ଅନୁଗୋଳ: ପ୍ରଧାନମନ୍ତ୍ରୀଙ୍କ ୨୧ ଦିନିଆ ସମ୍ପୂର୍ଣ୍ଣ ଭାରତରେ ତାଲାବନ୍ଦର ବୁଧବାର ଥିଲା ପ୍ରଥମ ଦିନ । ମଙ୍ଗଳବାର ମଧ୍ୟରାତ୍ରିରୁ ଓଡିଶାରେ ଏହି କଟକଣାକୁ କଡାକଡି କରାଯାଇଛି । ତାଲାବନ୍ଦ ସମୟରେ ଘରୁ ନ ବାହାରିବାକୁ ମୋଦି ନିବେଦନ କରିଛନ୍ତି । ଯାହାକୁ ନେଇ ପୋଲିସ ବିଭିନ୍ନ ସ୍ଥାନରେ ଗାଡିମୋଟର ଚେକିଂ ଜାରି ରଖିଛି ।
ଜିଲ୍ଲାରେ ପୋଲିସ ବିଭିନ୍ନ ସ୍ଥାନରେ ବ୍ୟାରିକେଡ୍ ତିଆରି କରି ଗାଡିମୋଟର ଯାଞ୍ଚ କରିବା ସହ ଲୋକଙ୍କୁ ଘରୁ ନବାହାରିବାକୁ ଅନୁରୋଧ ମଧ୍ୟ କରୁଛନ୍ତି । ଏହା ସତ୍ତ୍ବେ ଅନେକ ସ୍ଥାନରେ ଲୋକେ ପୋଲିସ କଥାକୁ ଖାତିର କରୁନାହାନ୍ତି । ମଙ୍ଗଳବାର ଏନେଇ ୨୪ ଜଣଙ୍କ ବିରୋଧରେ ୬ଟି ମାମଲା ରୁଜୁ ହୋଇଥିବାବେଳେ 10ଟି ମୋଟରସାଇକେଲ ମଧ୍ୟ ଜବତ ହୋଇଛି ।
ସେପଟେ ସହରର ବିଭିନ୍ନ ସ୍ଥାନରେ ସମସ୍ତ ଆବଶ୍ୟକୀୟ ଜିନିଷ ମିଳୁଥିବାବେଳେ କିଛି ଲୋକ ବାହାରକୁ ଆସି ବୁଲାବୁଲି କରୁଛନ୍ତି । ତେବେ ଆବଶ୍ୟକ ନଥିଲେ ଘରୁ ନ ବାହାରିବାକୁ ଅନୁରୋଧ କରିଛନ୍ତି ଅନୁଗୋଳ ଏସପି ଜଗମୋହନ ମିନା ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ