ETV Bharat / state

ବିଗୁଡୁଛି କୋରୋନା ସ୍ଥିତି ! 2 ହଜାର ଛୁଇଁବ ଆକ୍ରାନ୍ତଙ୍କ ସଂଖ୍ୟା - 2 ହଜାରକୁ ଛୁଇଁବ ଆକ୍ରାନ୍ତଙ୍କ ସଂଖ୍ୟା

ସୋମବାର ଅନୁଗୋଳ ଜିଲ୍ଲାରୁ ୧୧୮ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛି । ଏହାକୁ ମିଶାଇ ପଜିଟିଭ ସଂଖ୍ୟା ୧୯୪୪ ରେ ପହଞ୍ଚିଲା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ବିଗୁଡ଼ିଛ କୋରୋନା ସ୍ଥିତି ! 2 ହଜାରକୁ ଛୁଇଁବ ଆକ୍ରାନ୍ତଙ୍କ ସଂଖ୍ୟା

author img

By

Published : Sep 14, 2020, 9:37 PM IST

ଅନୁଗୋଳ: ସୋମବାର ଅନୁଗୋଳ ଜିଲ୍ଲାରୁ ୧୧୮ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛି । ଏହାକୁ ମିଶାଇ ପଜିଟିଭ ସଂଖ୍ୟା ୧୯୪୪ ରେ ପହଞ୍ଚିଲା । ଆଜି ଚିହ୍ନଟ ଆକ୍ରାନ୍ତ ମାନଙ୍କ ମଧ୍ୟରେ ବଅଁରପାଳ ବ୍ଳକ୍ ଅଞ୍ଚଳରୁ ସର୍ବାଧିକ ୩୨ ଜଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୩୦ ଜଣ ପୁରୁଷ ଓ ୨ ଜଣ ମହିଳା ଥିବା ଜିଲ୍ଲା ସୂଚନା ଲୋକ ସମ୍ପର୍କ କର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ ବିବୃତ୍ତିରେ ସୂଚନା ଦିଆଯାଇଛି ।

ବିଗୁଡ଼ିଛ କୋରୋନା ସ୍ଥିତି ! 2 ହଜାରକୁ ଛୁଇଁବ ଆକ୍ରାନ୍ତଙ୍କ ସଂଖ୍ୟା
ବିଗୁଡ଼ିଛ କୋରୋନା ସ୍ଥିତି ! 2 ହଜାରକୁ ଛୁଇଁବ ଆକ୍ରାନ୍ତଙ୍କ ସଂଖ୍ୟା

ସେହିପରି ଅନୁଗୋଳ ପୌରପାଳିକା ଅଞ୍ଚଳରୁ ୧୯ ଜଣ ଥିବା ବେଳେ ସେମାନଙ୍କ ମଧ୍ୟରେ ୧୫ ଜଣ ପୁରୁଷ ଓ ୪ ଜଣ ମହିଳା ଅଛନ୍ତି । ଅନ୍ୟପଟେ କଣିହାଣ୍ଡି ବ୍ଳକ୍ରୁ ୧୭ ଜଣ (୧୧ ଜଣ ପୁରୁଷ ଓ ୬ ଜଣ ମହିଳା), ଛେଣ୍ଡିପଦା ବ୍ଳକ୍ରୁ ୧୬ ଜଣ (୧୫ଜଣ ପୁରୁଷ ଓ ୧ ଜଣ ମହିଳା), କିଶୋରନଗର ବ୍ଲକ୍ରୁ ୧୫ ଜଣ (୭ଜଣ ପୁରୁଷ ଓ ୮ ଜଣ ମହିଳା), ପାଳଲହଡା ବ୍ଳକ୍ରୁ ୧୧ ଜଣ (୯ଜଣ ପୁରୁଷ ଓ ୨ ଜଣ ମହିଳା), ତାଳଚେର ବ୍ଳକ୍ରୁ ୫ ଜଣ (୪ଜଣ ପୁରୁଷ ଓ ୧ ଜଣ ମହିଳା) ଓ ଅନୁଗୋଳ ବ୍ଳକ୍ରୁ ୩ ଜଣ (୧ଜଣ ପୁରୁଷ ଓ ୨ ଜଣ ମହିଳା) ଚିହ୍ନଟ ହୋଇଛନ୍ତି ।

ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି । ଆକ୍ରାନ୍ତ ମାନଙ୍କୁ କୋଭିଡ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସମସ୍ତ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତମାନଙ୍କୁ ନିଜ ଘରେ ଆଇସୋଲେସନରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି । ଇତିମଧ୍ୟରେ ସୁସ୍ଥ ହୋଇଥିବା ୧୬ ଜଣଙ୍କୁ ନିଜ ଘରେ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି । ପୂର୍ବରୁ ସୁସ୍ଥ ହୋଇଥିବା ୬୧୨ ଜଣଙ୍କୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ୬୨୮ ରେ ପହଞ୍ଚିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.