ETV Bharat / state

ଟିକରପଡାରେ ବନ୍ୟା ସ୍ଥିତି ଗମ୍ଭୀର, 80 ପରିବାରକୁ ଅନ୍ୟତ୍ର ସ୍ଥାନାନ୍ତର

ହୀରକୁଦ ଜଳଭଣ୍ଡାରରୁ 34ଟି ଗେଟ ଯୋଗେ ଜଳ ନିଷ୍କାସିତ ହେଉଥିବା କାରଣରୁ ତଳମୁଣ୍ତରେ ବନ୍ୟା ପରିସ୍ଥିତି ଉପୁଜିଛି । ଘାଟ ସାହି ପାଣି ଘେରରେ ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ 80 ପରିବାରକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଅଧିକ ପଢନ୍ତୁ

ଟିକରପଡାରେ ସ୍ଥିତି ଗମ୍ଭିର
ଟିକରପଡାରେ ସ୍ଥିତି ଗମ୍ଭିର
author img

By

Published : Aug 14, 2022, 10:22 PM IST

ଅନୁଗୋଳ: ହୀରକୁଦ ଜଳଭଣ୍ଡାରରୁ 34ଟି ଗେଟ ଯୋଗେ ଜଳ ନିଷ୍କାସିତ ହେଉଥିବା କାରଣରୁ ତଳମୁଣ୍ତରେ ବନ୍ୟା ପରିସ୍ଥିତି ଉପୁଜିଛି । ବିଶେଷକରି ନଦୀ କୂଳିଆ ଅଞ୍ଚଳରେ ସ୍ଥିତି ଗମ୍ଭୀର ହୋଇଛି । ଅନୁଗୋଳ ଜିଲ୍ଲାର 2ଟି ବ୍ଲକରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଅନୁଗୋଳ ବ୍ଳକର ଟିକରପଡା ଓ ଆଠମଲ୍ଲିକ ବ୍ଲକର 9 ଟି ପାଞ୍ଚାୟର ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛି ।

ଟିକରପଡାରେ ସ୍ଥିତି ଗମ୍ଭିର

ମହାନଦୀରେ ବନ୍ୟା ଜଳ ପ୍ରବାହିତ ଯୋଗୁଁ ସାତକୋଶିଆ ଅଭୟାରଣ୍ୟରେ ଥିବା ଟିକର ପଡା, ମଝିପଡା, ଗଇନ୍ଦି ଓ ବେହେରା ସାହି ଗାଁ ଗୁଡିକରେ ବନ୍ୟା ପରିସ୍ଥିତି ଉପୁଜିଛି। ଗାଇନ୍ଦି ଓ ବେହେରାସାହି ନାଳରେ ପାଣି ପ୍ରବାହିତ ହେବା ସହ ଆଖପାଖ ଚାଷ ଜମି ସବୁ ବନ୍ୟା ପାଣିରେ ବୁଡି ରହିବା ସହ ଗ୍ରାମକୁ ଯୋଗାଯୋଗ ବିଛିନ୍ନ ହୋଇଛି । ସେହିପରି ଘାଟ ସାହି ପାଣି ଘେରରେ ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସେଠାରେ ଥିବା ପ୍ରାୟ 80 ପରିବାରକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ।

ନିଜେ ଉପଜିଲ୍ଲାପାଳ ଓ ଆଠମଲ୍ଲିକ ବିଧାୟକ ବନ୍ୟା ସ୍ଥିତି ଅନୁଧ୍ୟାନ କରିବା ସହ କିଭଳି ଲୋକଙ୍କୁ ଆବଶ୍ୟକୀୟ ସମଗ୍ରୀ ଯୋଗାଇ ହେବ ସେ ନେଇ ପଦକ୍ଷେପ ନେଇଛନ୍ତି । ବିଭିନ୍ନ ବିଭାଗୀୟ କର୍ମଚାରୀ ଘଟଣା ସ୍ଥଳରେ ଉପସ୍ଥିତ ରହି ସ୍ଥିତି ପରଖିଛନ୍ତି । ଅନ୍ୟପଟେ ଆଠମଲ୍ଲିକ ବିନିକେଇ ମନ୍ଦିର ପାଣି ଘେରରେ ଅଛି । ଜାମୁଦୋଳି ପଞ୍ଚାୟତ ରାସ୍ତା ଉପରେ ପାଣି ଚାଲିଥିବାରୁ ସେହି ପଞ୍ଚାୟତ ଆଠମଲ୍ଲିକରୁ ବିଛିନ୍ନ ହୋଇ ରହିଛି । ହୀରାକୁଦ ଡ୍ୟାମରୁ ପାଣି ଅନୁଗୋଳରେ ପହଞ୍ଚିବା ପାଇଁ 24 ରୁ 36 ଘଣ୍ଟା ସମୟ ଲାଗିବାକୁ ଥିବା ବେଳେ ଆସନ୍ତାକାଲି ପରିସ୍ଥିତି ସଙ୍ଗୀନ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.