିକ ସଙ୍ଘ ସରକାରଙ୍କୁ ଦାବି କରି ଆସୁଛନ୍ତି । ସରକାର ସେମାନଙ୍କ ଦାବି କର୍ଣ୍ଣପାତ ନ କରିବାରୁ ବାଧ୍ୟ ହୋଇ ସେମାନେ ଚଳାଚଳ ବନ୍ଦ କରିଛନ୍ତି । ଆଗାମୀ ଦିନରେ ଦାବି ପୂରଣ ନ ହେଲେ ପୁଣି ବସ ଚଳାଚଳ ବନ୍ଦ କରିବାକୁ ଚେତାବନୀ ଦେଇଛି ସଙ୍ଘ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.