ETV Bharat / state

ଅନୁଗୋଳ ପୋଲିସର ମାମଲା ରଫାଦଫା ଫଣ୍ଡା, ଦୁଷ୍କର୍ମ ପୀଡିତା ପରିବାରକୁ ଚାପ ଅଭିଯୋଗ - ଅନୁଗୋଳରେ ପୋଲିସ ଉପରେ ଅଭିଯୋଗ

ଅନୁଗୋଳରେ ନାବାଳିକା ଦୁଷ୍କର୍ମ ମାମଲାରେ ନ୍ୟାୟ ଦେବା ପରିବର୍ତ୍ତେ କେସ କମ୍ପରମାଇଜ କରିବାକୁ ଚାପ ପକାଉଛି ପୋଲିସ । ଅଧିକ ପଢନ୍ତୁ .....

ଅନୁଗୋଳ ପୋଲିସର କମ୍ପରମାଇଜ ଫଣ୍ଡା, କେସ ନୁହେଁ ରଫାଦଫା ପାଇଁ ଚାପ

author img

By

Published : Nov 25, 2020, 5:09 PM IST

ଅନୁଗୋଳ: ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ଆଣି ଥାନାର ଦ୍ବାରସ୍ଥ ହୋଇଥିବା ନାବାଳିକା ପରିବାରକୁ ନ୍ୟାୟ ଦେବା ପରିବର୍ତ୍ତେ କେସ କମ୍ପରମାଇଜ କରିବାକୁ ଚାପ ପକାଉଛି ପୋଲିସ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାରେ । ଜିଲ୍ଲାର ଜରପଡା ଥାନା କର୍ତ୍ତୃପକ୍ଷ ଏକ ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ରଫାଦଫା କରିବାକୁ ପିଡିତା ପରିବାରକୁ ଚାପ ପକାଉଥିବା ନାବାଳିକାର ବାପା ଅଭିଯୋଗ ଆଣି ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ଅନୁଗୋଳ ପୋଲିସର କମ୍ପରମାଇଜ ଫଣ୍ଡା, କେସ ନୁହେଁ ରଫାଦଫା ପାଇଁ ଚାପ

ଘଟଣା ଅନୁସାରେ ଅନୁଗୋଳ ଜିଲ୍ଲାର ଜରପଡା ଥାନା ଡେରଜାଙ୍ଗ ଗାଁର ଜଣେ ଯୁବକ ସହି ଗାଁର ଜଣେ ନାବାଳିକା ସହ ପ୍ରେମ ସମ୍ପର୍କ ଆଳରେ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିବା ପରେ ଫେରାର ହୋଇ ଯାଇଛି। ଏନେଇ ନାବାଳିକାର ପରିବାର ଜରପଡା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ କେସ ରଫାଦଫା କରିବାକୁ ପିଡିତା ପରିବାର ଉପରେ ଚାପ ପକାଉଛନ୍ତି । ଫଳରେ ବାଧ୍ୟ ହୋଇ ପିଡିତା ପରିବାର ନ୍ୟାୟ ପାଇଁ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ଅଭିଯୁକ୍ତଙ୍କ ପରିବାର ପ୍ରଭାବଶାଳୀ ହୋଇ ଥିବାରୁ ଟଙ୍କା ନେଇ ଘଟଣା ଚପାଇ ଦେବାକୁ ଧମକ ଦେଉଥିବା ପରି ସଂଗୀନ ଅଭିଯୋଗ ଆଣିଛି ପିଡିତା ପରିବାର ।

ଅନୁଗୋଳରୁ ସଂଗ୍ରମ ରଞ୍ଜନ ନାଥ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.