ETV Bharat / state

କ୍ଷତିରେ ପାନ ଦୋକାନୀ, ତାଲାବନ୍ଦ ଯୋଗୁଁ କମୁଛି ନିଶା ବ୍ୟବସାୟ - ଘାଟାରେ ପାନ ଦୋକାନୀ

ତାଲାବନ୍ଦ ଖସେଇ ଦେଇଛି ନିଶାଡିଙ୍କ ନିଶା । ପାନ ଓ ଗୁଟକା ଦୋକାନ କରି ଗୁଜୁରାଣ ମେଣ୍ଟାଉଥିବା ଦୋକାନୀ ଏବେ ଚିନ୍ତାରେ । ବେପାର ହେଉ ନଥିବା କହିଲେ ବ୍ୟବସାୟୀ । ଅଧିକ ପଢନ୍ତୁ....

betel shop businessman lost their business due to lockdown
ଘାଟାରେ ପାନ ଦୋକାନୀ ,ତାଲାବନ୍ଦ ଯୋଗୁଁ କମୁଛି ନିଶା ବ୍ୟବସାୟ
author img

By

Published : May 7, 2020, 5:49 PM IST

ଅନୁଗୋଳ: ତାଲାବନ୍ଦ ଖସେଇ ଦେଇଛି ନିଶାଡିଙ୍କ ନିଶା । ଅନୁଗୋଳରେ ଲକ ଡାଉନ ଜାରି ରହିଥିବାରୁ କେବଳ ଅତ୍ୟାବଶ୍ୟକ ଦୋକାନକୁ ଛାଡି ଦେଲେ ଅନ୍ୟ କୈଣସି ଦୋକାନ ଖୋଲୁ ନାହିଁ । ପାନ ଦୋକାନ ଠାରୁ ଆରମ୍ଭ କରି ମଦ ଓ ସିଗାରେଟ ଦୋକାନରେ ଏବେ ଝୁଲୁଛି ତାଲା । ବଜାର ବନ୍ଦ ଯୋଗୁଁ ଲୋକଙ୍କ ଚାହିଦା ଅନୁସାରେ ନିଶା ଦ୍ରବ୍ୟ ମିଳୁ ନଥିବାରୁ ଏହାର ବ୍ୟବହାର କମାଇ ଦେବା ସହ କେହି କେହି ନିଶା ସେବନ ପୁରା ଛାଡି ଦେଇଛନ୍ତି । ଯଦି ବା କେଉଁଠି ଲୁଚାଚୋରାରେ ମିଳୁଛି ତାହା ପଣି ଚଢା ଦରରେ । ଫଳରେ ଏବେ ନିଶା ଦ୍ରବ୍ୟର ବ୍ୟବହାର ଅଭ୍ୟାସରେ ପଡିଯାଇଥିବା ଲୋକେ ନିଜର ଅଭ୍ୟାସ ବଦଳାଇ ଦେବାକୁ ବାଧ୍ୟ ହୋଇଛନ୍ତି ।

ଘାଟାରେ ପାନ ଦୋକାନୀ ,ତାଲାବନ୍ଦ ଯୋଗୁଁ କମୁଛି ନିଶା ବ୍ୟବସାୟ

ସେପଟେ,ପାନ ଓ ଗୁଟକା ଦୋକାନ କରି ଗୁଜୁରାଣ ମେଣ୍ଟାଉଥିବା ଦୋକାନୀ ଏବେ ଚିନ୍ତାରେ । ବ୍ୟବସାୟରେ ଏକ ପ୍ରକର ଘାଟା ହେଉ ଥିବା ବେଳେ ଲୋକେ ନିଶାଦ୍ରବ୍ୟ ଖାଇବା ମଧ୍ୟ କମାଇ ଦେଇଛନ୍ତି । ସେପଟେ, ଲକ ଡାଉନ ଚାଲି ଥିବାରୁ ଦୋକାନକୁ ଗୁଟୁକା ଓ ସିଗାରେଟ ଆସିବା କମି ଯାଇଛି । ଯାହା ବ୍ୟବସାୟ ଉପରେ ପ୍ରଭାବ ପକାଇଛି । ଅନ୍ୟପଟେ, ନିଶା ବ୍ୟବହାରକୁ ନେଇ ଯେଉଁସବୁ ରୋଗ ହେଉଥିଲା ତାର ମାତ୍ରା କମଛି । ତେବେ ଲକ ଡାଉନରେ ଯେଉଁ ଲୋକମାନେ ନିଶା ଅଭ୍ୟାସ ଛାଡି ଥିଲେ ,ସେମାନେ ଲକଡାଉନ ଖୋଲିବା ପରେ ତାକୁ କେତେଦୂର ବଜାୟ ରଖୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.