ETV Bharat / state

ଭୋଟରଙ୍କ ଚେତାବନୀ: ସମସ୍ୟାର ସାମାଧନ କର, ଭୋଟ ନିଅ

ମାତ୍ର ଏଥରର ନିର୍ବାଚନ ପୂର୍ବରୁ ସଚେତନ ହୋଇ ପଡିଛନ୍ତି ସାଧାରଣ ଜନତା। ଯିଏ ସେମାନଙ୍କର ସମସ୍ୟାର ସମାଧାନ କରିବ ତାକୁ ସେମାନେ ଭୋଟ ଦେବେ। ଚଳିତ ଥର ନିର୍ବାଚନ ଲଢୁଥିବା ଆଶାୟୀ ପ୍ରାର୍ଥୀଙ୍କ ଉଦ୍ଦେଶ୍ୟରେ ଏଭଳି ଚେତାବନୀ ଦେଇଛନ୍ତି ମତଦାତା ।

author img

By

Published : Mar 23, 2019, 3:16 PM IST

Updated : Mar 23, 2019, 6:51 PM IST

ଡିଜାଇନ ଫଟୋ

ଅନୁଗୋଳ: ତାରିଖ ଘୋଷଣା ହୋଇଯିବା ପରେ ନିର୍ବାଚନକୁ ନେଇ ଉତ୍ସାହିତ ହୋଇପଡିଛନ୍ତି ଭୋଟର ଏବଂ ରାଜନେତା। ପାଞ୍ଚ ବର୍ଷ ପରେ ଲୋକପ୍ରତିନିଧି ଚୟନ କରିବାର ସୁଯୋଗ ମିଳିଥିବାରୁ ନେତାଙ୍କୁ ପରଖିବା ଆରମ୍ଭ କରି ଦେଇଛନ୍ତି ସାଧାରଣ ଜନତା। ମତଦାନର ଦିନ ପାଖେଇ ଆସୁଥିବାରୁ ଭୋଟରଙ୍କ ଆଶୀର୍ବାଦ ଭିକ୍ଷା କରିବାରେ ଲାଗିପଡିଛନ୍ତି ବିଭିନ୍ନ ଦଳର ଆଶାୟୀ ପ୍ରାର୍ଥୀ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା. ଅନୁଗୋଳ

ନିର୍ବାଚନ ସମୟରେ ଭୋଟରଙ୍କୁ ଗଦା ଗଦା ପ୍ରତିଶୃତି ଦେଇଥାନ୍ତି ବିଭିନ୍ନ ରାଜନୈତିକ ଦଳର ନେତା। ମାତ୍ର ନିର୍ବାଚନ ସରିବା ପରେ ଲୋକଙ୍କୁ ଦେଇଥିବା କଥା ଅନେକାଂଶରେ ରଖି ପାରିନଥାନ୍ତି ନେତା। ଯେଉଁ ସମସ୍ୟାର ସମାଧାନ କରିବାକୁ କହି ଜନସମର୍ଥନ ହାସଲ କରିଥାନ୍ତି ତାହାକୁ ପୂରଣ କରିବାରେ କୌଣସି ତତ୍ପରତା ଦେଖାଇ ନଥାନ୍ତି । ଲୋକେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଥାନ୍ତି ତାହା ସେମାନଙ୍କର ପିଛା ଛାଡିନଥାଏ।

ମାତ୍ର ଏଥରର ନିର୍ବାଚନ ପୂର୍ବରୁ ସଚେତନ ହୋଇ ପଡିଛନ୍ତି ସାଧାରଣ ଜନତା । ଯିଏ ସେମାନଙ୍କର ସମସ୍ୟାର ସମାଧାନ କରିବ ତାକୁ ସେମାନେ ଭୋଟ ଦେବେ। ଚଳିତ ଥର ନିର୍ବାଚନ ଲଢୁଥିବା ଆଶାୟୀ ପ୍ରାର୍ଥୀଙ୍କ ଉଦ୍ଦେଶ୍ୟରେ ଏଭଳି ଚେତାବନୀ ଦେଇଛନ୍ତି ଆଠମଲ୍ଲିକ ନିର୍ବାଚନମଣ୍ଡଳୀର ମତଦାତା।

ଅନୁଗୋଳ ଜିଲ୍ଲାର ଅବସ୍ଥିତ ଏହି ବିଧାନସଭା ନିର୍ବାଚନମଣ୍ଡଳୀ । ଯାହାର କ୍ରମିକ ସଂଖ୍ୟା ହେଉଛି 63। ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦ, କିଶୋରନଗରର 24 ଏବଂ ଆଠମଲ୍ଲିକ ବ୍ଲକର 23ଟି ପଞ୍ଚାୟତକୁ ନେଇ ଏହି ନିର୍ବାଚନମଣ୍ଡଳୀ ଗଠିତ। ଅଣସଂରକ୍ଷିତ ଥିବା ଏହି ବିଧାନସଭା କ୍ଷେତ୍ର ସମ୍ବଲପୁର ଲୋକସଭା ଆସନର ଅଧିନସ୍ଥ।

ଏଥର ଏଠାକାର ଲଢେଇ ବେଶ ରୋଚକପୂର୍ଣ୍ଣ ହେବ ବୋଲି କୁହାଯାଉଛି । ବିଗତ 20 ବର୍ଷ ଆଠମଲ୍ଲିକ ନିର୍ବାଚନମଣ୍ଡଳୀ ବିଜେଡି କବ୍ଜାରେ ରହିଛି। ଗତ 2014 ନିର୍ବାଚନରେ ବିଜେଡି ପ୍ରାର୍ଥୀ ସଞ୍ଜୀବ ସାହୁ କଂଗ୍ରେସ ପ୍ରାର୍ଥୀ ସୁରେନ୍ଦ୍ର ପ୍ରଧାନଙ୍କୁ ପାଖାପାଖି 20 ହଜାର ଭୋଟରେ ପରାସ୍ତ କରିଥିଲେ । ଏହାପୂର୍ବରୁ ଅର୍ଥାତ 2009ରେ ମଧ୍ୟ ସେ ବିଧାୟକ ଭାବେ ନିର୍ବାଚିତ ହୋଇ ରାଜ୍ୟ ମନ୍ତ୍ରୀମଣ୍ଡଳୀରେ ସ୍ଥାନ ପାଇଥିଲେ।

ଆଠମଲ୍ଲିକକୁ ଛାଡି ବୀରମହାରାଜପୁରରୁ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ସଞ୍ଜୀବ। ଏଥର ତାଙ୍କୁ ଟିକେଟ ଦେବାନେଇ ଦେଖାଦେଇଛି ଦ୍ବନ୍ଦ୍ବ। ଅନ୍ୟପଟେ ଏଠାରୁ ବିଜେଡିର ଅନ୍ୟତମ ଆଶାୟୀ ପ୍ରାର୍ଥୀ ଭାବେ ରମେଶ ସାଏ ଉଭା ହୋଇଛନ୍ତି। ଟିକେଟ ପାଇବା ନେଇ ସେ ପ୍ରଚାର ଆରମ୍ଭ କରି ଦେଇଛନ୍ତି । ସରକାରୀ ଚାକିରି ଛାଡି ରମେଶ ଏଥର ନିର୍ବାଚନକୁ ଓହ୍ଲାଇଛନ୍ତି ।

ଅନ୍ୟପଟେ କଂଗ୍ରେସରୁ ଟିକେଟ ପାଇବା ପାଇଁ ଅନେକ ଦାବିଦାର ଥିଲେ । ମାତ୍ର ଦଳ ବିଜୟାନନ୍ଦ ଚାଉଳିଆଙ୍କୁ ଏଥର ପ୍ରାର୍ଥୀ କରିଛି । ଗତ ନିର୍ବାଚନରେ ଏଠାରୁ ପ୍ରାର୍ଥୀ ହୋଇଥିଲେ ସୁରେନ୍ଦ୍ର ପ୍ରଧାନ । 2017 ପଞ୍ଚାୟତ ନିର୍ବାଚନରେ ଜବରଦସ୍ତ ପ୍ରଦର୍ଶନ କରିଥିବା ବିଜେପି ଏଥର ଗଡ ଦଖଲ କରିବାକୁ ଅଣ୍ଟାଭିଡିଛି । ଦୁଇ ଦୁଇ ଥର ନିର୍ବାଚନ ହାରିଥିବା ଜିଲ୍ଲା ବିଜେପି ସଭାପତି ପୁଣି ଟିକେଟ ଦୌଡରେରେ ଥିବା ବେଳେ ତାଙ୍କୁ ମାତ ଦେବାପାଇଁ ଜୋରସୋରରରେ ସଙ୍ଗଠନ କରିବାରେ ଲାଗିଛନ୍ତି ଯୁବନେତା ସଂଗ୍ରାମ ମହାପାତ୍ର ଓ ଅଜିତ ସାହୁ। ଏମାନେ ଦୁହେଁ ଟିକେଟ ଦାବିଦାର ବୋଲି କହିଛନ୍ତି।

ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ଜିଲ୍ଲାର ଶେଷ ସୀମାରେ। ଏହା ମଧ୍ୟ ପଶ୍ଚିମ ଓଡିଶା ବିକାଶ ପରିଷଦରେ ଯାଉଛି। ଚାଷ ଏଠାକାର ସ୍ଥାନୀୟ ବାସିନ୍ଦାଙ୍କ ମୂଳ ଜୀବିକା । ଏଠାରେ ନାହିଁ ଜଳସେଚନର ସୁବିଧା । ଲୋକଙ୍କ ପ୍ରକୃତ ସମସ୍ୟାକୁ ସମସ୍ତେ ଅଣଦେଖା କରିଥିବା କହିଛନ୍ତି ଏଠାକାର ଭୋଟର ଅଭିଯୋଗ କରିଛନ୍ତି । ଏଥର ଭାବିଚିନ୍ତି ନେତା ବାଛିବେ ବୋଲି କହିଛନ୍ତି ଆଠମଲ୍ଲିକର ଭୋଟର।

ଅନୁଗୋଳର ଆଠମଲ୍ଲିକ ନିର୍ବାଚନମଣ୍ଡଳୀରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ଖୁବଶୀଘ୍ର ଭାରତୀୟ ଜନତା ପାର୍ଟି ର ପ୍ରାର୍ଥୀ ତାଲିକା ଘୋଷଣା ହେବ।କିଛି ହତାଶ ଲୋକଙ୍କ ପାଦ ତଳୁ ମାଟି ଖସି ଗଲାଣି ସେମାନେ ଭାରି ବ୍ୟଗ୍ର କାହିଁକି ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ତାଲିକା ଘୋଷଣା କରୁନି।ବିଜେପି ଏକ ରାଷ୍ଟ୍ରୀୟ ଦଳ ,କେନ୍ଦ୍ରୀୟ ସଂସଦୀୟ ବୋର୍ଡ଼  ଦେଶର ସବୁ ଲୋକସଭା କୁ ତର୍ଜମା କରି ପ୍ରାର୍ଥୀ ଘୋଷଣା କରିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଆସନ୍ତା ୨୯ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୟପୁର କୁ ଏକ ସାଧାରଣ ସଭାରେ ଯୋଗ ଦେବା ପାଇଁ ଆସିବେ ବୋଲି ଚର୍ଚ୍ଚା ହେଉଛି ।
 ପ୍ରଧାନମନ୍ତ୍ରୀ ଙ୍କ ଓଡ଼ିଶା ଗସ୍ତ ରେ ବହୁଥର ଆସିବେ।ପ୍ରଧାନମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ଓଡିଶା କାର୍ଯ୍ୟାଳୟ ସହ ଯୋଗାଯୋଗ ରେ ଅଛି।କାର୍ଯ୍ୟକ୍ରମ ନିର୍ଦ୍ଧିଷ୍ଟ ହେଲେ ଦଳୀୟ କାର୍ଯ୍ୟାଳୟ ରୁ ଜଣାଇ ଦିଆଯିବ।ବିଜେପି ରଣନୀତି ରେ ଓଡିଶା ଏକ ପ୍ରମୁଖ ରାଜ୍ୟ।ପ୍ରଧାନମନ୍ତ୍ରୀ ଅନେକ ଜାଗାକୁ ଗସ୍ତ କରିବେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
Last Updated : Mar 23, 2019, 6:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.