ETV Bharat / state

NALCO କ୍ୟାପ୍‌ଟିଭ ପାୱାର ପ୍ଲାଣ୍ଟର ପାଉଁଶ ପରିଚାଳନା ଚିନ୍ତା, ପ୍ଲାଣ୍ଟରେ ପଡ଼ିବ ତାଲା ! - ପାଉଁଶ ପରିଚାଳନା ସମସ୍ୟା

ନାଲକୋ ପ୍ଲାଣ୍ଟରେ ୧୫ ଦିନ ଧରି ପାଉଁଶ ନିଷ୍କାସନ ବନ୍ଦ ରହିଥିବାରୁ ଦୈନିକ ନିର୍ଗତ ହେଉଥିବା ପାଉଁଶ ରଖିବାକୁ ଜାଗା ନାହିଁ । ପାଉଁଶ ରଖିବା ପାଇଁ ବିକଳ୍ପ ବ୍ୟବସ୍ଥା ନହେବା ପର୍ଯ୍ୟନ୍ତ ସିପିପି ପ୍ଲାଣ୍ଟକୁ ବନ୍ଦ କରିଦେବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନୋଟିସ ଜାରି କରିଛି । ଅଧିକ ପଡ଼ନ୍ତୁ

Anugul nalco Ash disposal problem
NALCO କ୍ୟାପଟିଭ ପାୱାର ପ୍ଲାଣ୍ଟକୁ ପାଉଁଶର ଚିନ୍ତା
author img

By

Published : Jul 26, 2023, 5:09 PM IST

NALCO କ୍ୟାପ୍‌ଟିଭ ପାୱାର ପ୍ଲାଣ୍ଟର ପାଉଁଶ ପରିଚାଳନା ଚିନ୍ତା

ଅନୁଗୋଳ: ପାଉଁଶ ପରିଚାଳନାକୁ ନେଇ ସଙ୍କଟରେ ନାଲକୋ । ନାଲକୋର ନିଦ ହଜାଇଲାଣି ପାଉଁଶ ଟେନ୍‌ସନ୍‌ । ବନ୍ଦ ହୋଇ ଯିବ କି ନାଲକୋ କ୍ୟାପ୍‌ଟିଭ ପାୱାର ପ୍ଲାଣ୍ଟ ? ନାଲକୋରୁ ନିର୍ଗତ ପାଉଁଶ ରଖିବା ପାଇଁ ଜାଗା ନଥିବାରୁ କ୍ୟାପ୍‌ଟିଭ ପାୱାର ପ୍ଲାଣ୍ଟ ବନ୍ଦ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏନେଇ ପ୍ରଦୂଷଣ ବିଭାଗ ତରଫରୁ ନାଲକୋକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଫଳରେ କାରଖାନା ପରିଚାଳନାକୁ ନେଇ ଦେଖା ଦେଇଛି ସାଂଘାତିକ ସ୍ଥିତି । ବିଭିନ୍ନ ଶ୍ରମିକ ଓ କର୍ମଚାରୀ ସଂଗଠନ ନାଲକୋକୁ ବଞ୍ଚାଇବା ପାଇଁ ଆଗେଇ ଆସିଛନ୍ତି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏଥିରେ ହସ୍ତକ୍ଷେପ କରି ସମାଧାନ କରିବାକୁ ସଂଗଠନଗୁଡ଼ିକ ଦାବି କରିଛନ୍ତି ।

କ୍ୟାପ୍‌ଟିଭ ପାୱାର ପ୍ଲାଣ୍ଟରେ ପଡ଼ିପାରେ ତାଲା: ନାଲକୋ କ୍ୟାପ୍‌ଟିଭ ପାୱାର ପ୍ଲାଣ୍ଟରେ ମୋଟ ୧୦ଟି ବିଦ୍ୟୁତ ଉତ୍ପାଦନ ୟୁନିଟ୍‌ ରହିଛି । ପ୍ରତି ୟୁନିଟ୍‌ରୁ ୧୨୦ ମେଗାୱାଟ୍‌ ଲେଖାଏଁ ବିଦ୍ୟୁତ ଉତ୍ପାଦନ ହେଉଛି । ଏଥିପାଇଁ ଦିନକୁ ପ୍ରାୟ ୧୬ହଜାର ଟନ୍‌ କୋଇଲା ବ୍ୟବହାର କରାଯାଉଛି । ସେଥିରୁ ଦୈନିକ ୭୫୦୦ ଟନ୍‌ ପାଉଁଶ ନିର୍ଗତ ହେଉଛି । ଏହି ପାଉଁଶ ରଖିବା ପାଇଁ ନାଲକୋ ୩ଟି ପାଉଁଶ ପୋଖରୀ ନିର୍ମାଣ କରିଥିଲା । କିନ୍ତୁ ସେହି ସବୁ ପାଉଁଶ ପୋଖରୀ ଏବେ ସମ୍ପୂର୍ଣ୍ଣ ପୋତି ହୋଇ ଯାଇଛି । ସେଗୁଡିକର ଆଉ ପାଉଁଶ ଧାରଣ କ୍ଷମତା ନାହିଁ। ଫଳରେ ନାଲକୋ କର୍ତ୍ତୃପକ୍ଷ ଲିଂସ୍ଲାରି ମାଧ୍ୟମରେ ପାଇପ ଯୋଗେ ପ୍ରାୟ ୨୧କିମି ତାଳଚେର ସ୍ଥିତ ଭରତପୁର ଭୂତଳ କୋଇଲା ଖଣିରେ ପକାଇବାର ବ୍ୟବସ୍ଥା କରିଥିଲା । ଦୈନିକ ପ୍ରାୟ ୫ହଜାର ଟନ ପାଉଁଶ ପାଇପ ଯୋଗେ କୋଇଲା ଖଣିରେ ପଡୁଛି ।

ପାଉଁଶ ପମ୍ପ ହାଉସ ବନ୍ଦ: ହେଲେ ନିଯୁକ୍ତି ଦାବିରେ ତାଳଚେର ସୁରକ୍ଷା ମଞ୍ଚର କ୍ଷତିଗ୍ରସ୍ତ ପ୍ରଜାମାନେ ଭରତପୁର ସ୍ଥିତ ପାଉଁଶ ପମ୍ପ ହାଉସକୁ ବନ୍ଦ କରି ଦେଇଛନ୍ତି। ଗତ ୧୩ତାରିଖରୁ ସେମାନେ ଆନ୍ଦୋଳନ କରିବା ଫଳରେ ପାଇପ ଯୋଗେ ଆଉ ପାଉଁଶ ପକା ଯାଇ ପାରୁନାହିଁ । ସେଦିନରୁ ସମସ୍ୟା ସୃଷ୍ଟି ହୋଇଛି । ଅନ୍ୟ ପକ୍ଷରେ ଭର୍ତ୍ତି ହୋଇ ଯାଇଥିବା ଗୋଟିଏ ପାଉଁଶ ପୋଖରୀରେ କର୍ତ୍ତୃପକ୍ଷ ବାଧ୍ୟ ହୋଇ ପାଉଁଶ ପକାଉଛନ୍ତି । କିନ୍ତୁ ସେହି ପୋଖରୀରେ ଆଉ ଧାରଣ କ୍ଷମତା ନଥିବାରୁ ଏବେ ବଡ଼ ଧରଣର ଅଘଟଣ ଘଟିବା ଆଶଙ୍କା ଦେଖା ଦେଇଛି ।

ଅନୁଗୋଳ ପ୍ରଦୂଷଣ ଆଞ୍ଚଳିକ ଅଧିକାରୀ ଭର୍ତ୍ତି ହୋଇଯାଇଥିବା ପାଉଁଶ ପୋଖରୀ ପରିଦର୍ଶନ କରିଥିଲେ । ଭୟଙ୍କର ପରିସ୍ଥିତି ଦେଖି ତୁରନ୍ତ ବିକଳ୍ପ ବ୍ୟବସ୍ଥା କର ନଚେତ ସାମୟିକ ଭାବେ କ୍ୟାପଟିଭ ପାୱାର ପ୍ଲାଣ୍ଟକୁ ବନ୍ଦ କର ବୋଲି ନୋଟିସ ଜାରି କରିଛନ୍ତି । ନଲୋକର ଅନ୍ୟ କୌଣସି ବିକଳ୍ପ ନଥିବାରୁ ବନ୍ଦ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଆନ୍ଦୋଳନ ଚଳାଇଥିବା କ୍ଷତିଗ୍ରସ୍ତ ଲୋକଙ୍କ ସହ ପ୍ରଶାସନ, ନାଲକୋ କର୍ତ୍ତୃପକ୍ଷ କିମ୍ବା ସ୍ଥାନୀୟ ଲୋକ ପ୍ରତିନିଧି କେହି ହେଲେ ଏଯାଏଁ ଆଲୋଚନା କରି ନଥିବା ଜଣାପଡ଼ିଛି ।

ବନ୍ଦ ହେଲାଣି ବିଦ୍ୟୁତ ଉତ୍ପାଦନ ୟୁନିଟ୍‌: ନାଲକୋ କ୍ୟାପ୍‌ଟିଭ ପାୱାର ପ୍ଲାଣ୍ଟରେ ଥିବା ୧୦ଟି ବିଦ୍ୟୁତ ଉତ୍ପାଦନ ୟୁନିଟ ମଧ୍ୟରୁ ୫ଟି ୟୁନିଟ ବନ୍ଦ କରି ଦିଆଯାଇଛି । ଆଗକୁ ସ୍ଥିତି ନବଦଳିଲେ ଆହୁରି ଅଧିକ ୟୁନିଟ ବନ୍ଦ କରିବାକୁ ବିଚାର ଚାଲିଛି । ବିଦ୍ୟୁତ ଉତ୍ପାଦନ କମି ଯାଇଥିବାରୁ ଆଲୁମିନିୟମ ଉତ୍ପାଦନ ମଧ୍ୟ କମି ଯାଇଛି । ନାଲକୋ ସ୍ମେଲ୍ଟର କାରଖାନାରେ ୯୫୦ଟି ପଟ୍‌ ଚଳାଇବା ପାଇଁ ଦୈନିକ ପ୍ରାୟ ୭୭୦ ମେଗାୱାଟ ବିଦ୍ୟୁତ ଆବଶ୍ୟକ କିନ୍ତୁ ବର୍ତ୍ତମାନ ସେହି ଆବଶ୍ୟକ ଅନୁସାରେ ବିଦ୍ୟୁତ ଉତ୍ପାଦନ ହେଉନଥିବାରୁ କର୍ତ୍ତୃପକ୍ଷ ବାଧ୍ୟ ହୋଇ ଗ୍ରୀଡ଼ରୁ ୩୨୦ ମେଗାୱାଟ ବିଦ୍ୟୁତ ଚଢା ଦରରେ କିଣୁଛନ୍ତି । ଯାହାକି ଆର୍ଥିକ ବୋଝ ସହିବାକୁ ପଡୁଛି ।

ଉଜୁଡି ଯିବ କି ଜୀବିକା ?: ପାଉଁଶ ପରିଚାଳନା ସମସ୍ୟାର ସମାଧାନ ହେବ ସେନେଇ ନାଲକୋ କର୍ତ୍ତୃପକ୍ଷ ଓ ବିଭିନ୍ନ ଶ୍ରମିକ ଓ କର୍ମଚାରୀ ସଂଗଠନ ଚାତକ ପରି ଚାହିଁ ବସିଛନ୍ତି । ଆଉ ମାତ୍ର ୫/୬ଦିନ ପର୍ଯ୍ୟନ୍ତ ସେହି ପାଉଁଶ ପୋଖରୀରେ ପାଉଁଶ ପକାଇ ହେବ ତେଣୁ ଇତି ମଧ୍ୟରେ ସମାଧାନର ବାଟ ନଫିଟିଲେ ନାଲକୋ କ୍ୟାପଟିଭ ପାୱାର ପ୍ଲାଣ୍ଟ ବନ୍ଦ କରିବାକୁ ବାଧ୍ୟ ହେବେ କର୍ତ୍ତୃପକ୍ଷ । ଯଦି ପ୍ଲାଣ୍ଟ ବନ୍ଦ ହୁଏ ତେବେ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ନିର୍ଭର କରୁଥିବା ଲକ୍ଷାଧିକ କର୍ମଚାରୀ ଏବଂ ଶ୍ରମିକଙ୍କ ଜୀବିକା ଉଜୁଡି ଯିବ ।

ଏହା ବି ପଢନ୍ତୁ...ନାଲକୋରୁ ନିର୍ଗତ ପାଉଁଶ ରଖିବାକୁ ଜାଗା ନାହିଁ, CPP ପ୍ଲାଣ୍ଟ ବନ୍ଦ ରଖିବାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶ

ନାଲକୋ ନବରତ୍ନ ମାନ୍ୟତା ପାଇଛି। ଆଗକୁ ମହାରତ୍ନ ମାନ୍ୟତା ପାଇବାକୁ ଯାଉଛି । କାରଖାନା ଆରମ୍ଭରୁ ଲାଭ ଦେଇ ଆସୁଛି । ହେଲେ ଏବେ ତାର ଅସ୍ତିତ୍ୱ ରକ୍ଷା ପାଇଁ କେହି ଆଗେଇ ଆସୁ ନଥିବା ଆଦୌ ଶୁଭଙ୍କର ନୁହେ ବୋଲି ଚର୍ଚ୍ଚା ହେଉଛି । ତେବେ ନାଲକୋ କ୍ୟାପ୍‌ଟିଭର ପ୍ଲାଣ୍ଟରେ ଏହି ପାଉଁଶ ପରିଚାଳନା ସମସ୍ୟା କେବେ ସମାଧାନ ହେଉଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.