ETV Bharat / state

ସ୍ଥାୟୀ ନିଯୁକ୍ତି ଦାବିରେ ନାଲକୋକୁ କୋଇଲା ବନ୍ଦ, ଧାରଣାରେ ଜମି କ୍ଷତିଗ୍ରସ୍ତ - ରେଳ ଧାରଣାରେ ଆନ୍ଦୋଳନକାରୀ

ସ୍ଥାୟୀ ନିଯୁକ୍ତି ଦାବିରେ ନାଲକୋକୁ ହେଲା କୋଇଲା ବନ୍ଦ । ରେଳ ଧାରଣାରେ ବସିଛନ୍ତି ଆନ୍ଦୋଳନକାରୀ । ଅଧିକ ପଢନ୍ତୁ...

ସ୍ଥାୟୀ ନିଯୁକ୍ତି ଦାବିରେ ନାଲକୋକୁ କୋଇଲା ବନ୍ଦ, ଧାରଣାରେ ଜମି କ୍ଷତିଗ୍ରସ୍ତ
ସ୍ଥାୟୀ ନିଯୁକ୍ତି ଦାବିରେ ନାଲକୋକୁ କୋଇଲା ବନ୍ଦ, ଧାରଣାରେ ଜମି କ୍ଷତିଗ୍ରସ୍ତସ୍ଥାୟୀ ନିଯୁକ୍ତି ଦାବିରେ ନାଲକୋକୁ କୋଇଲା ବନ୍ଦ, ଧାରଣାରେ ଜମି କ୍ଷତିଗ୍ରସ୍ତ
author img

By

Published : Nov 9, 2021, 4:52 PM IST

ଅନୁଗୋଳ: ନିଯୁକ୍ତି ଦେବ ଦେବ କହି ଠକି ଚାଲିଛି ନାଲକୋ । ଯାହାକୁ ନେଇ କ୍ଷତିଗ୍ରସ୍ତମାନେ କରିଛନ୍ତି ଅର୍ଥନୈତିକ ଅବରୋଧ । ନାଲକୋ ଦେଉଥିବା ପ୍ରତିଶ୍ରୁତି ରଖୁ ନଥିବାରୁ ସ୍ଥାୟୀ ନିଯୁକ୍ତି ଦାବି କରି ଅର୍ଥନୈତିକ ଅବରୋଧରେ ବସିଛନ୍ତି ନାଲକୋ ପାଇଁ ଜମି ହରାଇଥିବା ।

ସ୍ଥାୟୀ ନିଯୁକ୍ତି ଦାବିରେ ନାଲକୋକୁ କୋଇଲା ବନ୍ଦ, ଧାରଣାରେ ଜମି କ୍ଷତିଗ୍ରସ୍ତ

ନାଲକୋରେ ସ୍ଥାୟୀ ନିଯୁକ୍ତି ଦାବି କରି ଆଜି ନାଲକୋ କ୍ଷତିଗ୍ରସ୍ତ ପ୍ରଜା ସଙ୍ଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅର୍ଥନୈତିକ ଅବରୋଧ କରାଯାଇଛି । କ୍ଷତିଗ୍ରସ୍ତ ୩୯ଟି ଗାଁର ଶତାଧିକ ଯୁବକ ଯୁବତୀ ତାଳଚେର ଗୋବରା ଏବଂ ବଅଁରପାଳ ଗୋତମରା ଠାରେ ନାଲକୋ ରେଳ ଧାରଣା ଉପରେ ଧାରଣାରେ ବସି ରହିଛନ୍ତି । ଫଳରେ ନାଲକୋକୁ କୋଇଲା ଓ ଅନ୍ୟାନ୍ୟ କଞ୍ଚାମାଲ ବୋଝେଇ ଟ୍ରେନ ଚଳାଚଳ କରିପାରୁନାହିଁ । କ୍ଷତିଗ୍ରସ୍ତ ପ୍ରଜାସଙ୍ଘ ଅଭିଯୋଗ କରିଛି ଯେ ନାଲକୋ ରେଳପଥ ଯୋଗୁଁ ସେମାନେ ଜମି ହରାଇଛନ୍ତି ।

ସେତେବେଳେ ବହୁ ଦାବି ଆପତ୍ତି ପରେ ନାଲକୋ ନିଜସ୍ବ ଖର୍ଚ୍ଚରେ କ୍ଷତିଗ୍ରସ୍ତ ୧୫୮ ଜଣ ଯୁବକ ଯୁବତୀଙ୍କୁ ITI ତାଲିମ ଦେଇଥିଲା । ତାଲିମ ଶେଷ ହେବା ପରେ ନିଯୁକ୍ତି ଦେବାକୁ ପ୍ରତିଶୃତି ଦେଇଥିଲା । କିନ୍ତୁ ଇତିମଧ୍ୟରେ ୧୨ ବର୍ଷ ବିତି ଯାଇଥିଲେ ମଧ୍ୟ ନିଯୁକ୍ତି ଦେବାର ନା ଧରୁନି । ବହୁବାର ପ୍ରଶାସନର ମଧ୍ୟସ୍ଥତାରେ ବୈଠକ ହୋଇଛି । କିନ୍ତୁ ନାଲକୋ କାହା କଥା ଶୁଣୁ ନାହିଁ । ତେଣୁ ବାଧ୍ୟ ହୋଇ ସେମାନେ ଆନ୍ଦୋଳନ କରିଥିବା କହିଛନ୍ତି । ଯେପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି ଏହି ଅର୍ଥନୈତିକ ଅବରୋଧ ଚାଲୁ ରହିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.