ETV Bharat / state

ଦ୍ବିତୀୟ ଦିନରେ ଚିହ୍ନଟ କୋଭିଡ ସଂକ୍ରମିତଙ୍କୁ ହସ୍ପିଟାଲ ନେବାରେ ବିଫଳ ପ୍ରଶାସନ - anugul news

କୋଭିଡ ଆକ୍ରାନ୍ତଙ୍କୁ ହସ୍ପିଟାଲ ନେବା ନେଇ ଲାଗିରହିଛି ଅଭାବନୀୟ ସ୍ଥିତି । ଅନୁଗୋଳ ଜିଲା ଅନୁଗୋଳ ବ୍ଲକ ଶରଧାପୁର ଗାଁରେ କୋଭିଡ ରୋଗୀଙ୍କୁ କୋଭିଡ ହସ୍ପିଟାଲ ନେବାକୁ କେନ୍ଦ୍ର ଲାଗିରହିଛି ଅସ୍ବଭାବିକ ପରିସ୍ଥିତି ।

ଦ୍ବିତୀୟ ଦିନରେ ଚିହ୍ନଟ କୋଭିଡ ସଂକ୍ରମିତଙ୍କୁ ହସ୍ପିଟାଲ ନେବାରେ ବିଫଳ ପ୍ରଶାସନ

author img

By

Published : Aug 17, 2020, 10:02 PM IST

ଅନୁଗୋଳ: କୋଭିଡ ଆକ୍ରାନ୍ତଙ୍କୁ ହସ୍ପିଟାଲ ନେବା ନେଇ ଲାଗିରହିଛି ଅଭାବନୀୟ ସ୍ଥିତି । ଗତ ଦୁଇ ଦିନ ହେବ ଚିହ୍ନଟ 12 ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲକୁ ନେବା ପାଇଁ ଲାଗିରହିଛି ଦ୍ଵନ୍ଦ । ଅନୁଗୋଳ ଜିଲା ଅନୁଗୋଳ ବ୍ଲକ ଶରଧାପୁର ଗାଁରେ କୋଭିଡ ରୋଗୀଙ୍କୁ କୋଭିଡ ହସ୍ପିଟାଲ ନେବାକୁ କେନ୍ଦ୍ର ଲାଗିରହିଛି ଅସ୍ବଭାବିକ ପରିସ୍ଥିତି ।

ରବିବାର ଗାଁ ଲୋକେ ଆକ୍ରାନ୍ତମାନଙ୍କୁ ଆଣିବାକୁ ଯାଇଥିବା ଆମ୍ବୁଲାନ୍ସକୁ ଅଟକ ରଖିଥିବା ବେଳେ ଖବର ପାଇ ଗାଁରେ ପହଞ୍ଚିଥିଲା ପୋଲିସ । ଘଟଣାକୁ ନେଇ ଉଭୟ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଯୁକ୍ତିତର୍କ ମଧ୍ୟ ଲାଗି ରହିଥିଲା । ଶେଷରେ ଆମ୍ବୁଲାନ୍ସ ସଂକ୍ରମିତଙ୍କୁ ଆଣିନପାରି ଫେରି ଆସିଥିଲା । ତେବେ ଆଜି ମଧ୍ୟ ସମାନ ପରିସ୍ଥିତି ଲାଗିରହିଛି ।

ଦ୍ବିତୀୟ ଦିନରେ ଚିହ୍ନଟ କୋଭିଡ ସଂକ୍ରମିତଙ୍କୁ ହସ୍ପିଟାଲ ନେବାରେ ବିଫଳ ପ୍ରଶାସନ
ଦ୍ବିତୀୟ ଦିନରେ ଚିହ୍ନଟ କୋଭିଡ ସଂକ୍ରମିତଙ୍କୁ ହସ୍ପିଟାଲ ନେବାରେ ବିଫଳ ପ୍ରଶାସନ

ଗାଁକୁ ବାରମ୍ବାର ପ୍ରଶାସନ, ପୋଲିସ ଅଧିକାରୀ, ଡାକ୍ତରୀ ଦଳ ଓ ଆମ୍ବୁଲାନ୍ସ ଆସି ବିନା ଆକ୍ରାନ୍ତଙ୍କୁ ନନେଇ ନିରାଶ ହୋଇ ଫେରୁଛନ୍ତି । ଗାଁ ଲୋକେ ଆକ୍ରାନ୍ତ ମାନଙ୍କ ପଜିଟିଭ ରିପୋର୍ଟ ସେମାନଙ୍କୁ ଦିଆଯାଉ ବୋଲି ଦାବି କରୁଛନ୍ତି । ଅନୁଗୋଳ ତହସିଲଦାର, ବିଡ଼ିଓ ବନ୍ତଳା ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଲୋକଙ୍କୁ ବୁଝାସୁଝା କରିଥିଲେ । ହେଲେ ଲୋକେ ନଛୋଡ ବନ୍ଧା ନୀତିରେ ଅଛନ୍ତି ।

ଲୋକଙ୍କ ଅଭିଯୋଗ ରହିଛି ଯେ, ଦୁଇ ଦିନ ପୂର୍ବେ ସ୍ଥାନୀୟ ସରପଞ୍ଚ ସମସ୍ତଙ୍କର ନେଗେଟିଭ ଥିବା ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ। ହଠାତ କିଭଳି ସରପଞ୍ଚ ଗାଁର ୧୨ଜଣ ପଜିଟିଭ ଥିବା ଲୋକଙ୍କୁ କହିଲେ । ତେଣୁ ପଜିଟିଭ ଚିହ୍ନଟଙ୍କ ରିପୋର୍ଟ ଦେଖାଇ ହସ୍ପିଟାଲ ନିଆଯାଉ ନଚେତ ସେମାନଙ୍କର ପୁଣି ଥରେ କୋଭିଡ ପରୀକ୍ଷା କରାଇ ପଜିଟିଭ ଜଣାପଡିଲେ ଛାଡିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।

ଅନ୍ୟପଟେ ପ୍ରଶାସନର କୌଣସି ଅଧିକାରୀ ଏ ବାବଦରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ସେପଟେ ଯଦି ଆକ୍ରାନ୍ତମାନେ ହସ୍ପିଟାଲ ନ ଯାଆନ୍ତି ତେବେ ତାଙ୍କୁ ହୋମ ଆସୋଲେସନରେ ରଖିବା ପାଇଁ ମଧ୍ୟ ପ୍ରଶାସନ ଚିନ୍ତା କରୁଥିବା ଜଣାପଡ଼ିଛି ।

ଅନୁଗୋଳ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.