ଅନୁଗୋଳ: ଆଜି ରାଜ୍ୟର 6 ଜିଲ୍ଲାରେ ବିଜେପି ତାର ଦଳୀୟ କାର୍ଯ୍ୟାଳୟ ଖୋଲିଛି । ସଙ୍ଗଠନକୁ ସୁଦୃଢ କରିବାକୁ ଆଉ ପାଦେ ଆଗେଇ ପାର୍ଟି ଅଫିସ ଉଦଘାଟନ କରାଯାଇଛି । ଏହି 6 ଜିଲ୍ଲା ମଧ୍ୟରୁ ଗୋଟିଏ ଅନୁଗୋଳ ଜିଲ୍ଲାର ରହିଛି । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭିଡିଓ କନଫରେନ୍ସି ମାଧ୍ୟମରେ କାର୍ଯ୍ୟାଳୟର ଉଦଘାଟନ କରିଛନ୍ତି ।
କୋରୋନା କଟକଣାକୁ ମାନି ଉଦଘାଟନୀ ଉତ୍ସବ କରାଯାଇଥିଲା । ପାର୍ଟିର ନିଜସ୍ବ କାର୍ଯ୍ୟାଳୟ ନଥିବାରୁ ଭଡା ଘରେ ଚାଲିଥିଲା । ତେଣୁ ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଉଦ୍ୟମରେ ଅନୁଗୋଳ ରାଣୀଗୋଡା ଠାରେ ନିଜସ୍ବ କାର୍ଯ୍ୟାଳୟ ହୋଇପାରିଛି । ଫଳରେ ଏଠାରେ ସମସ୍ତ କାର୍ଯ୍ୟକ୍ରମ ଏଠାରେ କରାଯାଇପାରିବ ବୋଲି ଦଳର କର୍ମକର୍ତ୍ତା କହିଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ