ETV Bharat / state

ପ୍ରାୟ କୋଟିଏ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ଅବକାରୀ ବିଭାଗ

author img

By

Published : Dec 12, 2020, 12:07 PM IST

ଅନୁଗୋଳ ଅବକାରୀ ବିଭାଗର ଚାଲିଛି ଗଞ୍ଜେଇ ପୋଡା ଅଭିଯାନ। ଛେଣ୍ଡିପଦା କଣଲୋଇ ଜଙ୍ଗଲରେ ୨ ଏକର ୨୫ ଡ଼ିସିମିଲ ଜାଗାରେ ପ୍ରାୟ ୯୦୦୦ ଗଞ୍ଜେଇ ଗଛକୁ କାଟି ସଫା କଲା ଅବକାରୀ ବିଭାଗ । ଯାହାର ଆନୁମାନିକ ମୂଲ୍ୟ ୯୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଅଧିକ ପଢନ୍ତୁ...

angul excise Department destroyed cannabis tree worth Rs 1 crore
କୋଟିଏ ଟଙ୍କାର ଗଞ୍ଜେଇ ଗଛ କାଟି ସଫା କଲା ଅବକାରୀ ବିଭାଗ

ଅନୁଗୋଳ: ଅବକାରୀ ବିଭାଗର ଚାଲିଛି ଗଞ୍ଜେଇ ପୋଡା ଅଭିଯାନ। ଏହି ସବୁଜ ବିଷକୁ ନଷ୍ଟ କରିବାକୁ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଜାରି ରହିଛି ଚଢ଼ାଉ । ଜିଲ୍ଲା ଛେଣ୍ଡିପଦା ଥାନା କଣଲୋଇ ଅଞ୍ଚଳରୁ ପାଖାପାଖି କୋଟିଏ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରିଛି ଅବକାରୀ ବିଭାଗ ।

ସୂଚନା ଅନୁସାରେ, ଛେଣ୍ଡିପଦା କଣଲୋଇ ଜଙ୍ଗଲରେ ୨ ଏକର ୨୫ ଡ଼ିସିମିଲ ଜାଗାରେ ପ୍ରାୟ ୯୦୦୦ ଗଞ୍ଜେଇ ଗଛକୁ ଅବକାରୀ ବିଭାଗ କାଟିଛି । ଯାହାର ଆନୁମାନିକ ମୂଲ୍ୟ ୯୦ ଲକ୍ଷରୁ ଊର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଇଛି । ଏହି ଚଢ଼ାଉରେ ଅନୁଗୋଳ ଅବକାରୀ ବିଭାଗ ଅଧିକାରୀ ବାଗଡ଼ିଆ ପୋଲିସ ଆଉ ଛେଣ୍ଡିପଦା ବନ ବିଭଗର କର୍ମଚାରୀମାନେ ସାମିଲ ଥିଲେ ।

ତେବେ ଏତେ ଏତେ ପରିମାଣରେ ଗଞ୍ଜେଇ ଗଛ ନଷ୍ଟ ହେଉଥିବା ବେଳେ ବିଭଗ କାହାରୀକୁ ଗିରଫ କରି ପାରୁନଥିବା ନେଇ ଅନେକ ପ୍ରଶ୍ନ ଉଙ୍କି ମାରିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.