ETV Bharat / state

ଅଦିନିଆ ଝଡ଼ ଭାଙ୍ଗିଲା କଦଳୀ ଚାଷୀଙ୍କ ମେରୁଦଣ୍ଡ, 300 ଏକର ଫସଲ ନଷ୍ଟ

author img

By

Published : Jan 13, 2022, 7:09 PM IST

Updated : Jan 13, 2022, 7:37 PM IST

ଅନୁଗୋଳରେ ଅଦିନିଆ ଝଡ଼ ଯୋଗୁଁ ପୋକଟୁଙ୍ଗା ଗାଁରେ ଭାଙ୍ଗିଛି କଦଳୀ ଗଛ । ଯାହାକି ଚାଷୀଙ୍କ ମେରୁଦଣ୍ଡ ମଧ୍ୟ ଭାଙ୍ଗିଛି । ଅଧିକ ପଢନ୍ତୁ

d୍
ଅଦିନିଆ ଝଡ଼ ଭାଙ୍ଗିଲା କଦଳୀ ଚାଷୀଙ୍କ ମେରୁଦଣ୍ଡ, 300 ଏକର ଫସଲ ନଷ୍ଟ

ଅନୁଗୋଳ: ଅଦିନିଆ ଝଡ଼ରେ ବ୍ୟାପକ କଦଳୀ ଫସଲ ନଷ୍ଟ। ଗତ ୧୧ତାରିଖ ସଂଧ୍ୟାରେ ହଠାତ ଖୁବ ଜୋରରେ ପବନ ବହିବାରୁ ହଜାର ହଜାର କଦଳୀ ଗଛ ଭାଙ୍ଗି ତଳେ ପଡିଛି। ଯୁଆଡେ ଚାହିଁଲେ ଖାଲି ଭଙ୍ଗା କଦଳୀ ଗଛ ଏବଂ ମାଟି ଉପରେ କଦଳୀ କନ୍ଧି। ଏହା ଦେଖି ଚାଷୀ ଆଖିରୁ ଲୁହ ଶୁଖୁନି। ଏଭଳି ସ୍ଥିତି ଦେଖିବାକୁ ମିଳିଛି ଅନୁଗୋଳ ଜିଲାର ପୋକଟୁଙ୍ଗା ଗାଁରେ।

ପୋକଟୁଙ୍ଗା ଗାଁରେ ପ୍ରାୟ ୩୦୦ଏକର ଜମିରେ ବିଭିନ୍ନ ପ୍ରକାର କଦଳୀ ଚାଷ ହୁଏ। କଦଳୀ ଚାଷ ପାଇଁ ଏହି ଗାଁ ବେଶ ଜଣାଶୁଣା । ଗାଁର ପ୍ରତ୍ୟେକ ଚାଷୀ କଦଳୀ ଚାଷ ଉପରେ ହିଁ ନିର୍ଭର କରନ୍ତି। ଲୋକଙ୍କ ମୁଖ୍ୟ ଆୟ କେବଳ କଦଳୀ ଚାଷରୁ ହୋଇଥାଏ। ତେଣୁ ରାତି ପାହିଲେ ପରିବାରର ସଦସ୍ୟମାନେ କାମ କରିବାକୁ କଦଳୀ ବଗିଚାକୁ ଯାଆନ୍ତି। ଅନେକ ପ୍ରକୃତ ଚାଷୀ ଥିଲେ ମଧ୍ୟ ଅଧିକାଂଶ ଭାଗ ଚାଷୀ। ହେଲେ ଅଦିନିଆ ଝଡ଼ ସେମାନଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି।

ଆଉ ମାତ୍ର ଦେଢ଼ ଦୁଇ ମାସ ପରେ କଦଳୀ ବିକ୍ରି ହୋଇଥାଆନ୍ତା । କିନ୍ତୁ ବିକ୍ରି ହେବା ପୂର୍ବରୁ ସବୁ କିଛି ନଷ୍ଟ ହୋଇଗଲା । ବିଭିନ୍ନ ବ୍ୟାଙ୍କ, ସୋସାଇଟି ଏବଂ ମହାଜନ ଠାରୁ ଧାର କରଜ କରି ସାର ଔଷଧ କିଣିଥିଲେ। ଶ୍ରମିକ ମଜୁରୀ ଦେଇ ଗଛ ସଳଖି ଥିଲେ। କିନ୍ତୁ ଟଙ୍କାଟିଏ ମିଳିନଥିବା ସେମାନେ କହିଛନ୍ତି ।

କେମିତି କରଜ ପରିଶୋଧ କରିବେ, ବର୍ଷ ସାରା କଣ ଖାଇ ବଞ୍ଚିବେ ସେହି ଚିନ୍ତାରେ ପଡ଼ି ଯାଇଛନ୍ତି କଦଳୀ ଚାଷୀ। ଯିଏ ପାରିଲା ସିଏ କଦଳୀ କାନ୍ଧି କାଟି ଘରକୁ ନେଉଛି । କିନ୍ତୁ ତାହା ଆଦୌ ବ୍ୟବହାର ଉପଯୋଗୀ ନୁହେଁ। ଆଉ କିଛି ଚାଷୀ ବାଧ୍ୟ ହୋଇ ଶାଗ ମାଛ ଦରରେ ବାହାର ବେପାରୀଙ୍କୁ ବିକ୍ରି କରି ଦେଉଛନ୍ତି। ଏଭଳି ଅବସ୍ଥାରେ ଚାଷୀ ମାନେ କେବଳ ସରକାରୀ ସହାୟତକୁ ଚାହିଁ ବସିଛନ୍ତି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Jan 13, 2022, 7:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.