ETV Bharat / state

ଟୀକାକେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଚିରା ଘଟଣା, ଥାନାରେ ମାମଲା ଦାଏର - ଥାନାରେ ମାମଲା ଦାଏର

ଅନୁଗୋଳ ଷ୍ଟାଡିୟମରେ ଚାଲିଥିବା ଟୀକାକେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଚିରିବା ଘଟଣାରେ ଥାନାରେ ମାମଲା ଦାଏର ହୋଇଛି । ଅଧିକ ପଢନ୍ତୁ...

ଟୀକାକେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଚିରା ଘଟଣା, ଥାନାରେ ମାମଲା ଦାଏର

author img

By

Published : Jun 22, 2021, 3:53 PM IST

ଅନୁଗୋଳ: ଜିଲ୍ଲାର ଷ୍ଟାଡିୟମ ପଡିଆରେ ଚାଲିଥିବା ଟୀକାକରଣ କେନ୍ଦ୍ରରେ ଟୀକାକରଣକୁ ବିରୋଧ କରି ବିଜେପି କର୍ମୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୋଷ୍ଟର ଚିରିଥିଲେ । ତେବେ ଏହି ଘଟଣାକୁ ନେଇ ବିବାଦ ଉପୁଜିବାରେ ଲାଗିଛି । ବିଜେଡି କର୍ମୀମାନେ ବିଜେପି କର୍ମୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ।

ଟୀକାକେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଚିରା ଘଟଣା, ଥାନାରେ ମାମଲା ଦାଏର

ବିଜେଡି କର୍ମୀମାନେ ଅଭିଯୋଗ କରିଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ତହସିଲଦାର ଦୁର୍ଯ୍ୟୋଧନ ସାହୁ ମଧ୍ୟ ଥାନାରେ ଅଭିଯୋଗ କରିଛନ୍ତି । ସୋମବାର ଅନୁଗୋଳ ଷ୍ଟାଡିୟମରେ ଟୀକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଲାଗିବାକୁ ବିରୋଧ କରି ପାଟିତୁଣ୍ଡ କରିବା ସହ ପୋଷ୍ଟର ଚିରିଥିଲେ ବିଜେପି କର୍ମୀ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷ୍ଟର ଲଗାଇବାକୁ ଦାବି କରିଥିଲେ । ଟୀକାକରଣ କେନ୍ଦ୍ରରେ ପ୍ରାୟ ୧୫ ମିନିଟ ଧରି ଏଭଳି ବିଶୃଙ୍ଖଳା କରିଥିଲେ।

ପୋଲିସ ବାରଣ ସତ୍ତ୍ବେ ସେମାନେ ଏହି ବିରୋଧ ଓ ପୋଷ୍ଟର ଚିରା ଜାରି ରଖିଥିଲେ । ପୋଲିସର ବରିଷ୍ଠ ଅଧିକାରୀ ଆସିବା ପୂର୍ବରୁ ସେମାନେ ଚମ୍ପଟ ମାରିଥିଲେ । ପ୍ରାୟ ଦେଢ ମାସ ଧରି ଅନୁଗୋଳ ଷ୍ଟାଡିୟମରେ ଚାଲିଛି ମେଗା ଟୀକାକରଣ କ୍ୟାମ୍ପ । ସୋମବାର ହଜାର ଲୋକଙ୍କ ପାଇଁ ଟୀକାକରଣ ବ୍ୟବସ୍ଥା କରାଯାଇଥିଲା । ହେଲେ ଏହି ବିଶୃଙ୍ଖଳା ଯୋଗୁଁ ଟୀକାକରଣ ବାଧାପ୍ରାପ୍ତ ହୋଇଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.