ETV Bharat / state

କେନ୍ଦ୍ରୀୟ ସଂସ୍ଥାର ଅବହେଳା ଅଭିଯୋଗ, ଆନ୍ଦୋଳନ ଚେତାବନୀ ଦେଲା ବିଜେଡି - MCLର ଟାଳଟୁଳ ନୀତି

ଅନୁଗୋଳରେ ଦୀର୍ଘ 9 ବର୍ଷ ହେବ ଜାତୀୟ ରାଜପଥ କାମ ସମ୍ପୂର୍ଣ୍ଣ ହୋଇପାରିନାହିଁ । ଯାହାକୁ ନେଇ କେନ୍ଦ୍ର ଉପରେ ବର୍ଷିବା ସହ ଆନ୍ଦୋଳନ ଚେତାବନୀ ଦେଇଛି ବିଜେଡି । ଅଧିକ ପଢନ୍ତୁ

bjd threatens to stage protest
ଆନ୍ଦୋଳନ ଚେତାବନୀ ଦେଲା ବିଜେଡି
author img

By ETV Bharat Odisha Team

Published : Aug 30, 2023, 3:34 PM IST

ଆନ୍ଦୋଳନ ଚେତାବନୀ ଦେଲା ବିଜେଡି

ଅନୁଗୋଳ: ଅଧାରେ ଅଟକିଛି ଜାତୀୟ ରାଜପଥ କାମ । ଯାହାକୁ ନେଇ ଦିନକୁ ଦିନ ଅସନ୍ତୋଷ ତେଜୁଛି । ଦୀର୍ଘ 9 ବର୍ଷ ହେବ ଜାତୀୟ ରାଜପଥ କାମ ସମ୍ପୂର୍ଣ୍ଣ ହୋଇପାରିନାହିଁ । ଯାହା ଫଳରେ ତେଜିଥିବା ଅସନ୍ତୋଷ ଏବେ ଆନ୍ଦୋଳନର ରୂପ ନେବାକୁ ବସିଛି । ସେପଟେ ଜମିହରାଙ୍କୁ ନିଯୁକ୍ତି ଓ ଥଇଥାନ ନେଇ MCL ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ବିଜେଡି ।

ଅନୁଗୋଳ ଜିଲ୍ଲାରେ ଏମସିଏଲ୍‌ କର୍ତ୍ତୃପକ୍ଷଙ୍କ ମନମାନି ଏବଂ ଖଣି ଯୋଗୁଁ ହଜାର ହଜାର ଲୋକ ବିସ୍ଥାପିତ ହୋଇଥିଲେ । ହେଲେ ସେମାନଙ୍କୁ ନିଯୁକ୍ତି, ଥଇଥାନ ଓ କ୍ଷତିପୂରଣ ମିଳୁନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ବିଜେଡି-2 ଘଣ୍ଟିଆ ରାଜପଥ ଅବରୋଧ ଡାକରା ଦେଇଛି । ଆସନ୍ତା ୧ ତାରିଖରେ ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ 2 ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ କରିବା ନେଇ କହିଛନ୍ତି ବିଜେଡି କର୍ମକର୍ତ୍ତା । ଏନେଇ ମଙ୍ଗଳବାର ବିଜେଡି ତରଫରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି ।

ଏହା ବି ପଢନ୍ତୁ...ବୌଦ୍ଧର ବିଭିନ୍ନ ଅଞ୍ଚଳରେ ହୋଇପାରୁନି ଜଳ ସେଚନ, ପ୍ରତିବାଦ କଲା ବିଜେପି କୃଷକ ମୋର୍ଚ୍ଚା

ତେବେ ଏହି ସାମ୍ବାଦିକ ସମ୍ମିଳନୀ ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର କୁମାର ବସ୍ତିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି । ଏହି ପ୍ରେସ୍‌ମିଟ୍‌ରେ ଢେଙ୍କାନାଳ ଏମ୍‌ପି ମହେଶ ସାହୁ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ, ଜିଲ୍ଲା ବିଜେଡି ସହ ପର୍ଯ୍ୟବେକ୍ଷକଙ୍କ ସମେତ ବହୁ ଦଳୀୟ ବରିଷ୍ଠ ନେତା ଯୋଗ ଦେଇଥିଲେ।

ଏହା ବି ପଢନ୍ତୁ...ପିଇଓ ସଂଘର ଆନ୍ଦୋଳନକୁ ପୂରିଲା ୧୨ ଦିନ, ହନ୍ତସନ୍ତ ସାଧାରଣ ଲୋକେ

୫୫ନମ୍ବର ଜାତୀୟ ରାଜପଥ ଏବେ ମରଣଯନ୍ତା ପାଲଟି ଥିଲେ ମଧ୍ୟ ବର୍ଷ ବର୍ଷ ଧରି ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇ ପାରୁନାହିଁ । ଫଳରେ ଦୈନିକ ଦୁର୍ଘଟଣାରେ ବହୁ ଜୀବନ ଯାଉଛି । ଏହାସହ ଯାତାୟତ ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ । ଏନେଇ ବାରମ୍ବାର ସାଂସଦମାନେ ଲୋକସଭାରେ ପ୍ରଶ୍ନ ଉଠାଇଛନ୍ତି । ତଥାପି କେନ୍ଦ୍ର ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ କରି ବିଜେଡି 2 ଘଣ୍ଟିଆ ରାସ୍ତା ରୋକ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛି । ଏହାପରେ ମଧ୍ୟ ଯଦି ସମସ୍ୟାର ସମାଧାନ ନହୁଏ ତେବେ ଆଗାମୀ ଦିନରେ କେନ୍ଦ୍ର ସରକାରଙ୍କୁ ବହୁ ମୂଲ୍ୟ ଦେବାକୁ ପଡିବ ବୋଲି ବିଜେଡି ଚେତାବନୀ ଦେଇଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.