ଅନୁଗୋଳ: ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧିକୁ ଘୋର ବିରୋଧ । ଶୁକ୍ରବାର ଅନୁଗୋଳ ଜିଲ୍ଲା ଏସୟୁସିଆଇ ପକ୍ଷରୁ ଏଥିପାଇଁ ପ୍ରତିବାଦ କରାଯାଇଛି । ଶତାଧିକ କର୍ମୀ ବିକ୍ଷୋଭ ଶୋଭାଯାତ୍ରା କରି ବସ ଷ୍ଟାଣ୍ଡ ଠାରେ ପହଞ୍ଚି ପ୍ରତିବାଦ ସଭା କରିଛନ୍ତି । ସରକାର ଗ୍ୟାସ ସିଲିଣ୍ଡର ପ୍ରତି ପ୍ରାୟ 150 ଟଙ୍କା ବୃଦ୍ଧି କରିଥିବାରୁ ଏହା ସାଧାରଣ ଲୋକଙ୍କ ପ୍ରତି ଅତ୍ୟନ୍ତ ଅବିଚାର।
ଲୋକେ ଗ୍ୟାସ ବ୍ୟବହାର କରିବା କଷ୍ଟକର ହୋଇ ପଡିବ । ଗରିବ ଦିନ ମଜୁରିଆଙ୍କ ପାଇଁ ଗ୍ୟାସ ବ୍ୟବହାର ସ୍ବପ୍ନ ହୋଇ ପଡିବ। ତେଣୁ ଗ୍ୟାସ ଦର ବୃଦ୍ଧିକୁ ସରକାର ତୁରନ୍ତ ପ୍ରତ୍ୟାହାର କରନ୍ତୁ ନଚେତ ଆଗାମୀ ଦିନରେ ସାରା ଦେଶରେ ବ୍ୟାପକ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି । ଏନେଇ ଆଗାମୀ ଦିନରେ ମଧ୍ୟ ସରକାରଙ୍କୁ ଦାବି ପତ୍ର ଦିଆଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ