ଅନୁଗୋଳ: ରାଜ୍ୟ ସରକାର ଓବିସି ବିରୋଧୀ । ଅଢେଇ କୋଟି ଓବିସିମାନଙ୍କ ସହ ଖେଳ ଖେଳୁଛନ୍ତି ରାଜ୍ୟ ସରକାର । ଦେଶରେ ସମସ୍ତ ରାଜ୍ୟରେ ଓବିସିଙ୍କ ପାଇଁ ସବୁ କ୍ଷେତ୍ରରେ ସଂରକ୍ଷଣ ଲାଗୁ ହୋଇଥିବାବେଳେ ବିଜୁ ବାବୁଙ୍କ ଠାରୁ ନବୀନ ବାବୁଙ୍କ ପର୍ଯ୍ୟନ୍ତ ଆଜି ଯାଏଁ ପଛୁଆ ବର୍ଗଙ୍କୁ ତାଙ୍କ ସାମ୍ବିଧାନିକ ଅଧିକାର ଦେବାରେ ଅସମର୍ଥ ହୋଇଛନ୍ତି । ଅନୁଗୋଳରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏଭଳି ଅଭିଯୋଗ ଆଣିଛନ୍ତି ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ବାଳ ।
ରାଜ୍ୟ ସରକାର ଓବିସିଙ୍କୁ ଦେବା ନେଇ କହୁଥିବାବେଳେ ୫୦ ଭାଗ ଭିତରେ ସଂରକ୍ଷଣ ସୀମା ସୀମିତ ରହିଛି । ଯଦି ଏସସିଏସଟିଙ୍କୁ ୩୮.୭୫ ଭାଗ ଦିଆଯାଏ ତେବେ ଓବିସିଙ୍କୁ କିଭଳି ତାଙ୍କ ୨୭ ଭାଗ ସଂରକ୍ଷଣ ମିଳିବ । ସେ ସମ୍ପର୍କରେ ସରକାର ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି ସୁରଥ ବିଶ୍ବାଳ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ