ETV Bharat / state

ବେକାରୀ ସମସ୍ୟା ନେଇ ଆନ୍ଦୋଳନ କରିବ AIDYO - AIDYO protest on unemployment

ରାଜ୍ୟରେ ଦିନକୁ ଦିନ ବଢୁଛି ବେକାରୀ ସମସ୍ୟା । ଏହି ସମସ୍ୟା ବିରୁଦ୍ଧରେ ଆନ୍ଦୋଳନ କରିବ ସର୍ବଭାରତୀୟ ଗଣତାନ୍ତ୍ରିକ ଯୁବ ସଂଗଠନ । ଅଧିକ ପଢନ୍ତୁ

AIDYO to be protest on unemployment in state
ବେକାରୀଙ୍କ ପାଇଁ ଆନ୍ଦୋଳନ କରିବ AIDYO
author img

By

Published : Nov 21, 2021, 7:10 PM IST

ଅନୁଗୋଳ: ବେକାରୀ ସମସ୍ୟା ବିରୁଦ୍ଧରେ ଆନ୍ଦୋଳନ କରିବ ସର୍ବଭାରତୀୟ ଗଣତାନ୍ତ୍ରିକ ଯୁବ ସଂଗଠନ (AIDYO) । ଅନୁଗୋଳ ଠାରେ ଆୟୋଜିତ ସଂଗଠନର ତୃତୀୟ ରାଜ୍ୟସ୍ତରୀୟ ସମ୍ମିଳନୀରେ ଏଭଳି ନିଷ୍ପତ୍ତି ହୋଇଛି।

ବେକାରୀଙ୍କ ପାଇଁ ଆନ୍ଦୋଳନ କରିବ AIDYO

ଦେଶରେ ବଢି ଚାଲିଛି ବେକାରୀ ସମସ୍ୟା । ମୋଦି ସରକାର କ୍ଷମତାକୁ ଆସିବା ପୂର୍ବରୁ ଦେଶରେ 2 କୋଟି ଯୁବକଙ୍କୁ ନିଯୁକ୍ତି ଦେବେ ବୋଲି କହି ଠକିଛନ୍ତି । ଖାଲି ସେତିକି ନୁହେଁ କୋରୋନା ସମୟରେ ବହୁ ଯୁବକ ଚାକିରି ହରାଇଛନ୍ତି । ଏଭଳି ସ୍ଥିତିକୁ ନେଇ ଦେଶବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି ସର୍ବଭାରତୀୟ ଗଣତାନ୍ତ୍ରିକ ଯୁବ ସଂଗଠନ । ଅନୁଗୋଳ ଠାରେ ସଂଗଠନ ପକ୍ଷରୁ ଆୟୋଜିତ ତୃତୀୟ ରାଜ୍ୟସ୍ତରୀୟ ସମ୍ମିଳନୀରେ ଏଭଳି ନିଷ୍ପତ୍ତି ହୋଇଛି ।

ଆଜି ଅନୁଗୋଳ ଟାଉନ ହଲରେ ଆୟୋଜିତ ହୋଇଥିଲା ଏହି ତୃତୀୟ ରାଜ୍ୟସ୍ତରୀୟ ସମ୍ମିଳନୀ । ରାଜ୍ୟ ସମସ୍ତ ଜିଲ୍ଲା ଯୁବ ପ୍ରତିନିଧି ମାନେ ଏହି ସମ୍ମିଳନୀରେ ଭାଗ ନେଇଥିଲେ। ଖାଲି ସେତିକି ନୁହେଁ ଯେଉଁମାନେ ଆଜି ଦିନରେ ବେକାର ଅଛନ୍ତି ସେଇ ଯୁବକ ମାନଙ୍କୁ ବେକାରୀ ଭତ୍ତା ଦେବାକୁ ସଂଗଠନ ଦାବି କରିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.