ETV Bharat / state

ଗଣେଶ ପୂଜା ଭସାଣୀରେ ଦୁର୍ଘଟଣା, ଜଣେ ମୃତ

ଢେଙ୍କାନାଳ ସହରରେ ଗଣେଶ ଭସାଣୀ ଚାଲିଥିବା ବେଳେ ଅଘଟଣ । ମୋଟର ସାଇକେଲ ଉପରେ ବସ ଚଢିଯିବାରୁ ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ ହୋଇଛି ।

author img

By

Published : Sep 9, 2019, 5:41 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ଢେଙ୍କାନାଳ ସହରରେ ଗଣେଶ ଭସାଣୀ ଚାଲିଥିବା ବେଳେ ଅଘଟଣ । ମୋଟର ସାଇକେଲ ଉପରେ ବସ ଚଢିଯିବାରୁ ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ ହୋଇଛି । ଏହା ପରେ ସେଠାରେ ଉତ୍ତେଜନା ଲାଗି ରହିଥିବା ବେଳେ ଖବର ପାଇ ପହଞ୍ଚିଛି ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ସୂଚନା ଅନୁଯାୟୀ ସହରରେ ଗଣେଶ ପୂଜା ଭସାଣୀ ଚାଲିଥିବା ସମୟରେ ସ୍ଥାନୀୟ କୁଞ୍ଜକାନ୍ତଠାରେ ଘରୋଇ ବସ ‘ତରଙ୍ଗିନୀ’ ଏକ ମୋଟର ସାଇକେଲ ଉପରେ ଚଢି ଯାଇଥିଲେ । ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀ କେଶବ ଦେହୁରୀଙ୍କ ମୃତ୍ୟୁ ହୋଇଥିଲା । ମୃତକ ଜଣଙ୍କ ଚଣ୍ଡିଆ ସାହିର ବାସିନ୍ଦା ହୋଇଥିବା ବେଳେ ଦୁର୍ଘଟଣାରେ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ଭଙ୍ଗାରୁଜା ଆରମ୍ଭ କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଗଣେଶ ଭାଷାଣି ଚାଲିଥିବା ବେଳେ ଦୁର୍ଘଟଣା ।ବସ ଚକା ତଳେ ଚାଲିଗଲା ଜୀବନ । ଏକ ମଟର ସାଇକେଲ ଉପରେ ବସ ଚଡ଼ିଯିବାରୁ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି Body:।ଏହି ଦୁର୍ଘଟଣା ଘଟିଛି ଢେ଼ଙ୍କାନାଳ ଜିଲା ର ଢେ଼ଙ୍କାନାଳ ସହର ମଧ୍ୟରେ । ତାରଙ୍ଗିନୀ ନାମକ ଏକ ଘରୋଇ ବସ ସହର ର କୁଞ୍ଜ କାନ୍ତ ନିକଟରେ ଏହି ମଟର ସାଇକେଲ ଉପରେ ଛାଡିଯାଇଥଲା । ଘଟଣା ସ୍ଥଳରେ ମଟର ସାଇକେଲ ଆରୋହି କେଶବ ଦେହୁରୀ ଙ୍କ ମୃତ୍ୟୁ ହୋଇଛି । କେଶବ ଙ୍କ ଘର ସହର ର ଚଣ୍ଡିଆ ସାହିରେ । ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଛି । କିଛି ଉତ୍ୟକ୍ତ ଲୋକ ଗାଡି ମଟର ମଧ୍ୟ ଭଙ୍ଗାରୁଜା କରିଛନ୍ତି ।Conclusion:ଖବର ପାଇ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.