ଅନୁଗୋଳ: ସାତକୋଶିଆ ଅଭୟାରଣ୍ୟର ଜଙ୍ଗଲ ଅଞ୍ଚଳରେ ଥିବା ଗାଁକୁ ଯାଇ ଲୋକଙ୍କ ସୁବିଧା ଅସୁବିଧା ବୁଝିଲେ ବିଧାୟକ। ଗାଁ ସମସ୍ୟାର ସମାଧାନ ପାଇଁ ଦେଇଛନ୍ତି ପ୍ରତିଶ୍ରୁତି ।
ଜଙ୍ଗଲ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳରେ ପହଞ୍ଚି ଲୋକଙ୍କ ଅସୁବିଧା ବୁଝିଲେ ବିଧାୟକ । ଆଜି ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବିଧାୟକ ରମେଶ ସାଏ ପୁରୁଣା କୋର୍ଟ ପଞ୍ଚାୟତର ଛୋଟକେଇ ଓ ଟୁଲୁକା ଓ ଭୃକୁଣ୍ଡି ଗାଁକୁ ଯାଇ ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। କୋରୋନା କାଳରେ ଲୋକ ମାନେ କିଭଳି ଅଛନ୍ତି ସେମାନଙ୍କ ଜୀବନ ଜୀବିକା ସହ ଗାଁ ସମସ୍ୟା ନେଇ ଆଲୋଚନା କରିଛନ୍ତି ।
ଛୋଟକେଇ ଗାଁ କୁ ଦିଆ ଯାଉଥିବା ବିଜୁଳି ସଂଯୋଗ କାମ କିଭଳି ଶିଘ୍ର ଶେଷ ହେବ ସେ ସମ୍ପର୍କରେ ଆଲୋଚନା କରିଛନ୍ତି ବିଧାୟକ। ଗାଁରେ ପହଞ୍ଚି ସେମାନଙ୍କ ଦୁଃଖ ସୁଖ ବୁଝି ଥିବାରୁ ଲୋକେ ମଧ୍ୟ ବିଧାୟକଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ