ETV Bharat / state

Chopper Crash: ଶହୀଦ ଓଡିଆ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

author img

By

Published : Dec 10, 2021, 10:21 PM IST

ରାଣାଙ୍କୁ ଝୁରୁଛି ଜନ୍ମମାଟି ଅନୁଗୋଳ । ସେ ପାଠ ପଡୁଥିବା ଅନୁଗୋଳ କଲେଜ, ଛାତ୍ରଛାତ୍ରୀ ଓ ତାଙ୍କ ସମୟରେ ପୁରୁଣା ସହପାଠୀ ସମସ୍ତେ ଶୋକସନ୍ତପ୍ତ । ଶହୀଦ ଯବାନଙ୍କ ଆମର ଆତ୍ମହତ୍ୟା ସଦଗତି କାମନା କରି ଅନୁଗୋଳରେ କରାଯାଇଛି କ୍ୟାଣ୍ଡେଲ ଶୋଭାଯାତ୍ରା । ଅଧିକ ପଢନ୍ତୁ

ନିହତ ଓଡିଆ ଯବାନଙ୍କ ପାଇଁ NCC ଉଇଙ୍ଗ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଅନୁଗୋଳ: ରାଣାଙ୍କୁ ଝୁରୁଛି ଜନ୍ମମାଟି ଅନୁଗୋଳ । ସେ ପାଠ ପଡୁଥିବା ଅନୁଗୋଳ କଲେଜ ଛାତ୍ରଛାତ୍ରୀ ଓ ତାଙ୍କ ସମୟରେ ପୁରୁଣା ସହପାଠୀ ସମସ୍ତେ ଶୋକସନ୍ତପ୍ତ । ତାମିଲନାଡ଼ୁର ନୀଳଗିରି ହୋଇଥିବା ବାୟୁସେନାର ବିମାନ ଦୁର୍ଘଟଣାରେ ଶହୀଦ ହୋଇଥିବା ସେନା ଅଧିକାରୀ ଓ ଦେଶର ପ୍ରଥମ CDS ପାଇଁ ଏବେ ଝୁରୁଛନ୍ତି ଦେଶବାସୀ । ଏହି ଦୁର୍ଘଟଣାରେ ଶହୀଦ ହୋଇଥିବା ଅନୁଗୋଳ ମାଟିର ପୁଅ ରଣା ପ୍ରତାପ ଦାସଙ୍କ ପାଇଁ ଆଜି ମ୍ରିୟମାଣ ଅନୁଗୋଳବାସୀ ।

ଶହୀଦ ଓଡିଆ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ନିହତ ଯବାନଙ୍କ ଆମର ଆତ୍ମହତ୍ୟା ସଦଗତି କାମନା କରି ଅନୁଗୋଳରେ କରାଯାଇଛି କ୍ୟାଣ୍ଡେଲ ଶୋଭାଯାତ୍ରା । ଏହି ଶୋଭାଯାତ୍ରା ଅନୁଗୋଳ ସର୍କିଟ ହାଉସ ଛକ ଠାରୁ ବାହାରି ଥାନା ଛକ ଦେଇ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଆସିଥିଲା । ଯବାନଙ୍କ ଅମର ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ପୁରା ଅଞ୍ଚଳ । ଅନୁଗୋଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ NCCର ଛାତ୍ରଛାତ୍ରୀ ମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । କାରଣ ରାଣା ପ୍ରତାପ ଥିଲେ ଅନୁଗୋଳ କଲେଜର ପୁରାତନ ଛାତ୍ର । ଯାହାଙ୍କ ନିଧନ ଅନୁଗୋଳ କଲେଜ ଛାତ୍ରଛାତ୍ରୀଙ୍କୁ କରିଛି ମର୍ମାହତ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.