ETV Bharat / state

ରାଜ୍ୟ ସରକାର ବିରୁଦ୍ଧରେ ନୂଆନୂଆ ଢଙ୍ଗରେ ଆନ୍ଦୋଳନ କରୁଛି ବିଜେପି - ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି

ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନେଇ ରାସ୍ତାରେ ବିଜେପି । ଦିନକୁ ଦିନ ବିଜେଡି ସରକାର ବିରୁଦ୍ଧରେ ନିଜର ଆନ୍ଦୋଳନର ତରିକା ବଦଳାଉଛି ବିଜେପି । ଅଧିକ ପଢ଼ନ୍ତୁ

ସରକାର ବିରୁଦ୍ଧରେ ବିଜେପିର ଚାଲିଛି ଆନ୍ଦୋଳନ
ସରକାର ବିରୁଦ୍ଧରେ ବିଜେପିର ଚାଲିଛି ଆନ୍ଦୋଳନ
author img

By

Published : Mar 4, 2023, 10:44 PM IST

ସରକାର ବିରୁଦ୍ଧରେ ବିଜେପିର ଚାଲିଛି ଆନ୍ଦୋଳନ

ଅନୁଗୋଳ : ସରକାର ବିରୁଦ୍ଧରେ ବିଜେପିର ଚାଲିଛି ଆନ୍ଦୋଳନ। ଦିନକୁ ଦିନ ବିଜେଡି ସରକାର ବିରୁଦ୍ଧରେ ନିଜର ଆନ୍ଦୋଳନର ତରିକା ବଦଳାଉଛି ବିଜେପି। ତେବେ ଗତକାଲି ସବୁ ଥାନାରେ ରାଜ୍ୟ ସରକାର ଓ ପୋଲିସ ବିରୁଦ୍ଧରେ FIR ଦେବା ପରେ ଆଜି SP ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି ବିଜେପି ନେତା ଓ କର୍ମୀ। ଅନୁଗୋଳ ଜିଲ୍ଲା SP ଅଫିସ ସମ୍ମୁଖରେ ଆଜି ଦେଖିବାକୁ ମିଳିଛି ବିଜେପି ର ଏହି ଆନ୍ଦୋଳନ। ଆଜି ବିଜେପି ପକ୍ଷରୁ ଏସପି ଅଫିସ ସମ୍ମୁଖରେ ଗଣଧାରଣା ଦିଆ ଯାଇଛି।

ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି କୁ ନେଇ ବିଜେପି ରାଜ୍ୟ ସରକାର ଙ୍କୁ ଟାର୍ଗେଟ କରିଛି। ବିଜେପି ବିଧାନସଭା ଘେରାଉ ବେଳେ ବିଜେପି କର୍ମୀଙ୍କୁ ହୋଇଥିବା ଆକ୍ରମଣ କୁ ନେଇ ବିଜେପି ପ୍ରଶ୍ନ କରିଛି। ଗତ 28 ତାରିଖରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିଧାନସଭା ସମ୍ମୁଖରେ ଆନ୍ଦୋଳନ କରିଥିଲେ। ମାତ୍ର ଆଗଣତାନ୍ତ୍ରୀକ ଭାବେ ବିଜେପି କର୍ମକର୍ତ୍ତାଙ୍କୁ ପୋଲିସ ବାନ୍ଧୀ ନେଇଛି, ଯାହା ନନ୍ଦନୀୟ। ତାଙ୍କୁ ବିନା ସର୍ତ୍ତରେ ଛିଡିବା କୁ ଦାବି କରିଛନ୍ତି ବିଜେପି ଜିଲ୍ଲା ସଭାପତି। ଏହାସହ ନବ ଦାସଙ୍କ ହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି କରିଛି ବିଜେପି।

ଅନୁଗୋଳ ବିଜେପି ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ରୁଦ୍ରନାରାୟଣ ପାଣି, ପ୍ରତାପ ପ୍ରଧାନ, ଅଶୋକ ମହାନ୍ତିଙ୍କ ସମେତ ବହୁ ନେତା ଓ କର୍ମୀ ଏହି ଗଣ ଧାରଣାରେ ଉପସ୍ଥିତ ଥିଲେ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେପି ପକ୍ଷରୁ ଆନ୍ଦୋଳନ କରାଯାଉଥିବା ସମୟରେ ପୋଲିସ ଯେଉଁଭଳି ଭାବେ ଅମାନୁଷିକ ଅତ୍ୟାଚାର କରି କର୍ମୀ ମାନଙ୍କୁ ଗିରଫ କରିଛି ତାହାକୁ ବିଜେପି ତୀବ୍ର ନିନ୍ଦା କରିବା ସହ ତୁରନ୍ତ ସେମାନଙ୍କୁ ଖଲାସ କରିବାକୁ ଦାବି କରାଯାଇଥିଲା।

ଏହାଛଡା ମନ୍ତ୍ରୀ ନବଦାସ ହତ୍ୟା ଘଟଣାର ସିବିଆଇ ତଦନ୍ତ କରିବାକୁ ମଧ୍ୟ ଦାବି କରାଯାଇଥିଲା। ଏନେଇ ବିଜେପି ବାରମ୍ବାର ଦାବି କରି ଆସୁଥିବାବେଳେ ସରକାର ଏଥିପ୍ରତି ଦୃଷ୍ଟି ଦେଉନଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେପି ପ୍ରଶ୍ନ କରିଛି। ଗତ କାଲି ସବୁ ଥାନା ରେ ରାଜ୍ୟ ସରକାର ଓ ପୋଲିସ ବିରୁଦ୍ଧରେ FIR ଦେବା ପରେ ଆଜି SP ଅଫିସ ସମ୍ମୁଖରେ ଧାରଣା ଦେଇଥିଲେ ବିଜେପି ନେତା ଓ କର୍ମୀ। ଅନୁଗୋଳ ଜିଲ୍ଲ SP ଅଫିସ ସମ୍ମୁଖରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଦେଖିବାକୁ ମିଳିଛି ବିଜେପି ର ଏହି ଆନ୍ଦୋଳନ। ଏଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.