ETV Bharat / state

ତନ୍ତବାୟ ସମିତି ବନ୍ଦ ପରେ ଏବେ ବ୍ରତ ଭରସା - ତନ୍ତବାୟ ସମିତି ବନ୍ଦ ପରେ ଏବେ ବ୍ରତ ଭରସା

ଅନୁଗୋଳ ତନ୍ତିସାହିର ପ୍ରାୟ 50ଟି ବୁଣାକାର ପରିବାର ଏବେ ଦୁର୍ଦ୍ଦିନରେ। ଦିନଥିଲା ଏହି ସାହିର ଲୋକେ ଲୁଗା ବୁଣି ବେଶ୍‌ ଲାଭବାନ ହେଉଥିଲେ। । ଅଧିକ ପଢନ୍ତୁ...

ତନ୍ତବାୟ ସମିତି ବନ୍ଦ ପରେ ଏବେ ବ୍ରତ ଭରସା
ତନ୍ତବାୟ ସମିତି ବନ୍ଦ ପରେ ଏବେ ବ୍ରତ ଭରସା
author img

By

Published : Jan 23, 2020, 8:39 AM IST

ଅନୁଗୋଳ: ଜିଲ୍ଲାର ବଅଁରପାଳ ବ୍ଳକ ମହୀଧରପୁର ତନ୍ତିସାହିର ପ୍ରାୟ 50ଟି ବୁଣାକାର ପରିବାର ଏବେ ଦୁର୍ଦ୍ଦିନରେ। ଦିନ ଥିଲା ତନ୍ତବାୟ ସମବାୟ ସମିତି ଚାଲିଥିଲା। ପରିବାରର ପୁରୁଷ ଓ ମହିଳା ମାନେ ବିଭିନ୍ନ ପ୍ରକାଣ ଶାଢୀ, ଲୁଙ୍ଗି, ଗାମୁଛା ଆଦି ବୁଣି ବେଶ ଭଲରେ ଥିଲେ। ହେଲେ ତାହା ବନ୍ଦ ହୋଇଯିବା ପରେ ସେମାନେ ଜୀବିକା ହରାଇ ବସିଛନ୍ତି । ମହିଳା କେବଳ ସେହି ଚିରାଚରିତ ପୁରୁଣା ଢଙ୍ଗରେ ବିଭିନ୍ନ ପ୍ରକାର ବ୍ରତ ତିଆରି କରି ପେଟ ପୋଷୁଛନ୍ତି । ଯାହା ଉପରେ ପଡୁନାହିଁ ସରକାରଙ୍କ ନଜର ।

ତନ୍ତବାୟ ସମିତି ବନ୍ଦ ପରେ ଏବେ ବ୍ରତ ଭରସା

ଅନୁଗୋଳ ଜିଲ୍ଲା ମହୀଧରପୁରର ତନ୍ତି ସାହି । ଜିଲ୍ଲାର ବ୍ରତ ଗାଁ ଭାବେ ବେସ ଜଣାଶୁଣା । କାହିଁକି ନା ଏଠାରେ ହିଁ କେବଳ ତିଆରି ହୁଏ ଭଳିକି ଭଳି ବ୍ରତ। ସୁଦଶା ବ୍ରତ ଠାରୁ ଆରମ୍ଭ କରି ତାରିଣୀ , ଗୁରୁବାର ଆଦି ଯେତେ ଠାକୁର ଠାକୁରାଣୀଙ୍କ ପାଖରେ ବ୍ରତ ପୂଜା ହୁଏ ସେସବୁ ଏହି ସାହିରେ ହିଁ ତିଆରି କରାଯାଏ । ଯେଉଁ ବ୍ରତକୁ ତିଆରି କରନ୍ତି ଏଠାକାର ମହିଳା। ନିଜର କୌଳିକ ବୃତ୍ତି ଲୁଗାବୁଣା ବୁଡିଯିବା ପରେ ଏହି ବ୍ରତ ତିଆରି କରି ବୃତ୍ତିକୁ ବଞ୍ଚାଇବାକୁ ଚେଷ୍ଟା ଚଲାଇଛନ୍ତି ଏହି ବୁଣାକାର ପରିବାର ।

ଦିନଥିଲା ଏହି ସାହିର ଲୋକେ ଲୁଗା ବୁଣି ବେଶ୍‌ ଲାଭବାନ ହେଉଥିଲେ। । ୧୯୬୫ ମସିହାରେ ଏଠାରେ ଏକ ତନ୍ତ ସମବାୟ ସମିତି , ୩୫ ଟି ତନ୍ତ ମଧ୍ୟ ଥିଲା । ୧୯୯୦ ମସିହା ବେଳକୁ ଏସବୁ ବନ୍ଦ ହୋଇଗଲା । ତାପରଠାରୁ ତନ୍ତର ପୁନରୁଦ୍ଧାର ପାଇଁ କୈାଣସି ସ୍ତରରେ ଉଦ୍ୟମ ହେଲା ନାହିଁ। ତେଣୁ ଏଠାରେ ରହୁଥିବା ୫୦ରୁ ଅଧିକ ପରିବାର ଜୀବିକା ହରାଇଲେ। ଆଉ ଏବେ ନିଜେ ବଞ୍ଚବା ସହ ବୃତ୍ତି ବଞ୍ଚାଇବା ପାଇଁ ଏହି ବ୍ରତ ତିଆରି କରୁଛନ୍ତି ।

ଏମାନକୁ ଏବେ ନାଁ ସୁବିଧାରେ ସୂତା ମିଳୁଛି ନାଁ ଅଛି ବିକ୍ରି ପାଇଁ ବଜାର ସୁବିଧା। ବାଧ୍ୟହୋଇ ବାହାରୁ ଆସୁଥିବା ବେପାରୀଙ୍କୁ ତିଆରି କରୁଥିବା ବ୍ରତକୁ ଖୁବ କମ୍‌ ଦରରେ ବିକୁଛନ୍ତି । ତେବେ ଜିଲ୍ଲାରେ ବୟନ ଶିଳ୍ପ ବିଭାଗର କାର୍ଯ୍ୟାଳୟ ନଥିବା ବେଳେ ଏହା ଢେଙ୍କାନାଳରୁ ପରିଚାଳିତ ହେଉଛି। ଏନେଇ ଅଧିକାରୀ କହିଛନ୍ତି ଯାହା ସରକାରୀ ଯୋଜନା ଅଛି ସେଥିରେ ସେମାନଙ୍କୁ ସାମିଲ କରାଯିବ ।

ତନ୍ତ ଲୋପ ପାଇ ଯାଇଥିଲେ ମଧ୍ୟ ମହିଳାମାନେ କେତେକାଂଶରେ ବଞ୍ଚାଇ ରଖିପାରିଛନ୍ତି ସେମାନଙ୍କର ପାରମ୍ପରିକ ବୃତ୍ତି । ସରକାରୀ ପ୍ରୋତ୍ସାହନ ମିଳିଲେ ସେମାନେ ଆହୁରି ଆଗକୁ ଯାଇପାରିବେ ବୋଲି କହିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ

Intro:ଅନୁଗୋଳ ଜିଲା ବଅଁରପାଳ ବ୍ଳକ ମହୀଧରପୁର ତନ୍ତିସାହିର ପ୍ରାୟ 50ଟି ବୁଣାକାର ପରିବାର ଏବେ ଦୁର୍ଦ୍ଦିନରେ । ଦିନ ଥିଲା ତନ୍ତବାୟ ସମବାୟ ସମିତି ଚାଲିଥିଲା । ପରିବାରର ପୁରୁଷ ଓ ମହିଳା ମାନେ ବିଭିନ୍ନ ପ୍ରକାଣ ଶାଢୀ, ଲୁଙ୍ଗି, ଗାମୁଛା ଆଦି ବୁଣି ବେଶ ଭଲରେ ଥିଲେ । ହେଲେ ତାହା ବନ୍ଦ ହୋଇଯିବା ପରେ ସେମାନେ ଜିବୀକା ହରାଇ ବସିଛନ୍ତି । ମହିଳା ମାନେ କେବଳ ସେହି ଚିରା ଚରିତ ପୁରୁଣା ଢଙ୍ଗରେ ବିଭିନ୍ନ ପ୍ରକାର ବ୍ରତ ତିଆରି କରି ପେଟ ପୋଷୁଛନ୍ତି ।ଯାହା ଉପାଏ ପଡୁନହୀନ ସରକାରୀ ନଜର । Body:Vo – 1
ଅନୁଗୋଳ ଜିଲ୍ଲା ମହୀଧରପୁର ର ତନ୍ତି ସାହି । ଜିଲ୍ଲାର ବ୍ରତ ଗାଁ ଭାବେ ବେସ ଜଣାଶୁଣା । କାହିଁକି ନା ଏଠାରେ ହିଁ କେବଳ ତିଆରି ହୁଏ ଭଳିକି ଭଳି ବ୍ରତ । ସୁଦଶା ବ୍ରତ, ଠାରୁ ଆରମ୍ଭ କରି ତାରିଣୀ , ଗୁରୁବାର ଆଦି ଯେତେ ଠାକୁର ଠାକୁରାଣୀଙ୍କ ପାଖରେ ବ୍ୟତ ପୂଜା ହୁଏ ସେସବୁ ଏହି ସାହିରେ ହିଁ ତିଆରି କରାଯାଏ । ଯେଉଁ ବ୍ରତ କୁ ତିଆରାଇ କରନ୍ତି ଏଠାକାର ମହିଳା । ନିଜର କୌଳିକ ବୃତି ଲୁଗାବୁଣା ବୁଡିଯିବା ପରେ ଏହି ବ୍ରତ ତିଆରି କରି ବୃତିକୁ ବଞ୍ଚାଇବାକୁ ଚେଷ୍ଠା ଚଲାଇ ଛନ୍ତି ଏହି ବୁଣାକାର ପରିବାର ।
Byte – 1 କୁମୁଦିନୀ ବେହେରା, ବ୍ରତ ବୁଣାଳୀ
Byte – 2 ଶୁକ ବେହେରା (ବ୍ରତ ବୁଣାଳୀ)
Vo – 2
ଦିନ ଥିଲା ଏହି ସାହିର ଲୋକେ ଲୁଗା ବୁଣି ବେସ ଲାଭ ବନ ହେଉଥିଲେ। । ୧୯୬୫ ମସିହାରେ ଏଠାରେ ଏକ ତନ୍ତ ସମବାୟ ସମିତି , ୩୫ ଟି ତନ୍ତ ମଧ୍ୟ ଥିଲା । ୧୯୯୦ ମସିହା ବେଳକୁ ତାହାସବୁ ବନ୍ଦ ହୋଇଗଲା । ତାପର ଠାରୁ ତନ୍ତ ର ପୁନରୁଦ୍ଧାର ପାଇଁ କୈାଣସି ସ୍ତରରେ ଉଦ୍ୟମ ହେଲା ନାହିଁ । ତେଣୁ ଏଠାରେ ରହୁଥିବା ୫୦ ରୁ ଅଧିକ ପରିବାର ଜୀବିକା ହରାଇଲେ । ଆଉ ଏବେ ନିଜେ ବଞ୍ଚବା ସହ ବୃତି ବଞ୍ଚାଇବା ପାଇଁ ଏହି ବ୍ରତ ତିଆରାଇ କରୁଛନ୍ତି । ଏହେ ଏମାନକୁ ଏବେ ନାଁ ସୁବିଧାରେ ସୂତା ମିଳୁଛି ନାଁ ଅଛି ବିକ୍ରି ପାଇଁ ବଜାର ସୁବିଧା। ବାଧ୍ୟହୋଇ ବାହାରୁ ଆସୁଥିବା ବେପାରୀ ଙ୍କୁ ତିରୀ କରୁଥିବା ବ୍ରତ କୁ ଖୁବ କମ ଦରରେ ବିକୁଛନ୍ତି । ତେବେ ଜିଲଲ୍ରେ ବୟନ ଶିଳ୍ପ ବିଭାଗର କାର୍ଯ୍ୟାଳୟ ନଥିବା ବେଳେ ଏହା ଢେଙ୍କାନାଳରୁ ପରିଚଳିତ ହେଉଛି । ଏନେଇ ଅଧିକାରୀ କହିଛନ୍ତି ଯାହା ସରକାରୀ ଯୋଜନା ଅଛି ସେଥିରେ ସେମାନକୁ ସାମିଲ କରାଯିବ ।
Byte – 3 ଗୈାରାଙ୍ଗ ବେହେରା, ସମିତିର ପୁର୍ବତନ ସମ୍ପାଦକ
Byte – 4 ଚରଣ ରାଉତ , ସହକାରୀ ନିର୍ଦ୍ଦେଶକ ବୟନଶିଳ୍ପ
Conclusion:ତନ୍ତ ଲୋପ ପାଇ ଯାଇଥିଲେ ମଧ୍ୟ ମହିଳାମାନେ କେତେ କାଂଶରେ ବଞ୍ଚାଇ ରଖିପାରିଛନ୍ତି ସେମାନଙ୍କର ପାରମ୍ପରିକ ବୃତ୍ତି ।ସରକାରୀ ପ୍ରୋତ୍ସାହନ ମିଳିଲେ ସେମାନେ ଆହୁରି ଆଗକୁ ଯାଇପାରିବେ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.