ଅନୁଗୋଳ: ଜିଲ୍ଲାରେ ଡିଏମଏଫ ଫଣ୍ଡ ଦୁର୍ନୀତି ସହ 7 ଦଫା ଦାବି ନେଇ ଅନୁଗୋଳ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର । ଜିଲ୍ଲାରେ ଅଧିକାଂଶ ସମୟରେ ଯେଉଁ ଅର୍ଥ ବିନିଯୋଗ କରାଯାଉଛି ତାହା ସଠିକ ଭାବେ କରାଯାଉ ନାହିଁ । ଗୋଟିଏ କାମକୁ ଏକାଧିକ ଠିକାଦାରକୁ ଦିଆଯାଇ କାର୍ଯ୍ୟ କରାଯାଉଛି ବୋଲି ବିଜେପି ଅଭିଯୋଗ କରିଛି । ଏହା ବ୍ୟତୀତ ‘ମୋ ସ୍କୁଲ’ ଅଭିଯାନରେ ଯେଉଁ ଅର୍ଥ ବିନିଯୋଗ କରାଯାଇଛି ତାହା ବେଆଇନ ବୋଲି ମଧ୍ୟ ବିଜେପି ଦର୍ଶାଇଛି । ଏନେଇ ସେମାନେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ।
ଏହି ପ୍ରତିବାଦରେ ବିଜେପିର ସମସ୍ତ ୧୩ ଜଣ ଜିଲ୍ଲା ପରିଷଦ ସଦସ୍ୟ ତାଳଚେର ବ୍ଲକ ଏବଂ କଣିହାଁ ବ୍ଲକ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ ସମେତ ସମସ୍ତ ଜିଲ୍ଲା ପଦାଧିକାରୀ ତଥା ରାଜ୍ୟକାର୍ଯ୍ୟକରିଣୀ ସଦସ୍ୟ, ପ୍ରାକ୍ତନ ସାଂସଦ, ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀ ର ନେତା ବିଜେପି ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଜିଲାପାଳଙ୍କୁ ଭେଟି ତାଙ୍କ କାର୍ଯ୍ୟାଳୟରେ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ