ETV Bharat / state

25 ବର୍ଷରେ ଅନୁଗୋଳ କ୍ରିକେଟ ଆସୋସିଏସନ, ଆୟୋଜନ ହେବ ସର୍ବଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ

author img

By

Published : Dec 20, 2022, 7:30 AM IST

ଅନୁଗୋଳ ଜିଲ୍ଲା କ୍ରିକେଟ ଆସୋସିଏସନ(Anugul Cricket Association) ପାଳିବ ରୌପ୍ୟ ଜୟନ୍ତୀ ସମାରୋହ । ଆୟୋଜିତ ହେବ ସର୍ବଭାରତୀୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଅଧିକ ପଢନ୍ତୁ

25 ବର୍ଷରେ ଅନୁଗୋଳ କ୍ରିକେଟ ଆସୋସିଏସନ
25 ବର୍ଷରେ ଅନୁଗୋଳ କ୍ରିକେଟ ଆସୋସିଏସନ

25 ବର୍ଷରେ ଅନୁଗୋଳ କ୍ରିକେଟ ଆସୋସିଏସନ, ଆୟୋଜନ ହେବ ସର୍ବଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଅନୁଗୋଳ: 25 ବର୍ଷରେ ପଦାର୍ପଣ କରିଛି ଅନୁଗୋଳ କ୍ରିକେଟ ଆସୋସିଏସନ । ଜିଲ୍ଲା କ୍ରିକେଟ ଆସୋସିଏସନ ପାଳିବ ସିଲଭର ଜୁବଲୀ ସମାରୋହ । ଏଥିପାଇଁ ଚଳିତ ଥର ସର୍ବ ଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯିବ । 70ଟି କ୍ରିକେଟ ଦଳକୁ ଆବଶ୍ୟକୀୟ ଖେଳ ସାମଗ୍ରୀ ଯୋଗାଇବାର ଲକ୍ଷ୍ୟ ରଖିଛି ଅନୁଗୋଳ ଜିଲ୍ଲା କ୍ରିକେଟ ସଂଘ ।

ଅନୁଗୋଳ କ୍ରିକେଟ ଆସୋସିଏସନ ପାଳିବ ରୌପ୍ୟ ଜୟନ୍ତୀ ସମାରୋହ । ଏଥିପାଇଁ ଏଥର ସର୍ବଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଛି ଜିଲା କ୍ରିକେଟ ଆସୋସିଏସନ । ଟୁର୍ଣ୍ଣାମେଣ୍ଟର ଆରମ୍ଭରେ ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦମାନେ ଯୋଗ ଦେବେ । ମ୍ୟାଚର ଶେଷ ଦିନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୂର୍ବତନ କ୍ରିକେଟର ତଥା ସାଂସଦ ଗୌତମ ଗମ୍ଭୀର ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ନେଇ ଜିଲ୍ଲା କ୍ରିକେଟ ଆସୋସିଏସନ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଓଡ଼ିଶା ସମେତ ବାହାର ରାଜ୍ୟର ଆଠଟି କ୍ରିକେଟ କ୍ଲବ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ । ଏଥିପାଇଁ କ୍ରିକେଟ ଗ୍ରାଉଣ୍ଡ ପ୍ରସ୍ତୁତ କରାଯାଉଥିବା ବେଳେ ଅନ୍ୟାନ ଆନୁସଙ୍ଗିକ ବ୍ୟବସ୍ଥା କରାଯିବ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.