ETV Bharat / state

ଶିଶୁକନ୍ୟା ସୁରକ୍ଷାରେ ଦେଶରେ ଆଗୁଆ ଅନୁଗୋଳର ମଝିପଡା - Anugul majhipara sets example

ଶିକ୍ଷା ସଚେତନତା ଠାରୁ ବହୁ ଦୂରରେ । କିନ୍ତୁ କନ୍ୟାରତ୍ନ ସୁରକ୍ଷାରେ ସାରା ଦେଶରେ ଆଗରେ । ସାତକୋଶିଆ ଅଭୟାରଣ୍ୟରେ ଥିବା ମଝିପଡାରୁ ଦେଖନ୍ତୁ ଇଟିଭି ଭାରତର ବିଶେଷ ରିପୋର୍ଟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Oct 10, 2019, 11:57 PM IST

ଅନୁଗୋଳ: ସମାଜରେ ଏବେ ପୁଅଙ୍କ ତୁଳନାରେ କମୁଛି ଝିଅଙ୍କ ସଂଖ୍ୟା । ଯାହାକୁ ନେଇ ଏବେ ଦେଶରେ ଚିନ୍ତା ଜନକ ପରିସ୍ଥିତି ଦେଖାଦେଇଛି । ସରକାର ମଧ୍ୟ କନ୍ୟାରତ୍ନଙ୍କ ସୁରକ୍ଷା ପାଇଁ ଯୋଜନା ପ୍ରଣୟନ କରୁଛନ୍ତି । ଏଭଳି ସ୍ଥଳେ ଆଜି ଆମେ ଆପଣଙ୍କୁ ଏମିତି ଏକ ଗାଁ ଦେଖାଇବୁ ଯେଉଁଠି ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ଢେର ଅଧିକ । ଏମିତି ଏକ ଗାଁ ହେଉଛି ଅନୁଗୋଳ ଜିଲାର ସାତକୋଶିଆ ଅଭୟାରଣ୍ୟ ଭିତରେ ଅବସ୍ଥିତ ମଝିପଡା ଗାଁ । ଯେଉଁଠି ପ୍ରାୟ ୫୦ ରୁ ଅଧିକ ଆଦିବାସୀ ପରିବାର ବସବାସ କରନ୍ତି । ଘଞ୍ଚ ଜଙ୍ଗଲ ଓ ଦୁର୍ଗମ ଅଞ୍ଚଳରେ କେବଳ ଜଙ୍ଗଲଯାତ ଦ୍ରବ୍ୟ ସଂଗ୍ରହ କରି ଜିବୀକା ନିର୍ବାହ କରିବା ଛଡା ଆଉ କିଛି ବାଟ ନାହିଁ । ଶିକ୍ଷା, ସ୍ବାସ୍ଥ୍ୟଓ ଅନ୍ୟାନ୍ୟ ମୌଳିକ ସୁବିଧା ଏଠାରେ ସେତେଟା ପ୍ରଭାବ ପକାଇ ନାହିଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ତଥାପି ଏହି ଗାଁର ଲୋକଙ୍କ ଭିତରେ ଯେଉଁ ସଚେତନତା ରହିଛି ତାହା ବର୍ତ୍ତମାନ ପରିସ୍ଥିତିରେ ସାରା ଦେଶ ପାଇଁ ଉଦାହରଣ । କାରଣ ଗାଁରେ ଘରେ ଘରେ ଝିଅ ଜନ୍ମ ହେଲେ ବହୁତ ଖୁସି ହୁଅନ୍ତି ଆଦିବାସୀ ପରିବାର । ସରକାରୀ ତଥ୍ୟ କହୁଛି ୨୦୧୮ ମାର୍ଚ୍ଚ ମାସ ସୁଦ୍ଧା ଗାଁରେ ପୁରୁଷ ସଂଖ୍ୟା ୧୫୦ ଥିବା ବେଳେ ମହିଳାଙ୍କ ସଂଖ୍ୟା ୧୬୭ । ସେହିପରି ୫ ବର୍ଷ ବୟସ ପର୍ଯ୍ୟନ୍ତ ୧୦ ଜଣ ପୁଅ ହୋଇଥିବା ବେଳେ ୧୮ ଜଣ ଝିଅ ଅଛନ୍ତି । ଏ ବର୍ଷ ଗାଁରେ ଜଣେ ମାତ୍ର ପୁଅ ଜନ୍ମ ହୋଇଥିବା ବେଳେ 3ଜଣ ଝିଅ ଜନ୍ମ ହୋଇଛନ୍ତି ।

ଗାଁରେ ଝିଅକୁ ମିଳେ ବହୁତ ଆଦର ଓ ସମ୍ମାନ । ଏହାର କାରଣ ହେଉଛି ଆଦିବାସୀ ସମାଜରେ ଯୌତୁକ ପ୍ରଥା ନାହିଁ । ଝିଅ ବଡ ହେବା ପରେ ବାହାଘର ପାଇଁ କୌଣସି ସମସ୍ୟା ନଥାଏ ଏମାନଙ୍କର । ଅଯଥାରେ ଯୌତୁକ ପାଇଁ ଲୋକଙ୍କୁ ଖର୍ଚ୍ଚ କରିବାକୁ ପଡେ ନାହିଁ । ଗାଁରେ ଝିଅ ମାନଙ୍କୁ ଆଦର କରିବା ଆଜି କାଲିର କଥା ନୁହେଁ । ଏଭଳି ପରମ୍ପରା ବର୍ଷ ବର୍ଷ ଧରି ଚାଲି ଆସିଛି ଏମାନଙ୍କର । ଆଦିବାସୀ ହେଲେ ମଧ୍ୟ ଏମାନେ ନାରୀ ମାନଙ୍କ ପ୍ରତି ଯେଉଁ ସମ୍ମାନ ରହିଛି ଏବଂ କନ୍ୟା ସନ୍ତାନକୁ ଯେଉଁଭଳି ଆଦର କରନ୍ତି ତାହା ସାରା ଦେଶ ପାଇଁ ପ୍ରେରଣା ଦାୟୀ ।

ବର୍ତ୍ତମାନ ସମୟରେ ସାରା ଦେଶରେ ପୁରୁଷ ଓ ମହିଳାଙ୍କ ବ୍ୟାପକ ବ୍ୟବଧାନ ଦେଖା ଦେଇଛି । ଏହି ବ୍ୟବଧାନ ପୁଣି ଅନୁଗୋଳ ଜିଲାରେ ସବୁଠାରୁ ଅଧିକ । ଏଠି 1ହଜାର ପୁଅରେ ଝିଅ ସଂଖ୍ୟା ମାତ୍ର ୮୮୩ । କିନ୍ତୁ ଦୁର୍ଗମ ଅଞ୍ଚଳରେ ଥିବା ମଝିପଡା ଗ୍ରାମବାସୀ ଏସବୁ ଜାଣନ୍ତି ନାହିଁ । ସେମାନଙ୍କୁ କୌଣସି ସରକାରୀ ଓ ବେସରକାରୀ ଅନୁଷ୍ଠାନର ଦ୍ବାରା ସଚେତନତାର ବାର୍ତ୍ତା ଆବଶ୍ୟକ ପଡେନି । ସେମାନେ ନିଜେ ସଚେତନ । ସେମାନଙ୍କ ଅଜାଣତରେ ଅନ୍ୟ ପାଇଁ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ଏହି ଆଦିବାସୀ । ତେବେ ଆମ ପ୍ରତିନିଧିଙ୍କ ଠାରୁ ଖବର ପାଇବା ପରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି ଏହି ଗାଁକୁ ଜିଲ୍ଲାରେ ରୋଲ ମଡେଲ କରାଯିବ । ପ୍ରକୃତ ସ୍ଥିତି ଅନୁଧ୍ୟାନ ପରେ ଗାଁ ପାଇଁ ଆବଶ୍ୟକୀୟ ପଦକ୍ଷପ ମଧ୍ୟ ନିଆଯିବ । ତେବେ କେବେ ଶିଶୁ ଅଧିକାର ଅଧିକାରୀ ତାଙ୍କ ପ୍ରତିଶୃତି ରଖୁଛନ୍ତି ଏବେ ତାକୁ ଅପେକ୍ଷା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ସମାଜରେ ଏବେ ପୁଅଙ୍କ ତୁଳନାରେ କମୁଛି ଝିଅ ଙ୍କ ସଂଖ୍ୟା । ଯାହାକୁ ନେଇ ଏବେ ସମସ୍ଥେ ଚିନ୍ତିତ । ସରକାର ମଧ୍ୟ ଏଥିପାଇଁ ନାନା ଯୋଜନା ପ୍ରଣୟନ କରି କିଛି ଲାଭ ପାଇ ନାହାନ୍ତି । ଏଭଳି ସ୍ଥଳେ ଆଜି ଆମେ ଆପଣଙ୍କୁ ଏଭଳି ଏକ ଗାଁ ଦେଖାଇବୁ ଯେଉଁଠି ପୁଅଙ୍କ ତୁଳନା ରେ ଝିଅ ଙ୍କ ସଂଖ୍ୟା ଢେର ଅଧିକ । ଭାଲିଲେ କି ଶୁଣିଲେ ଆଚାର୍ଯ୍ୟ ଲାଗିପରେ ହେଲେ ଏହାହିଁ ନିରାଟ । ଯେଉଁ ଗାଁ ଟି ଅଛି ଅନୁଗୋଳ ଜିଲ୍ଲାରେ । Body:Vo – 1
ଅନୁଗୋଳ ଜିଲାର ସାତକୋଶିଆ ଅଭୟାରଣ୍ୟ ଭିତରେ ଅବସ୍ଥିତ ମଝିପଡ଼ା ଗାଁ । ଯେଉଁଠି ପ୍ରାୟ ୫୦ ରୁ ଅଧିକ ଆଦିବାସୀ ପରିବାର ବସବାସ କରନ୍ତି । ଘଞ୍ଚ ଜଙ୍ଗଲ ଓ ଦୁର୍ଗମ ଅଞ୍ଚଳରେ କେବଳ ଜଙ୍ଗଲଯାତ ଦ୍ରବ୍ୟ ସଂଗ୍ରହ କରି ଜିବୀକା ନିର୍ବାହ କରିବା ଛଡ଼ା ଆଉ କିଛି ବାଟ ନାହିଁ । ଶିକ୍ଷା, ସ୍ବାସ୍ଥ୍ୟ ଓ ଅନ୍ୟାନ୍ୟ ମୈାଳିକ ସୁବିଧା ଏଠାରେ ସେତେଟା ପ୍ରଭାବ ପକାଇ ନାହିଁ । ତଥାପି ଏହି ଗାଁର ଲୋକଙ୍କ ଭିତରେ ଯେଉଁ ସଚେତନତା ରହିଛି ତାହା ବର୍ତ୍ତମାନ ପରିସ୍ଥିତିରେ ସାରା ଦେଶ ପାଇଁ ଉଦାହରଣ । ଏଠାରେ ଘରେ ଘରେ ଝିଅ ଜନ୍ମ ହେଲେ ବହୁତ ଖୁସି ହୁଅନ୍ତି ଲୋକେ । ସରକାରୀ ରେକର୍ଡ଼ ଦେଖିଲେ ଜଣା ପଡ଼େ ୨୦୧୮ ମାର୍ଚ୍ଚ ମାସ ସୁଦ୍ଧା ଗାଁରେ ପୁରୁଷ ସଂଖ୍ୟା ୧୫୦ ଥିବା ବେଳେ ମହିଳାଙ୍କ ସଂଖ୍ୟା ୧୬୭ । ସେହିପରି ୫ ବର୍ଷ ବୟସ ପର୍ଯ୍ୟନ୍ତ ୧୦ ଜଣ ପୁଅ ହୋଇଥିବା ବେଳେ ୧୮ ଜଣ ଝିଅ ଅଛନ୍ତି । ଏ ବର୍ଷ ଗାଁରେ ଜଣେ ମାତ୍ର ପୁଅ ଜନ୍ମ ହୋଇଥିବା ବେଳେ 3ଜଣ ଝିଅ ଜନ୍ମ ହୋଇଛନ୍ତି । ଏଠାରେ ଝିଅକୁ ମିଳେ ବହୁତ ଆଦର ଓ ସମ୍ମାନ । ଏହାର କାରଣ ଆଦିବାସୀ ସମାଜରେ ଯୌତୁକ ପ୍ରଥା ନାହିଁ । ଝିଅ ବଡ଼ ହେବା ପରେ ବର ଆପେ ଆସି ଝିଅକୁ ବିବାହ କରି ନିଏ । ତେଣୁ ଅଯଥାରେ ଯୌତୁକ ପାଇଁ ଲୋକଙ୍କୁ ଖର୍ଚ୍ଚ କରିବାକୁ ପଡ଼େ ନାହି କି ବର ଖୋଜିବାକୁ ପଡ଼େ ନାହିଁ । ଗାଁରେ ଝିଅ ମାନଙ୍କୁ ଆଦର କରିବା ଆଜି କାଲିର କଥା ନୁହେଁ । ଏଭଳି ପରମ୍ପରା ବର୍ଷ ବର୍ଷ ଧରି ଚାଲି ଆସିଛି । ଆଦିବାସୀ ହେଲେ ମଧ୍ୟ ଏମାନେ ନାରୀ ମାନଙ୍କ ପ୍ରତି ଯେଉଁ ସମ୍ମାନ ରହିଛି ଏବଂ କନ୍ୟା ସନ୍ତାନକୁ ଆଦର କରନ୍ତି ତାହା ସାରା ଦେଶ ପାଇଁ ବାର୍ତ୍ତା ।
Byte – 1 ବିରାଜ ଜାନୀ , ଗ୍ରାମବାସୀ
Byte – 2 ଗଣେଷ ବେହେରା, ଗ୍ରାମବାସୀ
Byte - 3 ପବିତ୍ର ଜାନୀ , ଗ୍ରାମବାସୀ
Vo – 2
ବର୍ତ୍ତମାନ ସମୟରେ ସାରା ଦେଶରେ ପୁରୁଷ ଓ ମହିଳା ହାରରେ ବ୍ୟାପକ ବ୍ୟବଧାନ ଦେଖା ଦେଇଛି ।ଏହି ବ୍ୟବଧାନ ପୁଣି ଅନୁଗୋଳ ଜିଲା ରେ ସବୁଠାରୁ ଅଧିକ ବୋଲି ଜଣା ପଡିଛି । ଏଠି ୧୦୦୦ ପୁଅ ରେ ଝିଅ ସଂଖ୍ୟା ମାତ୍ର ୮୮୩ । ଶିଶୁ ଜନ୍ମ ହାର ଦେଖିଲେ ମଧ୍ୟ ଜଣା ପଡ଼ୁଛିଯେ ଝିଅ ଅପେକ୍ଷା ପୁଅଙ୍କ ଜନ୍ମ ଅଧିକ । ଏହାର କାରଣ ବ୍ୟାପକ କନ୍ୟା ଭୃଣ ହତ୍ୟା । ଏଭଳି ପରିସ୍ଥିତିକୁ ନେଇ ସରକାରଙ୍କ ଠାରୁ ବିଭିନ୍ନ ବେସରକାରୀ ସଙ୍ଗଠନ ଓ ସ୍ବେଛାସେବୀ ସଙ୍ଗଠନ ଉଦବେଗ ପ୍ରକାଶ କଲେଣି । କାରଣ ପୁଅ ଝିଅଙ୍କ ମଧ୍ୟରେ ସନ୍ତୁଳନ ନରହିଲେ ସମାଜରେ ବ୍ୟାପକ ଅସମାନତା ଦେଖାଯିବ । ତେଣୁ କନ୍ୟା ଭୃଣ ହତ୍ୟା ରୋକିବାକୁ ବିଭିନ୍ନ ସ୍ତରରେ ବ୍ୟାପକ ଉଦ୍ୟମ କରା ଯାଉଛି । ସଚେତନତା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରା ଯାଉଛି । କିନ୍ତୁ ଦୁର୍ଗମ ଅଞ୍ଚଳରେ ଥିବା ମଝିପଡ଼ା ଗ୍ରାମବାସୀ ଏସବୁକୁ ଆଦୈା ଜାଣନ୍ତି ନାହିଁ । ସେମାନଙ୍କୁ କୈାଣସି ସରକାରୀ ଓ ବେସରକାରୀ ଅନୁଷ୍ଠାନର ଦ୍ବାରା ସଚେତନତାର ବାର୍ତ୍ତା ଆବଶ୍ୟକ ପଡ଼ିନି । ସେମାନେ ନିଜେ ସଚେତନ । ସେମାନଙ୍କ ଅଜାଣତରେ ଅନ୍ୟ ପାଇଁ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ।ଏ ସମ୍ପର୍କ ରେ ଆମ ଠାରୁ ଖବର ପାଇବା ପରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି ଏହି ଗାଁ କୁ ଜିଲ୍ଲାରେ ରୋଲ ମଡେଲ କରା ଯିବ । ପ୍ରକୃତ ସ୍ଥିତି ଅନୁଧ୍ୟାନ ପରେ ଗାଁ ପାଇଁ ଆବଶ୍ୟକୀୟ ପଦକ୍ଷପ ମଧ୍ୟ ନିଆଯିବ ।
Byte – 4 କୁମୁଦିନୀ ଜାନୀ , ଅଙ୍ଗନଓ୍ବାଡ଼ି କର୍ମୀ
Byte – 5 କଲ୍ୟାଣ ମହାନ୍ତି ,ସମାଜିକ କର୍ମୀ
Byte –6 ଗୌରୀ ଶଙ୍କର ବେହେରା , ଜିଲା ଶିଶୁ ସୁରକ୍ଷା ଅଧିକାରୀ
Conclusion:ସରକାର କନ୍ୟା ସନ୍ତାନର ସୁରକ୍ଷା ପାଇଁ ବିଜୁ କନ୍ୟା ରତ୍ନ ଯୋଜନା ଠାରୁ ଆରମ୍ଭ କରି ଆହୁରି କେତେ କଣ ଯୋଜନା ପ୍ରଣୟନ କରିଛନ୍ତି । ହେଲେ ମଝିପଡ଼ା ଗାଁକୁ ବାଟ ବଣା ହୋଇ ଯାଇଛି ସବୁ ଯୋଜନା । ତେଣୁ ସରକାରୀ ସ୍ତରରେ ମଝିପଡ଼ା ଗାଁକୁ କନ୍ୟା ସନ୍ତାନ ସୁରକ୍ଷା କ୍ଷେତ୍ରରେ ଏକ ଆଦର୍ଶ ଗାଁ ଭାବେ ଗ୍ରହଣ କଲେ ଗ୍ରାମବାସୀ ଆହୁରି ଉତ୍ସାହିତ ହେବା ସହ ସେମାନଙ୍କ ଆଦର୍ଶ ସୁଦୁର ପ୍ରସାରି ହୋଇ ପାରନ୍ତା ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.