ETV Bharat / state

ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଫେଇ କର୍ମଚାରୀଙ୍କ ଧାରଣା - anugul latest news

ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ସଫେଇ କର୍ମଚାରୀ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଧାରଣାରେ ବସି ରହିଛନ୍ତି । ଫଳରେ ସଫେଇ କାମ ସମ୍ପୂର୍ଣ୍ଣ ଠପ ହୋଇ ଯାଇଛି । ଅଧିକ ପଢନ୍ତୁ...

anugul districr medical sweepr protest
ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଫେଇ କର୍ମଚାରୀଙ୍କ ଧାରଣା
author img

By

Published : Dec 1, 2020, 9:11 PM IST

ଅନୁଗୋଳ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ସଫେଇ କର୍ମଚାରୀ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଧାରଣାରେ ବସି ରହିଛନ୍ତି । ଫଳରେ ସଫେଇ କାମ ସମ୍ପୂର୍ଣ୍ଣ ଠପ ହୋଇ ଯାଇଛି ।

ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଫେଇ କର୍ମଚାରୀଙ୍କ ଧାରଣା

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସଫେଇ କର୍ମଚାରୀଙ୍କ ଧାରଣା । କର୍ମଚାରୀ ଓ ଅଧିକାରୀଙ୍କ ମଧ୍ୟରେ କଥା କଟାକଟିକୁ ନେଇ ଦେଖାଦେଇଛି ବିବାଦ । ଫଳରେ ସଫେଇ କର୍ମଚାରୀ ସଂଘ ଦେଇଛନ୍ତି ଧାରଣା । ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ଯେ ଗତ ୨୦୧୮ରେ ସରକାର କାୟା କଳ୍ପ ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନାରେ ଯେଉଁ ଡାକ୍ତରଖାନା ସବୁଠାରୁ ବେଶୀ ସ୍ବଚ୍ଛ ହେବ ସେହି ଡାକ୍ତରଖାନାକୁ ୫୦ ଲକ୍ଷ ଟଙ୍କା ପୁରସ୍କାର ମିଳିବ। ପୁରସ୍କାର ରାଶିର ଏକ ଚତୁର୍ଥାଂଶ ସଫେଇ କର୍ମଚାରୀଙ୍କୁ ଦିଆଯିବ ବୋଲି କର୍ତ୍ତୃପକ୍ଷ ପ୍ରତିଶୃତି ଦେଲେ । ତେଣୁ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ସମସ୍ତ କର୍ମଚାରୀ ଦିନ ରାତି ଏକ କରି ବହୁ ପରିଶ୍ରମ କରି ଡାକ୍ତରଖାନାକୁ ସ୍ବଚ୍ଛ ରଖିଲେ । ଫଳରେ ଅନୁଗୁଳ ଡାକ୍ତରଖାନାକୁ ପୁରସ୍କାର ବାବଦ ରାଶି ମିଳିଲା । ହେଲେ ଦୁଇ ବର୍ଷ ବିତି ଯାଇଥିଲେ ମଧ୍ୟ କର୍ତ୍ତୃପକ୍ଷ ସଫେଇ କର୍ମଚାରୀଙ୍କୁ ସେହି ଅର୍ଥ ଦେଉ ନାହାନ୍ତି ।

ଏ ବାବଦରେ ସିଡିଏମ ଓ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଚିଠି ମାଧ୍ୟମରେ ଅଭିଯୋଗ କରାଯାଇଛି । କିନ୍ତୁ କେହି କର୍ଣ୍ଣପାତ କରୁନାହାନ୍ତି । ହସ୍ପିଟାଲ କର୍ତ୍ତୃପକ୍ଷ ଓଲଟା ଗାଳି ଗୁଳଜ କରୁଛନ୍ତି । ତେଣୁ ଆମ ପ୍ରାପ୍ୟ ଆମକୁ ନମିଳିବା ପର୍ଯ୍ୟନ୍ତ ଧାରଣା ଓ କାମ ବନ୍ଦ ଚାଲୁ ରହିବ ବୋଲି ସଂଘର ସଦସ୍ୟ ମାନେ ଚେତାବନୀ ଦେଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.