ETV Bharat / state

ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ - police

ଅନୁଗୋଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ କୁଂଜାମର ତିନି ଦିନ ତଳୁ ନିଖୋଜ ଥିବା 3 ଜଣଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ଅପହରଣ ପରେ ହତ୍ୟା କରାଯାଇଥିବା ସନ୍ଦେହ କରି ତଦନ୍ତ ଚଳାଇଛି ପୋଲିସ । ଅଧିକ ପଢନ୍ତୁ...

ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର
ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର
author img

By

Published : Aug 3, 2021, 2:06 PM IST

ଅନୁଗୋଳ: ସିମକୋଇ ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର । ଅନୁଗୋଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ କୁଂଜାମର ତିନି ଦିନ ତଳୁ ନିଖୋଜ ଥିବା 3 ଜଣଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ଅପହରଣ ପରେ ହତ୍ୟା କରାଯାଇଥିବା ସନ୍ଦେହ କରି ତଦନ୍ତ ଚଳାଇଛି ପୋଲିସ ।

ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ସୂଚନାଅନୁସାରେ, ତିନି ଦିନ ତଳେ କୁଂଜାମ ଗାଁର 3 ଜଣଙ୍କ ନିଖୋଜ ହୋଇଥିଲେ । ସେମାନଙ୍କ ମଧ୍ୟରୁ ସମକୋଇ ନଦୀରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ କୁଂଜାମ ଗାଁର ମୁଣ୍ଡା ସାହିର ବୁଦ୍ଧୁ ଚାତର ବୋଲି ପୋଲିସ ସୂଚନା ଦେଇଛି। ବୁଦ୍ଧୁ ଛାତରର ସ୍ତ୍ରୀ ମୁନି ଛାତର ଓ ଦେଉଳ ଢିପା ସାହିର ବୁଦ୍ଧିଆ ଗାଗରାଇଙ୍କ ପତ୍ତା ଏ ଯାଏଁ ମିଳି ପାରିନାହିଁ । ଓଡ୍ରାଫ ଟିମ ସମକୋଇ ନଦୀରେ ଖୋଜାଖୋଜି ଜାରି ରଖିଛି ।

ଗୁଣି ଗାରେଡି ସନ୍ଦେହରେ ଏହି ଟ୍ରିପଲ ମର୍ଡର ହୋଇଥାଇ ପାରେ ବୋଲି ପୋଲିସ ଅନୁମାନ କରୁଛି । ଜିତମୁଣ୍ଡା ସାହିର କିଛି ଯୁବକ ସଂଘବଦ୍ଧ ଭାବରେ ଏହି ତିନି ଜଣଙ୍କୁ ହତ୍ୟା କରି ନଦୀରେ ଫିଙ୍ଗି ଦେଇଥିବା ସନ୍ଦେହ କରୁଛି ପୋଲିସ। ପୋଲିସ ସମକୋଇ ନଦୀ ପଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାରେ ଅଟକମାନଙ୍କ ଠାରୁ ଅଧିକ ତଥ୍ୟ ଆଦାୟ କରି ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ମିଳିପାରିବ ବୋଲି ପୋଲିସ ଆଶା ରଖିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.