ETV Bharat / state

କୃଷ୍ଣଚକ୍ରଗଡ଼ରେ ବାଘ ଆକ୍ରମଣ ଘଟଣା, ଆହତଙ୍କୁ ଭେଟିଲେ ବିଧାୟକ ରମେଶ ସାଏ

author img

By

Published : Jul 9, 2023, 10:29 PM IST

ଅନୁଗୋଳରେ ବାଘ ଆକ୍ରମଣ ଘଟଣା । କୃଷ୍ଣଚକ୍ରଗଡ଼ ଗାଁରେ ପହଞ୍ଚି ଦୁଇ ଆହତଙ୍କୁ ଭେଟିଲେ ସ୍ଥାନୀୟ ଆଠମଲ୍ଲିକ ବିଧାୟକ ରମେଶ ସାଏ । ଅଧିକ ପଢ଼ନ୍ତୁ

ବାଘ ଆକ୍ରମଣରେ ଆହତଙ୍କୁ ଭେଟିଲେ ବିଧାୟକ ରମେଶ ସାଏ

ଅନୁଗୋଳ: ବାଘ ଆକ୍ରମଣରେ ଅନୁଗୋଳ ଜିଲ୍ଲା କୃଷ୍ଣଚକ୍ରଗଡ଼ ଗାଁରେ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଥିଲେ । ଏହି ଘଟଣା ପରେ ଆଜି ଆହାତଙ୍କ ଘରେ ପହଞ୍ଚିଛନ୍ତି ସ୍ଥାନୀୟ ବିଧାୟକ । ଆଠମଲ୍ଲିକ ବିଧାୟକ ରମେଶ ସାଏ କୃଷ୍ଣଚକ୍ରଗଡ଼ ଗାଁକୁ ଯାଇ ଆହତ ମାନକୁ ଭେଟିବା ସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ଏହା ସହିତ ବିଭାଗ କିଭଳି ତାଙ୍କ ସହାୟତା କରିବ, ସେନେଇ ମଧ୍ୟ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି ବିଧାୟକ ରମେଶ ସାଏ ।

ତେବେ ଗତ ୬ ତାରିଖ ଦିନ ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ କୃଷ୍ଣଚକ୍ରଗଡ଼ ଗାଁରେ କଲରାପତରିଆ ବାଘ ଆକ୍ରମଣରେ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଥିଲେ । ସେମାନେ ହେଲେ କୃଷ୍ଣଚକ୍ରଗଡ଼ ଗାଁର ଜନକ ବେହେରା ଓ ନେଙ୍କୁରି ବେହେରା । ସେହିଦିନ ଅପରାହ୍ନରେ ଏମାନେ ଛେଳି ଚରାଉଥିବା ବେଳେ ହଠାତ ଏକ କଲରାପତରିଆ ବାଘ ଏମାନଙ୍କୁ ଆକ୍ରମଣ କରିଥିଲା । ସେମାନେ ଜୋରରେ ଚିତ୍କାର କରିବାରୁ ଗାଁର ଅନ୍ୟ ଲୋକମାନେ ଦୌଡ଼ି ଆସି ଯାଇଥିଲେ । ଫଳରେ ବାଘଟି ସେଠାରୁ ଦୌଡ଼ି ପଳାଇଥିଲା ଏବଂ ଏମାନେ ମରଣ ମୁହଁରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ତେବେ ଗୁରୁତର ଅବସ୍ଥାରେ ସେମାନଙ୍କୁ ଗାଁ ଲୋକେ ଉଦ୍ଧାର କରି ଡାକ୍ତରଖାନା ଆଣୁଥିବା ବେଳେ ଖବର ପାଇ ବନ ବିଭାଗ କର୍ମଚାରୀମାନେ ପହଞ୍ଚି ସେମାନଙ୍କୁ ଅନୁଗୋଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ, ଆକ୍ରମଣ କଲା ବାଘ

ଉଭୟଙ୍କୁ ଉଦ୍ଧାର କରିଥିବା ଲୋକଙ୍କ କହିବା ମୁତାବକ ହଠାତ ଏକ କଲରାପତରିଆ ବାଘ ଜନକଙ୍କ ଉପରକୁ ଆକ୍ରମଣ କରିଥିଲା । କଲରାପତରିଆଟି ତାଙ୍କ ଗୋଡ଼ ଓ ହାତକୁ କାମୁଡି ଦେଇଥିବା ବେଳେ ପାଖରେ ଥିବା ନେଙ୍କୁରିଙ୍କୁ ମଧ୍ୟ ଆକ୍ରମଣ କରିଥିଲା । ଉଭୟ ପାଖରେ ଥିବା ବାଡ଼ି ଓ ଟାଙ୍ଗିଆରେ ବାଘକୁ ଘଉଡେଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଆକ୍ରମଣ କରିଥିଲା । ସେମାନଙ୍କ ଚିତ୍କାର ଶୁଣି ଅନ୍ୟ ଛେଳି ଚରାଳିମାନେ ସେଠାରେ ପହଞ୍ଚି ପାଟିତୁଣ୍ଡ କରିବାରୁ ବାଘଟି ଚାଲିଯାଇଥିଲା । ଗାଁ ଲୋକେ ଉଭୟଙ୍କୁ ଉଦ୍ଧାର କରି ଅନୁଗୋଳ ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ । ଖବର ପାଇ ବନ ବିଭାଗ ମଧ୍ୟ ଘଟଣାସ୍ଥଳରେ ଓ ହସ୍ପିଟାଲରେ ପହଞ୍ଚି ଅଧିକ ତଦନ୍ତ କରିଥିଲା । ତେବେ କୃଷ୍ଣଚକ୍ରଗଡ଼ ଗାଁଟି ଘଞ୍ଚ ଓ ଦୁର୍ଗମ ଜଙ୍ଗଲ ଘେରା ମଧ୍ୟରେ ରହିଛି । ଲୋକଙ୍କର ମୁଖ୍ୟ ଜୀବିକା ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଏବଂ ଛେଳି ପାଳନ ହୋଇଥିବା ବେଳେ ଏଭଳି ବାଘ ଆକ୍ରମଣ ଘଟଣା ପରେ ଏବେ ଜଙ୍ଗଲକୁ ଯିବାକୁ ଭୟ କରୁଛନ୍ତି ଗ୍ରାମବାସୀ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.