ETV Bharat / state

ଅନୁଗୋଳ ମେଡିକାଲ କଲେଜ କାର୍ଯ୍ୟକ୍ଷମ ଦାବିରେ ଆନ୍ଦୋଳନ - Medical College

ତାଳଚେର ମେଡିକାଲ କଲେଜକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରି ୨0୨0-୨୧ ଶିକ୍ଷା ବର୍ଷରେ ଏମଵିଵିଏସ ପାଠ୍ୟକ୍ରମ ଆରମ୍ଭ କରିବା ଦାବି ନେଇ ତାଳଚେର ମେଡିକାଲ କଲେଜ ସଂଘର୍ଷ ସମିତି ପକ୍ଷରୁ ଆଜିଠାରୁ ୩ ଦିନିଆ ଗଣଧାରଣା ଆରମ୍ଭ କରାଯାଇଛି ।

ମେଡିକାଲ କଲେଜ କାର୍ଯ୍ୟକ୍ଷମ ଦାବି
ମେଡିକାଲ କଲେଜ କାର୍ଯ୍ୟକ୍ଷମ ଦାବି
author img

By

Published : Jan 19, 2021, 8:10 PM IST

ଅନୁଗୋଳ: ତାଳଚେର ମେଡିକାଲ କଲେଜରେ ନାମଲେଖା ପ୍ରକ୍ରିୟା ଆରମ୍ଭ ଦାବୀରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା । ତାଳଚେର ମେଡିକାଲ କଲେଜକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରି ୨0୨0-୨୧ ଶିକ୍ଷା ବର୍ଷରେ ଏମଵିଵିଏସ ପାଠ୍ୟକ୍ରମ ଆରମ୍ଭ କରିବା ଦାବି ନେଇ ତାଳଚେର ମେଡିକାଲ କଲେଜ ସଂଘର୍ଷ ସମିତି ପକ୍ଷରୁ ଆଜିଠାରୁ ୩ ଦିନିଆ ଗଣଧାରଣା ଆରମ୍ଭ କରାଯାଇଛି ।

ମେଡିକାଲ କଲେଜ କାର୍ଯ୍ୟକ୍ଷମ ଦାବି

ଆଜକୁ ପ୍ରାୟ ୫ବର୍ଷ ହେଲାଣି ଏମିସିଏଲ ଦ୍ଵାରା ୪୯୦ କୋଟି ଟଙ୍କାର ବ୍ୟୟରେ ଏହି ମେଡ଼ିକାଲ କଲେଜ ନିର୍ମିତ ହୋଇସାରିଛି । ହେଲେ ଅଦ୍ୟାବଧି ଏଠାରେ ନାମଲେଖା ଏବେ ସୁଦ୍ଧା ହୋଇପାରିନାହିଁ । ଇତି ମଧ୍ୟରେ ରାଜ୍ୟ ସରକାର 4ଟି ଜାଗାରେ ମେଡିକାଲ କଲେଜ ସ୍ଥାପନ କରି ପାଠ୍ୟକ୍ରମ ଆରମ୍ଭ କରିଥିବା ବେଳେ ଆଉ ୫ଟି ସ୍ଥାନରେ ରାଜ୍ୟ ସରକାର ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ହେଲେ ଏଠାରେ ପାଠ୍ୟକ୍ରମ ଆରମ୍ଭ କରିବାକୁ କୌଣସି ପଦକ୍ଷେପ ନିଆଯାଉ ନାହିଁ ବୋଲି ଅଭିଯୋଗ କରିଛି ମେଡିକାଲ ସଂଘର୍ଷ କମିଟି।

ଏଣେ ତାଳଚେରବାସୀ ଧୁଳିଧୁଆଁରେ ଅସ୍ତବ୍ୟସ୍ତ ହୋଇ ବିଭିନ୍ନ ରୋଗରେ ପୀଡ଼ିତ ହୋଇ ଉଚିତ ସ୍ବାସ୍ଥ୍ୟସେବା ପାଇ ପାରୁନାହାଁନ୍ତି l ଏଣୁ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେଲେ ତାଳଚେରବାସୀଙ୍କ ସମେତ ଅନୁଗୋଳ, ଢେଙ୍କାନାଳ, ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାର ଲୋକମାନେ ଭଲ ସ୍ବାସ୍ଥ୍ୟସେବା ପାଇବା ସହ ଛାତ୍ରଛାତ୍ରୀ ମଧ୍ୟ ମେଡିକାଲରେ ପଢିବାକୁ ସୁଯୋଗ ପାଇପାରନ୍ତେ ବୋଲି କମିଟି ପ୍ରକାଶ କରିଛି ।

ତେବେ ଯଦି ସେମାନଙ୍କ ଦାବି ପୂରଣ ଦିଗରେ ଯଦି କୌଣସି ପଦକ୍ଷେପ ନିଆ ନଯାଏ, ତେବେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି l

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.