ETV Bharat / state

ଟିଟିପିଏସ ପାଇଁ ବିଜେଡିର ଅନୁଗୋଳ ବନ୍ଦକୁ ନେଇ ବିଜେପି ଖପ୍ପା

author img

By

Published : Apr 8, 2021, 12:32 PM IST

ଟିଟିପିଏସ ବନ୍ଦକୁ ନେଇ ଶାସକ ଦଳ ବିଜେଡି ଅନୁଗୋଳ ବନ୍ଦ ଡାକରା ଦେଇଥିଲେ । ବୁଧବାର 12 ଘଣ୍ଟିଆ ଅନୁଗୋଳ ବନ୍ଦ କରିଥିଲା ବିଜେଡି । ଏହାକୁ ନେଇ ପ୍ରତିକ୍ରିୟାଶୀଳ ହୋଇଛି ବିଜେପି । ଅଧିକ ପଢନ୍ତୁ...

ଟିଟିପିଏସ ପାଇଁ ବିଜେଡିର ଅନୁଗୋଳ ବନ୍ଦକୁ ହାସ୍ୟାସ୍ପଦ କହିଲା ବିଜେପି

ଅନୁଗୋଳ: ଟିଟିପିଏସ ବନ୍ଦକୁ ନେଇ ଶାସକ ଦଳ ବିଜେଡି ଅନୁଗୋଳ ବନ୍ଦ ଡାକରା ଦେଇଥିଲେ । ବୁଧବାର 12 ଘଣ୍ଟିଆ ଅନୁଗୋଳ ବନ୍ଦ କରିଥିଲା ବିଜେଡି । ଏହାକୁ ନେଇ ପ୍ରତିକ୍ରିୟାଶୀଳ ହୋଇଛି ବିଜେପି । ବନ୍ଦ ଡାକରାକୁ ଅତ୍ୟନ୍ତ ହାସ୍ୟାସ୍ପଦ କହିଛି ବିଜେପି । ଏହା ଦ୍ୱାରା ସାଧାରଣ ଜନତା ଅସୁବିଧା ଭୋଗିଲେ ବୋଲି ବିଜେପି ଅଭିଯୋଗ କରିଛି ।

ବିଜେଡିର ସାଂସଦ ଓ ବିଧାୟକଙ୍କ ମଧ୍ୟରେ ଯେଉଁ ଅନ୍ତର୍ଦ୍ୱନ୍ଦ ରହିଛି ତାହାକୁ ଘୋଡାଇବାକୁ ବିଜେଡିର ଏହି ହୀନ ଉଦ୍ୟମ ବୋଲି ମଧ୍ୟ ବିଜେପି ସିଧାସଳଖ ଆରୋପ ଲଗାଇଛି । ବିଜେପି ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ପକ୍ଷରୁ ଏହା କୁହାଯାଇଛି । ବିଜେପି ଅଭିଯୋଗ କରିଛି ଯେ, ଗତ ୨୦୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତବେଳେ ଏଫସିଆଇ କାରଖାନାର ଶୁଭ ଦେବାକୁ ଆସିଥିଲେ ସେତେବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂତନ ଟିଟିପିଏସ ପ୍ଲାଣ୍ଟ ସ୍ଥାପନ ପାଇଁ ୧୦ହଜାର କୋଟି ଟଙ୍କା ମଞ୍ଜୁରୀ କରିଥିଲେ ଓ ସବୁ ପ୍ରସ୍ତୁତି ମଧ୍ୟ ସରିଥିଲା କିନ୍ତୁ ରାଜ୍ୟ ସରକାର ଅନୁମତି ନଦେବା କାରଣରୁ ନିର୍ମାଣ କାର୍ଯ୍ୟ ବିଳମ୍ବ ହେଲା ।

ଆସନ୍ତା ୨୦୨୧ମାର୍ଚ୍ଚ ୩୧ତାରିଖ ଟିଟିପିଏସ ପ୍ଲାଣ୍ଟର ପରିବେଶ ଅବଧି ଶେଷ ହେଉଥିବା ଜାଣି ତା ପୂର୍ବରୁ ନୂତନ ପ୍ଲାଣ୍ଟ ସ୍ଥାପନ କରିବାକୁ ଧର୍ମେନ୍ଦ୍ର ପ୍ରଧାନ ଏଭଳି ପଦକ୍ଷେପ ନେଇଥିଲେ । ରାଜ୍ୟ ସରକାର ଯଦି ସେତେବେଳେ ସହଯୋଗ କରି ଥାଆନ୍ତେ ତେବେ ଆଜି ଏଭଳି ଅବସ୍ଥା ସୃଷ୍ଟି ହୋଇ ନଥାନ୍ତା । ତେଣୁ ଆଜି ବିଜେଡି କାହିଁକି ଆନ୍ଦୋଳନ କରୁଛି ବୋଲି ପ୍ରଶ୍ନ କରିଛି ବିଜେପି। ଏବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶକ୍ତିମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି। ଖୁବ ଶୀଘ୍ର ନୂତନ ପ୍ଲାଣ୍ଟ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ବିଜେପି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.