ଅନୁଗୋଳ: ନାଲକୋକୁ ଆସୁଥିବା ଆଲୁମିନା ଟ୍ରେନ ଲାଇନଚ୍ୟୁତ । ଇଞ୍ଜିନ ସହ ଚାରୋଟି ଟ୍ୟାଙ୍କର ହୋଇଛି ଲାଇନଚ୍ୟୁତ । ଅନୁଗୋଳ ଜିଲ୍ଲା ଗୋତମର କମନ ପଏଣ୍ଟ ନିକଟରେ ଏହି ଟ୍ରେନ ଲାଇନଚ୍ୟୁତ ହୋଇଛି । ଇଞ୍ଜିନ ସହ ଚାରୋଟି ଆଲୁମିନା ବୋଝେଇ ଟ୍ୟାଙ୍କର ମଧ୍ୟ ଲାଇନଚ୍ୟୁତ ହୋଇଛି ।
ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବାବେଳେ ନାଲକୋ ରେଲ ଡିପାର୍ଟମେଣ୍ଟ ପକ୍ଷରୁ ଇଞ୍ଜିନକୁ ପୁଣି ଟ୍ରାକକୁ ଆଣିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ତେବେ ଟ୍ରାକରେ ଟ୍ରେନଟି ରହିଥିବାରୁ ନାଲକୋକୁ ଆସୁଥିବା ଅନ୍ୟ ଟ୍ରେନ ଆସିପାରୁ ନାହିଁ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ