ETV Bharat / state

‘କେନ୍ଦ୍ର ସହାୟତା ଚାଷୀଙ୍କୁ ଦେଉନି ରାଜ୍ୟ’ - ସହାୟତା ଚାଷୀଙ୍କୁ ଦେଉନି ରାଜ୍ୟ

ଚାଷୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅବହେଳା ଅଭିଯୋଗ କରି ଅନୁଗୋଳ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ରାସ୍ତାରୋକ କରାଯାଇଛି । ଅଧିକ ପଢନ୍ତୁ...

ବିଜେପି କୃଷକ ମୋର୍ଚ୍ଚାର ଅଭିଯୋଗ: କେନ୍ଦ୍ର ଦେଉଥିବା ସହାୟତା ଚାଷୀକୁ ଦେଉନି ରାଜ୍ୟ

author img

By

Published : Jul 1, 2021, 10:55 PM IST

ଅନୁଗୋଳ: ଚାଷୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅବହେଳା ଅଭିଯୋଗ କରି ଆଜି(ଗୁରୁବାର) ଅନୁଗୋଳ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ରାସ୍ତାରୋକ କରାଯାଇଛି । ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ବିଜୟ ମାଝୀଙ୍କ ନେତୃତ୍ୱରେ ଶତାଧିକ କର୍ମୀ ମଝିକା ଛକରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ବିଜେପି କୃଷକ ମୋର୍ଚ୍ଚାର ଅଭିଯୋଗ: କେନ୍ଦ୍ର ଦେଉଥିବା ସହାୟତା ଚାଷୀକୁ ଦେଉନି ରାଜ୍ୟ

କେନ୍ଦ୍ର ସରକାର ଚାଷୀଙ୍କୁ ସବୁ ସୁବିଧା ସୁଯୋଗ ଯୋଗାଇ ଦେଉଥିଲେ ମଧ୍ୟ ରାଜ୍ୟ ସରକାର ଚାଷୀ ମାନଙ୍କୁ ସେସବୁ ଯୋଗାଇ ଦେଉନାହାନ୍ତି ବୋଲି ଦଳ ଅଭିଯୋଗ କରିଥିଲା । ବିଭିନ୍ନ ସ୍ଥାନରେ ଚାଷୀ ମାନଙ୍କ ଧାନ ବିକ୍ରି ହୋଇପାରୁ ନାହିଁ । ଠିକ ସମୟରେ ବିହନ ସାର ଆଦି ମିଳୁନାହିଁ । ତେଣୁ, ଚାଷୀ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣିଙ୍କ ସମେତ ବହୁ ବରିଷ୍ଠ ବିଜେପି ନେତା ଓ କର୍ମୀ ଯୋଗ ଦେଇଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.