ETV Bharat / state

ଦୁଃଖ ଦେଉଛି ଅନୁଗୋଳର 55 ନଂ ଜାତୀୟ ରାଜପଥ, ମରାମତି ପରେ ବି ସୁଧୁରୁନି ଅବସ୍ଥା - ଶୋଚନୀୟ ଅବସ୍ଥାନରେ ଅନୁଗୋଳ ଜାତୀୟ ରାଜପଥ

ଖାଲ ଖମାର ସାଙ୍ଗକୁ ପାଣିରେ ଭର୍ତ୍ତି ହୋଇଛି ଅନୁଗୋଳର ୫୫ନମ୍ବର ଜାତୀୟ ରାଜପଥ । ଗାଡିତ ଦୂରର କଥା ପାଦରେ ଚାଲି ଯିବା ମଧ୍ୟ କଷ୍ଟକର ହୋଇପଡିଛି । ରାସ୍ତା ମରାମତି ପାଇଁ ବାରମ୍ବାର ଦାବି ପରେ ସାମାନ୍ୟ ମରାମତି କରାଯାଇ ଦାୟିତ୍ୱ ସାରି ଦେଉଛନ୍ତି ପ୍ରଶାସନିକ ଅଧିକାରୀ । କିନ୍ତୁ ସୁଧୁରୁନି ରାସ୍ତାର ଅବସ୍ଥା । ଦୁର୍ଘଟଣାରେ ୩ ବର୍ଷରେ ଗଲାଣି ୬୩୯ ଜଣଙ୍କ ଜୀବନ । ଅଧିକ ପଢନ୍ତୁ

ଦୁଃଖ ଦେଉଛି ଅନୁଗୋଳର 55 ନଂ NH , ମରାମତି ପରେ ବି ସୁଧୁରୁନି ଅବସ୍ଥା

author img

By

Published : Jul 21, 2022, 8:04 AM IST

ଅନୁଗୋଳ: ମରଣଯନ୍ତା ପାଲଟିଛି ଅନୁଗୋଳ ଜିଲ୍ଲାର ୫୫ ନମ୍ବର ଜାତୀୟ ରାଜପଥ । ସହରର ପଞ୍ଚମହଲା ଠାରୁ ବଅଁରପାଳ ପର୍ଯ୍ୟନ୍ତ ପ୍ରାୟ ୨୦କିମି ରାସ୍ତାରେ ଗାଡିତ ଦୂରର କଥା ପାଦରେ ଚାଲି ଯିବା ମଧ୍ୟ କଷ୍ଟକର । ଫଳରେ ଅନେକ ସମୟରେ ଦୁର୍ଘଟଣା ଘଟି କାହାର ଜୀବନ ଯାଉଛି ତ ଆଉ କିଏ ହସ୍ପିଟାଲରେ ବେଡରେ ଆହତ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ରାସ୍ତା କାମକୁ ୬ ବର୍ଷ ବିତିଯାଇଥିଲେବି ସରୁନି କାମ । ଫଳରେ ଖାଲ ଖମାର ସାଙ୍ଗକୁ ବର୍ଷା ଦିନରେ ଜମି ରହୁଛି ପାଣି । କଟକ ଠାରୁ ଅନୁଗୋଳ ଏବଂ ଅନୁଗୋଳ ଠାରୁ ସମ୍ବଲପୁର ରାଜପଥ ଲମ୍ବି ଥିବାବେଳେ ପ୍ରତିଦିନ ୨୪ହଜାର ଗାଡି ଯାତାୟାତ କରୁଛି ଏହି ରାଜପଥ ଉପରେ ।

ଦୁଃଖ ଦେଉଛି ଅନୁଗୋଳର 55 ନଂ ଜାତୀୟ ରାଜପଥ

ଗତ ୨୦୧୬ରେ ଗାୟତ୍ରୀ ପ୍ରୋଜେକ୍ଟ ନାମକ ଏକ ଠିକା ସଂସ୍ଥାକୁ କାର୍ଯ୍ୟାଦେଶ ଦିଆ ଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ଅନୁଗୋଳ ସମ୍ବଲପୁର ରାସ୍ତା ପାଇଁ ୧୨୫୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା । ଦ୍ଵିତୀୟ ପର୍ଯ୍ୟାୟରେ ଅନୁଗୋଳ କଟକ ରାସ୍ତା ପାଇଁ ସେହି ସଂସ୍ଥା ପ୍ରାୟ ୫୮୩ କୋଟି ଟଙ୍କା ନେଇ ସାରିଛି । ଚୁକ୍ତି ଅନୁସାରେ ଏକ ହଜାର ଦିନରେ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ କରିବା କଥା । କିନ୍ତୁ ଗାୟତ୍ରୀ ସଂସ୍ଥା ଦେବାଳିଆ ହୋଇ କାମ ଛାଡି ଚାଲିଗଲା । ଫଳରେ ଆଜିକୁ ୬ବର୍ଷ ବିତି ଯାଇଥିଲେ ମଧ୍ୟ ରାସ୍ତା କାମ ଶେଷ ହୋଇ ପାରିନାହିଁ । ଜାତୀୟ ରାଜପଥ କର୍ତ୍ତୃପକ୍ଷ ଗତ ଦୁଇ ମାସ ହେଲା ଆଉ ଏକ ଠିକା ସଂସ୍ଥାକୁ କାର୍ଯ୍ୟାଦେଶ ଦେଇଛନ୍ତି । ସେ ସଂସ୍ଥା ମଧ୍ୟ କଚ୍ଛପ ଗତିରେ କାମ କରୁଛି।

ବିଶେଷ କରି ଅନୁଗୋଳର ପଞ୍ଚମହଲା ଠାରୁ ବଅଁରପାଳ ପର୍ଯ୍ୟନ୍ତ ରାସ୍ତା ସାରା ଖାଲଖମାରେ ପରିପୂର୍ଣ୍ଣ । ବର୍ଷା ଦିନେ ରାସ୍ତା ଉପରେ ପାଣି ଲହଡି ଭାଙ୍ଗୁଛି । ଅନ୍ୟ ଦିନ ମାନଙ୍କରେ ମଧ୍ୟ ବଡ଼ ବଡ଼ ଖାଲ ଯୋଗୁ ଗାଡି ଯାତାୟାତ ଅସୁବିଧା ହେଉଛି । ଏହି ରାସ୍ତାରେ ଦୈନିକ ବହୁ ସଂଖ୍ୟାରେ ଆମ୍ବୁଲାନ୍ସ, ସ୍କୁଲ ବସ ଯାତାୟାତ କରୁଛି । ରୋଗୀ ଓ ଛାତ୍ରଛାତ୍ରୀ ମାନଙ୍କ ଜୀବନ ପ୍ରତି ସବୁବେଳେ ବିପଦ ରହୁଛି । ଜିଲ୍ଲାବାସୀଙ୍କ ବାରମ୍ବାର ଦାବି ପରେ ପ୍ରଶାସନ ତରଫରୁ ଜିଲା ଖଣିଜ ପାଣ୍ଠିରୁ ପ୍ରାୟ ସାଢ଼େ ସାତ କୋଟି ଟଙ୍କା ବ୍ୟୟରେ ଅତି କଦର୍ଯ୍ୟ ହୋଇ ପଡ଼ିଥିବା ପ୍ରାୟ ସାଢ଼େ ପାଞ୍ଚ କିମି ରାସ୍ତା ମରାମତି କାମ ଆରମ୍ଭ କରି ଛି। କିନ୍ତୁ ମରାମତି ହେବା ସପ୍ତାହେ ପରେ ପୁଣି ପିଚୁ ଉଠି ପୂର୍ବ ଅବସ୍ଥା ଭଳି ହୋଇ ପଡିଛି ।

ଯିଏ ଥରେ ସେ ରାସ୍ତା ଦେଇ ଯାଉଛି ଦ୍ଵିତୀୟ ଥର ଯିବା ପାଇଁ ଆଦୌ ଇଚ୍ଛା କରୁନାହିଁ। ମାତ୍ର ୨୦କିମି ରାସ୍ତା ପାର ହେବା ପାଇଁ ୩ରୁ୪ଘଣ୍ଟା ଲାଗୁଛି । ସାମାନ୍ୟ ଅସାବଧାନ ହେଲେ ଦୁର୍ଘଟଣା ନିଶ୍ଚିତ । ସରକାରୀ ରେକର୍ଡ ଅନୁସାରେ ଏହି ଜାତୀୟ ରାଜପଥରେ ଗତ ୨୦୧୯ରେ ୨୧୨ଜଣ ଦୁର୍ଘଟଣା ରେ ପ୍ରାଣ ହରାଇଥିବା ବେଳେ ୨୦୨୦ରେ ୧୯୨ଜଣ, ୨୦୨୧ରେ ୧୬୩ଜଣ ଏବଂ ଚଳିତ ବର୍ଷ ଆଜି ସୁଦ୍ଧା ୭୨ ଜଣଙ୍କ ଜୀବନ ଗଲାଣି। ଅର୍ଥାତ ସାଢ଼େ ୩ବର୍ଷରେ ୬୩୯ ଜଣଙ୍କ ଜୀବନ ଦୁର୍ଘଟଣାରେ ଯାଇଛି । ତେଣୁ ପ୍ରକୃତରେ ଏହି ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି। ଯାହାକି ଉଦବେଗର ବିଷୟ ହୋଇ ପଡିଛି ।

ଏଥିପାଇଁ ବସ ମାଲିକ ସଂଘ, ଟ୍ରକ ମାଲିକ ସଂଘ, ଓକିଲ ସଂଘ ସମେତ ସମସ୍ତ ବେସରକାରୀ ଅନୁଷ୍ଠାନ ଓ ଜନସାଧାରଣ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଜିଲ୍ଲାପାଳ ଖୋଦ ରାସ୍ତାର ଏଭଳି ଅବସ୍ଥାକୁ ସ୍ୱୀକାର କରିଛନ୍ତି । ତେବେ ଲଗାଣ ବର୍ଷା ଯୋଗୁଁ ମରାମତି କାମ ବାଧାପ୍ରାପ୍ତ ହେଉଥିବାରୁ ବର୍ଷା ଛାଡିଲେ ନିଶ୍ଚିତ ଭାବେ ରାସ୍ତା କାମ ଶେଷ କରିବାକୁ ପ୍ରତିଶୃତି ଦେଇଛନ୍ତି । ଘରୁ ବାହାରକୁ ବାହାରିଲେ ଆଉ ଘରକୁ ଫେରି ହେବ କି ନାହିଁ ସେହି ଭୟରେ ଯାତାୟାତ କରୁଛନ୍ତି ଲୋକେ । ତେଣୁ କେବେ ଶେଷ ହେବ ରାସ୍ତା କାମ ଏବଂ କେବେ ମରଣ ଯନ୍ତାରୁ ମୁକ୍ତି ମିଳିବ ତାହାକୁ ଚାତକ ପରି ଅନାଇ ରହିଛନ୍ତି ଜିଲ୍ଲାବାସୀ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.