ETV Bharat / state

ତେଜୁଛି ବିଜେପିର ସରକାର ବିରୋଧୀ ଆନ୍ଦୋଳନ, ସବୁ ବ୍ଲକ ସମ୍ମୁଖରେ ପ୍ରତିବାଦ - ଭ୍ରଷ୍ଟାଚାର ଦିବସ

ରାଜ୍ୟବ୍ୟାପି ଶାସକ ଦଳ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ କରୁଥିବା ବେଳେ ବିଜେପି ଏହାକୁ ଭ୍ରଷ୍ଟାଚାର ଦିବସ ଭାବେ ପାଳନ କରିଛି। ଅଧିକ ପଢନ୍ତୁ

bjp protest
bjp protest
author img

By

Published : Mar 5, 2023, 7:50 PM IST

ତେଜୁଛି ବିଜେପିର ସରକାର ବିରୋଧୀ ଆନ୍ଦୋଳନ

ଅନୁଗୋଳ: ବିଜେପିର ରାଜ୍ୟ ସରକାର ବିରୁଦ୍ଧରେ ତେଜୁଛି ଆନ୍ଦୋଳନ । ଗତ ତିନି ଦିନ ହେବ ରାଜ୍ୟ ସରକାର ବିରୁଦ୍ଧରେ ବିଜେପି ନିଜର ଆନ୍ଦୋଳନର ସ୍ବରକୁ ଆହୁରି ତୀବ୍ର କରିଛି । ରାଜ୍ୟବ୍ୟାପି ଶାସକ ଦଳ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ କରୁଥିବା ବେଳେ ବିଜେପି ଏହାକୁ ଭ୍ରଷ୍ଟାଚାର ଦିବସ ଭାବେ ପାଳନ କରିଛି । ଆଜି ସାରା ରାଜ୍ୟରେ ବିଜେପି ଭ୍ରଷ୍ଟାଚାର ଦିବସ ପାଳନ କରିଥିବା ବେଳେ ଅନୁଗୋଳ ଜିଲ୍ଲାରେ ମଧ୍ୟ ବିଜେପି ଏହି ଦିବସ ପାଳନ କରିଛି । ଜିଲ୍ଲାର ସମସ୍ତ ୮ଟି ଯାକ ବ୍ଲକ କାର୍ଯ୍ୟାଳୟ ଆଗରେ ବିଜେପି କର୍ମୀ ଓ ନେତାମାନେ ସକାଳୁ ଧାରଣାରେ ବସି ରହିଥିଲେ । ଅନୁଗୋଳ ବ୍ଲକରେ ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ, ତାଳଚେର ବ୍ଲକରେ ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ଛେଣ୍ଡିପଦା ବ୍ଲକରେ ଅଗସ୍ତି ବେହେରା, କିଶୋରନଗର ବ୍ଲକରେ ସଞ୍ଜୀବ ସାହୁଙ୍କ ତତ୍ତ୍ୱବଧାନରେ ଧାରଣା କାର୍ଯ୍ୟକ୍ରମ ଚାଲିଥିଲା ।

ବିଶେଷ କରି ଆଜିକାଲି ରାଜ୍ୟରେ ଦୁର୍ନୀତି ବଢି ବଢି ଚାଲିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରାସନ କାର୍ଡ, ମନରେଗା ଆଦି ସମସ୍ତ ଯୋଜନାରେ ବ୍ୟାପକ ଅର୍ଥ ହେରଫେର ହେଉଛି । ବ୍ଳକଗୁଡିକ ଦୁର୍ନୀତିର ଗନ୍ତା ଘର ପାଲଟିଛି । ଏଭଳି ସ୍ଥିତିରେ ବିଜେଡି ପଞ୍ଚାୟତିରାଜ ଦିବସ ପାଳନ କରୁଛି । ଯାହାକି ହାସ୍ୟାସ୍ପଦ ବୋଲି ବିଜେପି ନେତାମାନେ ଅଭିଯୋଗ କରିଥିଲେ । ତେଣୁ ବିଜେପି ପକ୍ଷରୁ ଆଜିର ଦିନକୁ ଭ୍ରଷ୍ଟାଚାର ଓ କଳା ଦିବସ ଭାବେ ପାଳନ କରାଯାଉଥିବା ବିଜେପି ନେତାମାନେ କହିଥିଲେ । ସେପଟେ ଆଗାମୀ ଦିନରେ ବିଜେପିର ସରକାରୀ ବିରୋଧୀ ଏହି ଆନ୍ଦୋଳନ ଆହୁରି ଶାଣିତ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ - ଶୁଖିଲା ପଡ଼ିଛି ମୁଖ୍ୟ କେନାଲ, ଏଥର ଚାଷୀ ନୁହେଁ ଚାଷ ବଞ୍ଚିବାକୁ କରୁଛି ସଂଘର୍ଷ

ପ୍ରକାଶ ଥାଉକି, ଆଜି ହେଉଛି ପ୍ରବାଦ ପୁରୁଷ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ 107ତମ ଜନ୍ମ ଦିବସ । ଏହା ସହିତ ପଞ୍ଚାୟତିରାଜ ଦିବସ ମଧ୍ୟ । ଏହି ଅବସରରେ ସାରା ରାଜ୍ୟରେ ମାର୍ଚ୍ଚ 5 ତାରିଖକୁ ବିଜେଡି ପକ୍ଷରୁ ବିଜୁ ବାବୁଙ୍କ ଜୟନ୍ତୀ ପାଳନ କରାଯାଉଛି । ସେପଟେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଜି ପଶ୍ଚିମ ଓଡିଶା ଗସ୍ତ କରିଛନ୍ତି । ଏଥିସହ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଏବଂ ନୂତନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.