ETV Bharat / state

କୋରୋନା ମୁକାବିଲା: ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ଆଶା ଦିଦି ଜଲି - coronavirus outbreak

ବିଶ୍ବକୁ ଘାଇଲା କରି ରଖିଥିବା ଘାତକ କୋରୋନା ଭାଇରସ ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି ଆଶା ଦିଦି ଜଲି । ଲୋକଙ୍କୁ ସଚେତନ ସହ ସୁରକ୍ଷିତ ରହିବାକୁ ସେ ପରାମର୍ଶ ଦେଉଛନ୍ତି ।

od_ang_ Asa karmi
ସଚେତନ ଆଶା , କୋରନା ମୁକାବିଲା ପାଇଁ ବାଣ୍ଟୁଛନ୍ତି ସଚେତନତା ବାର୍ତ୍ତା
author img

By

Published : Apr 1, 2020, 10:30 PM IST

Updated : Apr 2, 2020, 6:46 PM IST

ଅନୁଗୋଳ: ପେଶାରେ ଆଶାକର୍ମୀ । ହେଲେ ନିଶା ସମାଜ ସେବା। ଗାଁ ଗାଁ ବୁଲି କୋରନା ସଂକ୍ରମଣରୁ ବଞ୍ଚିବା ପାଇଁ ବାଣ୍ଟୁଛନ୍ତି ସଚେତନତାର ବାର୍ତ୍ତା । କୋରୋନା ମୁକାବିଲାର ଏହି ଯୋଦ୍ଧା ଜଣକ ହେଲେ ଅନୁଗୋଳ କିଶୋରନଗର ବ୍ଲକ ପ୍ରତାପପୁର ବାଲିଖମଣ ଗ୍ରାମର ଆଶାକର୍ମୀ ଜଲି ମାଝୀ।

କୋରୋନା ମୁକାବିଲା: ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ଆଶା ଦିଦି ଜଲି

ବିଶ୍ବକୁ ଘାଇଲା କରି ରଖିଥିବା ଘାତକ କୋରୋନା ଭାଇରସ ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି ଜଲି । ରାତି ପାହିଲେ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ ସହ ସୁରକ୍ଷିତ ରହିବାକୁ ସେ ପରାମର୍ଶ ଦେଉଛନ୍ତି । । ପିଲା ଠାରୁ ବୁଢା ଯାଏଁ ସମସ୍ତଙ୍କୁ ଶିଖାଉଛନ୍ତି ସ୍ବଚ୍ଛତାର ପରିଭାଷା । ନିୟମିତ ହାତ ଧୋଇବା ପରିଷ୍କାର ପରିଚ୍ଛନ୍ନ ରହିବାକୁ ବତାଉଛନ୍ତି ସେ।

କେବଳ ଏତିକି ନୁହେଁ କୋରୋନା ଭାଇରସ ବିନାଶର ବଡ ଜଡିବୁଟି ସାମାଜିକ ଦୂରତା ସମ୍ପର୍କରେ ମଧ୍ୟ ଲୋକଙ୍କୁ ବୁଝାଉଛନ୍ତି । ଏକ ମିଟର ଦୂରତା ରେ କଥା ବାର୍ତ୍ତା ହେବା ପାଇଁ ସାଧାରଣ ଲୋକଙ୍କୁ ସେ ପରାମର୍ଶ ଦେଉଛନ୍ତି।

ତାଙ୍କର ଏଭଳି ପ୍ରୟାସକୁ ଆଠମଲ୍ଲିକ ବିଧାୟକଙ୍କ ସମେତ ଗ୍ରାମବାସୀ ବେଶ ପ୍ରଶଂସା କରିଛନ୍ତି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Apr 2, 2020, 6:46 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.