ETV Bharat / state

ପୂରଣ ହେଲା ୨ ପଞ୍ଚାୟତବାସୀଙ୍କ ସ୍ବପ୍ୱ, ନିର୍ମାଣ ହେବ ସେତୁ - ନିର୍ମାଣ ହେବ ସେତୁ

ଅନୁଗୋଳ ବ୍ଲକ ମାଟିଆସାହି ଓ ସରଧାପୁର ପଞ୍ଚାୟତବାସୀଙ୍କ ଦୁଃଖ ଦୂର ହେବ । ଦୁଇଟି ପଞ୍ଚାୟତକୁ ସଂଯୋଗ କରୁଥିବା ପୋଲ ନିର୍ମାଣ ପାଇଁ ସରକାରଙ୍କ ଅନୁମତି । ଅଧିକ ପଢ଼ନ୍ତୁ

bridge built in matiasahi and saradhapur
ଅନୁଗୋଳ ବ୍ଲକରେ ନିର୍ମାଣ ହେବ ପୋଲ
author img

By

Published : Jun 16, 2023, 5:39 PM IST

ଅନୁଗୋଳ ବ୍ଲକରେ ନିର୍ମାଣ ହେବ ପୋଲ

ଅନୁଗୋଳ: ଦୀର୍ଘ ବର୍ଷର ଦାବି ପୂରଣ କଲେ ସରକାର । ଦୁଇଟି ପଞ୍ଚାୟତକୁ ସଂଯୋଗ କରୁଥିବା ପୋଲ ନିର୍ମାଣ ପାଇଁ ବିଜୁ ସେତୁ ଯୋଜନାରେ ପ୍ରାୟ ଅଢେଇ କୋଟି ଟଙ୍କା ମଞ୍ଜୁରୀ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ଥାନୀୟ ବିଧାୟକ ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ବର୍ତ୍ତମାନ ପୋଲ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ଆସନ୍ତା ଏକ ବର୍ଷ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ସମୟ ଧାର୍ଯ୍ୟ କରାଯାଇଛି । ଏହି ପୋଲ ତିଆରି ହେବା ଦ୍ବାରା ଏଥିରେ ଜିଲ୍ଲାର ଅନୁଗୋଳ ବ୍ଲକ ମାଟିଆସାହି ଓ ସରଧାପୁର ପଞ୍ଚାୟତର ୧୫ରୁ ଅଧିକ ଗ୍ରାମବାସୀ ଉପକୃତ ହେବେ ।

ଜିଲ୍ଲାର ଅନୁଗୋଳ ବ୍ଲକ ସରଧାପୁର ଓ ମାଟିଆସାହି ପଞ୍ଚାୟତ ମଝିରେ ଏକ ଜଙ୍ଗଲୀ ଚିରସ୍ରୋତା ନାଳ ଗମନାଗମନର ବାଧକ ସାଜିଥିଲା । ନାଳର ଉଭୟ ପାର୍ଶ୍ଵରେ ଦୁଇଟି ଯାକ ପଞ୍ଚାୟତର ଏକର ଏକର ଚାଷ ଜମି ଓ ଘରଡିହ ରହିଛି । କିନ୍ତୁ ନାଳ ଯୋଗୁଁ ତାହା କୌଣସି କାମରେ ଆସିପାରୁ ନାହିଁ । ବର୍ଷା ଦିନେ ପ୍ରାୟ ୪ ମାସରୁ ଅଧିକ ନାଳ ଅପରପର୍ଶ୍ୱରେ ଥିବା ୨/୩ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଥାନ୍ତି । ଏପରିକି ସରକାରୀ ରିଲିଫ ମଧ୍ୟ ସେମାନଙ୍କ ପାଖରେ ପହଞ୍ଚିବା ସମ୍ଭବ ହୋଇପାରୁ ନାହିଁ । ଏହାଛଡା ପିଲାମାନେ ପାଠ ପଢିବାକୁ ସ୍କୁଲ ମଧ୍ୟ ଯାଇପାରନ୍ତି ନାହିଁ। ଏହି ଦୁଇ ଗ୍ରାମରେ ଅଧିକାଂଶ ଦିନ ମଜୁରିଆ ହୋଇଥିବାରୁ କାମଧନ୍ଦା କରିବାକୁ ବାହାରକୁ ଯାଇ ଆସିପାରନ୍ତି ନାହିଁ । ଜିଲ୍ଲା ସଦର ସଦରମହାକୁମା ଠାରୁ ମାତ୍ର ୧୫ କିମି ଦୂରରେ ଥିବା ଏହି ଗାଁ ଗୁଡିକର ଅବସ୍ଥା ଗମନାଗମନ କ୍ଷେତ୍ରରେ ଏମିତି ରହିଛି । ଲୋକେ ବାରମ୍ବାର ନାଳ ଉପରେ ପୋଲଟିଏ ନିର୍ମାଣ କରିବାକୁ ପ୍ରଶାସନ ଠାରୁ ସ୍ଥାନୀୟ ଲୋକ ପ୍ରତିନିଧି ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବି କରି ଆସୁଥିଲେ । ଶେଷରେ ସରକାର ସେମାନଙ୍କ ଦୁଃଖ ଶୁଣିଲେ । ପ୍ରାୟ ଅଢେ଼ଇ କୋଟି ଟଙ୍କା ବ୍ୟୟରେ ରାମିମୁଣ୍ଡା ଗାଁ ନିକଟରେ ପୋଲ ନିର୍ମାଣ କାର୍ଯ୍ୟ ଚାଲିଛି ।

ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ କହିଛନ୍ତି, "ପୂର୍ବରୁ ଏହି ଅଞ୍ଚଳକୁ ଗସ୍ତ କରି ଲୋକଙ୍କର ଅସୁବିଧା ବୁଝିଥିଲି । ସେଠାରେ ଏକ ପୋଲ ନିର୍ମାଣ କରିବା ଆବଶ୍ୟକ ବୋଲି ନିଜେ ହୃଦବୋଧ କରିଥିଲି । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ପୋଲ ନିର୍ମାଣ ପାଇଁ ଅନୁରୋଧ କରିଥିଲି । ଶେଷରେ ମୁଖ୍ୟମନ୍ତ୍ରୀ ପୋଲ ନିର୍ମାଣକୁ ମଞ୍ଜୁରୀ ଦେଇଛନ୍ତି ।" ଦୀର୍ଘ ବର୍ଷର ଦାବି ପୂରଣ ହେବାକୁ ଯାଉଥିବାରୁ ଉକ୍ତ ଅଞ୍ଚଳର ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ଏହି ପରିପ୍ରେକ୍ଷୀରେ ବିଧାୟକ ପୋଲ ନିର୍ମାଣର ଭିତ୍ତି ପ୍ରସ୍ତର ସ୍ଥାପନ କରିବାକୁ ଯାଇଥିଲେ। ଅଞ୍ଚଳବାସୀ ତାଙ୍କୁ ବହୁ ଆନନ୍ଦର ସହ ବାଜା ବଜାଇ, ବାଣ ଫୁଟାଇ କୀର୍ତନ କକରି ତାଙ୍କୁ ପାଛୋଟି ନେଇଥିଲେ । କାରଣ ଲୋକଙ୍କର ଦୀର୍ଘ ବର୍ଷର ଆଶା ପୂରଣ ହେବାକୁ ଯାଉଛି । ଅନ୍ୟ ପକ୍ଷରେ ପୋଲ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି । ଆସନ୍ତା ବର୍ଷ ଜୁଲାଇ ମାସ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ କରାଯିବାର ଧାର୍ଯ୍ୟ କରାଯାଇଛି । ତେଣୁ ଲୋକଙ୍କର ଆଉ ଗମନାଗମନରେ କୌଣସି ଅସୁବିଧା ରହିବ ନାହିଁ। ଏଥର ପଡିଆ ପଡିଥିବା ଜମିରେ ଚାଷ କାର୍ଯ୍ୟ ହୋଇ ପାରିବ । ଲୋକେ କାମଧନ୍ଦା କରିବାକୁ ବାହାରକୁ ଯାଇଆସି ପାରିବେ ଏବଂ ପିଲାମାନେ ସହଜରେ ସ୍କୁଲ କଲେଜ ଯାଇ ପାରିବେ ବୋଲି ଗ୍ରାମବାସୀ କହିଛନ୍ତି । ପୋଲ ନିର୍ମାଣ ଆରମ୍ଭ ହେବା ପରେ ଏବେ ଉଭୟ ପଞ୍ଚାୟତରେ ଲୋକଙ୍କ ଖୁସି କହିଲେ ନସରେ। ଏଥିପାଇଁ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କୁ ହୃଦୟରୁ ଧନ୍ୟବାଦ ଦେବା ସହ କୃତଜ୍ଞତା ଜଣାଇଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.