ETV Bharat / state

Municipal Election: ଅନୁଗୋଳ ବିଜେପିର ନିର୍ବାଚନୀ ଇସ୍ତାହାର ପ୍ରକାଶ

ପୋୖର ନିର୍ବାଚନ ବୈତରଣୀ ପାର ହେବାକୁ ବିଜେପି ରଖିଛି ପ୍ରତିଶୃତି । ଏଥିପାଇଁ ଲମ୍ବା ତାଲିକା ବିଜେପି ପକ୍ଷରୁ ସହ ଦଳୀୟ ଇସ୍ତାହାର ପ୍ରକାଶ କରିଛି । ଅନୁଗୋଳ ସହରବାସୀଙ୍କୁ ୨୪ ଘଣ୍ଟିଆ ଅତ୍ୟାବଶ୍ୟକ ସେବା ଯୋଗାଇବାକୁ ବିଜେପିର ପ୍ରତିଶୃତି । ଅଧିକ ପଢନ୍ତୁ

Municipal Election: ଅନୁଗୋଳ ବିଜେପିର ନିର୍ବାଚନୀ ଇସ୍ତାହାର ପ୍ରକାଶ
Municipal Election: ଅନୁଗୋଳ ବିଜେପିର ନିର୍ବାଚନୀ ଇସ୍ତାହାର ପ୍ରକାଶ
author img

By

Published : Mar 20, 2022, 10:57 PM IST

ଅନୁଗୋଳ: ପୋୖର ନିର୍ବାଚନ ବୈତରଣୀ ପାର ହେବାକୁ ବିଜେପି ରଖିଛି ପ୍ରତିଶୃତି । ଏଥିପାଇଁ ଲମ୍ବା ତାଲିକା ବିଜେପି ପକ୍ଷରୁ ସହ ଦଳୀୟ ଇସ୍ତାହାର ପ୍ରକାଶ କରିଛି । ଅନୁଗୋଳ ସହରବାସୀଙ୍କୁ ୨୪ ଘଣ୍ଟିଆ ଅତ୍ୟାବଶ୍ୟକ ସେବା ଯୋଗାଇବାକୁ ବିଜେପିର ପ୍ରତିଶୃତି ।

ଭାରତୀୟ ଜନତା ପାର୍ଟିର ଅନୁଗୋଳ ପୌର ପରିଷଦ ପାଇଁ ନିର୍ବାଚନୀ ଇସ୍ତାହାର ଜାରି କରିଛି । ଏନେଇ ସ୍ଥାନୀୟ ପ୍ରଶାନ୍ତି ହୋଟେଲ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଇସ୍ତାହାର ପ୍ରକାଶ କରାଯାଇଛି । ଏହି ସମ୍ମିଳନୀରେ ଜିଲ୍ଲା ବିଜେପି ସଭାପତି ଡିଲେଶ୍ୱର ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ପ୍ରଧାନ ଏବଂ ଅନୁଗୋଳ ପୌର ପରିଷଦର ଅଧ୍ୟକ୍ଷ ପ୍ରାର୍ଥୀ ଦିଲ୍ଲୀପ ପ୍ରଧାନଙ୍କ ସମେତ ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ ।

Municipal Election: ଅନୁଗୋଳ ବିଜେପିର ନିର୍ବାଚନୀ ଇସ୍ତାହାର ପ୍ରକାଶ

ତେବେ ସମ୍ମିଳନୀ ଆରମ୍ଭରେ ୨୨ ଦଫା ସମ୍ବଳିତ ନିର୍ବାଚନୀ ଇସ୍ତାହାର ଉନ୍ମୋଚିତ ହୋଇଥିଲା । ବିଶେଷ କରି ବିଜେପି କ୍ଷମତାକୁ ଆସିଲେ ଅନୁଗୋଳ ପୌରାଞ୍ଚଳରେ ଲୋକଙ୍କ ଶାସନ ପ୍ରଚଳିତ କରିବା, ସହରର ସମସ୍ତ ପଡିଆ ଗୁଡିକୁ ଜବରଦଖଲ ଉଚ୍ଛେଦ, ଅନୁଗୋଳ ପୌର ପରିଷଦକୁ କର୍ପୋରେସନରେ ପରିଣତ କରିବାକୁ ପଦକ୍ଷେପ ନେବା, ବ୍ୟାପକ ଭେଣ୍ଡିଂ ଜୋନ କରି ବେକାର ଲୋକଙ୍କୁ ରୋଜଗାର ଯୋଗାଇ ଦେବା ଆଦି ୨୨ ଦଫା ନିର୍ବାଚନା ଇସ୍ତାହାର ଘୋଷଣା କରାଯାଇଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.