ETV Bharat / state

ଶିଳ୍ପ ସଂସ୍ଥାକୁ ନିଷିଦ୍ଧାଞ୍ଚଳ କର ନହେଲେ ବନ୍ଦ ହେବ ଅନୁଗୋଳ: ନଗର କଂଗ୍ରେସ - anugul news

ଶିଳ୍ପ ସଂସ୍ଥାକୁ ନିଷିଦ୍ଧାଞ୍ଚଳ କର ନ ହେଲେ ବନ୍ଦ ହେବ ଅନୁଗୋଳ । ଏଭଳି ଚେତାବନୀ ଦେଇଛି ଜିଲ୍ଲା କଂଗ୍ରେସ । କୋରୋନା ମୁକାବିଲା ପାଇଁ ଏଭଳି ପଦକ୍ଷେପ ନେବାକୁ ଦାବି କରିଛି କଂଗ୍ରେସ । ଅଧିକ ପଢନ୍ତୁ...

Anugul will be shut down if the industry is not announced contenment zone
ଶିଳ୍ପ ସଂସ୍ଥାକୁ ନିଷିଦ୍ଧାଞ୍ଚଳ କର ନହେଲେ ବନ୍ଦ ହେବ ଅନୁଗୋଳ: ନଗର କଂଗ୍ରେସ
author img

By

Published : Jul 17, 2020, 7:41 PM IST

ଅନୁଗୋଳ: ଶିଳ୍ପ ସଂସ୍ଥାକୁ ନିଷିଦ୍ଧାଞ୍ଚଳ କର ନ ହେଲେ ବନ୍ଦ ହେବ ଅନୁଗୋଳ । ଏଭଳି ଚେତାବନୀ ଦେଇଛି ଜିଲ୍ଲା କଂଗ୍ରେସ । କୋରୋନା ମୁକାବିଲା ପାଇଁ ଏଭଳି ପଦକ୍ଷେପ ନେବାକୁ ଦାବି କରିଛି କଂଗ୍ରେସ ।

ବାରମ୍ବାର ଆପତ୍ତି ଓ ଅଭିଯୋଗ ପରେ ମଧ୍ୟ କୋରୋନା ସଂକ୍ରମିତ ଶିଳ୍ପସଂସ୍ଥା ଗୁଡିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଉନାହିଁ । ଏପରିକି ଉକ୍ତ ଶିଳ୍ପସଂସ୍ଥା ଗୁଡିକର କର୍ମଚାରୀଙ୍କୁ ନେଇ ବାହାରକୁ ଆସୁଥିବା ଗାଡି ଗୁଡିକର ଯାତାୟତ ଉପରେ ମଧ୍ୟ ରୋକ ଲଗାଯାଉନାହିଁ । ଯାହାକୁ ବିରୋଧ କରି ଆସନ୍ତା ସୋମବାର ନଗର କଂଗ୍ରେସ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ ।

ଯଦି ପ୍ରଶାସନ ସେମାନଙ୍କ ଦାବି ନ ଶୁଣେ ତେବେ ବୁଧବାର ଅନୁଗୋଳ ବନ୍ଦ ଡାକରା ଦେବାକୁ ଚେତାବନୀ ଦେଇଛି ନଗର କଂଗ୍ରେସ । ଶୁକ୍ରବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର କର୍ମକର୍ତ୍ତା ଏହି ସୂଚନା ଦେଇଛନ୍ତି ।

ଶିଳ୍ପ ସଂସ୍ଥାକୁ ନିଷିଦ୍ଧାଞ୍ଚଳ କର ନହେଲେ ବନ୍ଦ ହେବ ଅନୁଗୋଳ: ନଗର କଂଗ୍ରେସ

ପ୍ରକାଶ ଥାଉ କି, ଅନୁଗୋଳ ଜିଲ୍ଲାରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଆଉ ବଢୁଥିବା ଏହି ସଂକ୍ରମିତଙ୍କ ସଂଖ୍ୟା ପାଇଁ ଶିଳ୍ପସଂସ୍ଥା ହିଁ ଦାୟୀ । ଏସବୁ ଜାଣିବା ସତ୍ତ୍ବେ ମଧ୍ୟ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି । ସେପେଟ ବଢୁଥିବା ସଂକ୍ରମିତଙ୍କ ସଂଖ୍ୟା ଜିଲ୍ଲାବାସୀଙ୍କ ମନରେ ଭୟ ସୃଷ୍ଟି କରିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.