ETV Bharat / state

ଅନୁଗୋଳରେ ପ୍ରଥମ କୋରୋନା ମୃତ୍ୟୁ - Anugul NALCO DGM death for corona

କୋରୋନା ନେଲା ନାଲକୋ ଡିଜିଏମଙ୍କ ଜୀବନ । ଅନୁଗୋଳ ଜିଲ୍ଲାରେ ପ୍ରଥମ କୋରୋନା ମୃତ୍ୟୁ । ଏନେଇ ଜିଲାପାଳ ଦେଲେ ସୂଚନା । ମୃତ୍ୟକଙ୍କ କଣ୍ଟାକଟ ଟ୍ରେସିଂ ଜାରି ରହିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୋରୋନା ନେଲା ନାଲକୋ ଡିଜିଏମଙ୍କ ଜୀବନ
କୋରୋନା ନେଲା ନାଲକୋ ଡିଜିଏମଙ୍କ ଜୀବନ
author img

By

Published : Jun 30, 2020, 9:24 PM IST

ଅନୁଗୋଳ: ଅନୁଗୋଳ ଜିଲାରେ ପ୍ରଥମ କୋରୋନା ମୃତ୍ୟୁ । କୋରୋନାରେ ଆକ୍ରାନ୍ତ ହୋଇ ଜୀବନ ହାରିଲେ ନାଲକୋର ଡ଼ିଜିଏମ୍ । ଏନେଇ ଅନୁଗୋଳ ଜିଲାପାଳ ଦେଲେ ସୂଚନା । ଘଟଣାକୁ ନେଇ ଅଞ୍ଚଳ ବାସୀ ଭୟଭୀତ । ଘଟଣାରେ ପ୍ରଥମ ପର୍ଯ୍ୟାୟରେ ୧୫ ଜଣଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି ।

କୋରୋନା ନେଲା ନାଲକୋ ଡିଜିଏମଙ୍କ ଜୀବନ
କୋରୋନା ନେଲା ନାଲକୋ ଡିଜିଏମଙ୍କ ଜୀବନ

ନାଲ୍‌କୋ ଡିଜିଏମଙ୍କ କୋରୋନା ସଙ୍କ୍ରମିତ ଜଣାପଡିବା ପରେ ତାଳଚେର କୋଭିଡ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିବା ଜିଲାପାଳ ମନୋଜ କୁମାର ମହାନ୍ତି ଏକ ପ୍ରେସ ବିଘପ୍ତି ଜରିଆରେ ସୂଚନା ଦେଇଛନ୍ତି । ତେବେ ଅନୁଗୋଳରେ ପ୍ରଥମ କୋରୋନା ରୋଗୀ ଭାବେ ମୃତ୍ୟୁ ଘଟିଥିବା ପ୍ରଶାସନ ସ୍ପଷ୍ଟ କରିଛି ।

ମୃତ କୋରୋନା ରୋଗୀ ନାଲ୍‌କୋ କାର୍ଯ୍ୟାଳୟରେ ଥିବା କ୍ୟାଣ୍ଟିନରେ ଖାଇବା ସହ ବିଭିନ୍ନ ଲୋକଙ୍କ ସହ ମିଳାମିଶା କରିଥିଲେ। ଏବେ ତାଙ୍କର ମୃତ୍ୟୁ ପରେ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ମୃତ ଡିଜିଏମଙ୍କ ସ୍ତ୍ରୀ ସମ୍ବଲପୁରସ୍ଥିତ ବୁର୍ଲା ମେଡିକାଲ କଲେଜ(ଭିସୁଟ)ରେ ଆସୋସିଏଟ ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି।

ତାଙ୍କର ମଧ୍ୟ ନମୁନା ପଜିଟିଭ ଥିବା ଜଣାପଡିବା ପରେ ତାଙ୍କୁ ମଧ୍ୟ କଟକର ଏକ କୋଭିଡ ହସ୍ପିଟାଲକୁ ପଠାଯାଇଥିବା ଜଣାପଡିଛି । ଅନ୍ୟପଟେ ଏହି ଘଟଣା ଜଣାପଡ଼ିବା ପରେ ନାଲକୋ ହସ୍ପିଟାଲ ଓପିଡି ଓ ଡିଜିଏମ୍ ଯେଉଁ ସବୁ ସ୍ଥାନକୁ ଯାଇଥିଲେ ତାକୁ ସବୁ ବନ୍ଦ କରାଯାଇଛି । ତାଙ୍କ ସହ ଯୋଗାଯୋଗରେ ଆସିଥିବା ୧୫ ଜଣକୁ ହୋମ କ୍ବାରେଣ୍ଟାଟାଇନରେ ରଖାଯାଇ ଥିବା ଚିଠିରେ ଉଲ୍ଲେଖ ରହିଛି । ସେହିଭଳି ସେ କାର୍ଯ୍ୟ କରୁଥିବା ଅଫିସ, ଖାଇବାକୁ ଯାଇଥିବା କ୍ୟାଣ୍ଟିନକୁ ମଧ୍ୟ ସିଲ କରାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.